Advertisment

ପ୍ରଭାସଙ୍କ ଏହି ଫିଲ୍ମ ବିଶ୍ୱର ସବୁ ରେକର୍ଡ ଭାଙ୍ଗିବ; ପ୍ରଥମ ଦିନରେ ଛୁଇଁବ ୬୦୦ କୋଟି!

ପ୍ରଭାସ ଏବେ ଏମିତି ଏକ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି ଯାହା ଖୁବ ଦମଦାର ହେବ ବୋଲି କୁହାଯାଉଛି। ଏହା ବିଶ୍ୱ ରେକର୍ଡ କରିବ ବୋଲି ମତ ଆସୁଛି। ପ୍ରଥମ ଦିନରେ ହିଁ ୬୦୦ କୋଟି ରୋଜଗାର କରିବ ବୋଲି ଆଗ ଧାଡିର ଜଣେ ନିର୍ଦ୍ଦେଶକ କହିଛନ୍ତି।

Director tammareddy claims that prabhas next movie project-k will destroy box office

Director tammareddy claims that prabhas next movie project-k will destroy box office

Advertisment

ପ୍ରଭାସଙ୍କ ଆଦିପୁରୁଷକୁ ଏନେଇ ବିବାଦ ଥମିବାର ନା ଧରୁନି। ମାମଲା କୋର୍ଟରେ ପହଞ୍ଚିଛି। ଫିଲ୍ମର ସଂଳାପକାର ମନୋଜ ମୁନ୍ତାଶିରଙ୍କ ଠାରୁ ଆରମ୍ଭ କରି ଓମ୍ ରାଓତ ମଧ୍ୟ ଆଇନ ଘେରରେ ଅଛନ୍ତି। କିନ୍ତୁ ଚଳଚ୍ଚିତ୍ରର ସମସ୍ତ କଳାକାର ନିଜ ନିଜ ପରବର୍ତ୍ତୀ ଯୋଜନାରେ ବ୍ୟସ୍ତ ଅଛନ୍ତି। ପ୍ରଭାସ ମଧ୍ୟ ଏମିତି ଏକ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି ଯାହା ଖୁବ ଦମଦାର ହେବ ବୋଲି କୁହାଯାଉଛି।

Advertisment

ଏହି ପ୍ରିୟ ତାରକା ପରବର୍ତ୍ତୀ ସମୟରେ ‘ସାଲାର’ ଏବଂ ‘ପ୍ରୋଜେକ୍ଟ କେ’ରେ ନଜର ଆସିବେ। ଏଥିରୁ ଗୋଟିଏ ସବୁଠାରୁ ମହଙ୍ଗା ଭାରତୀୟ ଚଳଚ୍ଚିତ୍ର ହେବ ବୋଲି କୁହାଯାଉଛି। ଏହାରି ଭିତରେ ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର ‘ପ୍ରୋଜେକ୍ଟ କେ’କୁ ନେଇ ବରିଷ୍ଠ ନିର୍ଦ୍ଦେଶକ ତମାରେଡି ଫିଲ୍ମର ବକ୍ସ ଅଫିସ୍ ସମ୍ଭାବନାକୁ ନେଇ ଏକ ସମ୍ବେଦନଶୀଳ ଦାବି କରିଛନ୍ତି।

ନାଗ ଅଶ୍ୱିନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ପ୍ରୋଜେକ୍ଟରେ ଏକ ଜବରଦସ୍ତ୍ ଷ୍ଟାର୍‌କାଷ୍ଟ୍‌ ଅଛନ୍ତି ଯେଉଁଥିରେ ଅମିତାଭ ବଚ୍ଚନ, ପ୍ରଭାସ, ଦୀପିକା ପାଦୁକୋନ ଏବଂ ଦିଶା ପଟାନିଙ୍କୁ ଦେଖିବାକୁ ମିଳିବ। ନିକଟରେ ଜଣାଶୁଣା ଅଭିନେତା କମଲ ହାସନ ମଧ୍ୟ ଏଥିରେ ସାମିଲ୍ ହୋଇଛନ୍ତି। ଏପରି ଟିମ୍‌କୁ ନେଇ ତିଆରି ହେଉଥିବା ଫିଲ୍ମକୁ ନେଇ ଅଧିକ ଆଶା ତ କରାଯିବ, ଏହା ସହିତ ଫିଲ୍ମଟି ଭାରତୀୟ ସିନେମାର ସବୁ ରେକର୍ଡକୁ ଭାଙ୍ଗିଦେବା ମଧ୍ୟ ଆଶ୍ଚର୍ଯ୍ୟଜନକ ନୁହେଁ।

Advertisment

ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ପ୍ରୋଜେକ୍ଟ କେ’କୁ ନିର୍ଦ୍ଦେଶକ ତମାରେଡି ପ୍ରଶଂସା କରିଛନ୍ତି। ସେ ଅନୁଭବ କରିଛନ୍ତି ଯେ ପ୍ରଭାସଙ୍କ ଅଭିନୟ ଏବଂ ଏକ ଭଲ କାହାଣୀ ଏହାକୁ ଦମଦାର କରିଦେବ ଏବଂ ଏହା ନିଶ୍ଚିତ ପ୍ରଥମ ଦିନରେ ୫୦୦ କିମ୍ବା ୬୦୦ କୋଟି ଛୁଇଁବ।

ଏକ ରିପୋର୍ଟ ଅନୁଯାୟୀ, ତମାରେଡି କହିଛନ୍ତି, “ପ୍ରୋଜେକ୍ଟ କେ, ନାଗ ଅଶ୍ୱିନଙ୍କ ଫିଲ୍ମରେ ପ୍ରଭାସ, ଅମିତାଭ ବଚ୍ଚନ ଏବଂ ଦୀପିକା ପାଦୁକୋନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ନିକଟରେ କମଲ ହାସନ ମଧ୍ୟ ଏହାର ଏକ ଅଂଶ ହୋଇଛନ୍ତି। ଯଦି ସେମାନେ ଫିଲ୍ମକୁ ଠିକ୍ ଭାବରେ ଉପସ୍ଥାପନ କରିପାରିବେ, ତେବେ ଏହା ବିଶ୍ୱ ବକ୍ସ ଅଫିସର ତାଲିକାର ଶୀର୍ଷରେ ରହିବାର ସମ୍ଭାବନା ଅଛି। କାରଣ ମୁଁ ସେଟ୍ କୁ ଯାଇ ନାଗ ଅଶ୍ୱିନ୍‌ଙ୍କ ଦ୍ୱାରା ଚଳଚ୍ଚିତ୍ରଟି କିପରି ତିଆରି ହେଉଛି ତାହା ଦେଖିବା ପରେ ଏହା କହୁଛି।”

Advertisment

ତମାରେଡି ହେଉଛନ୍ତି ସିଏ ଯିଏ ଓସ୍କାର ଅଭିଯାନ ପାଇଁ ୮୦ କୋଟି ଟଙ୍କା ଖର୍ଚ୍ଚ କରିବା ନେଇ RRR ନିର୍ମାତାଙ୍କୁ ସମାଲୋଚନା କରିଥିଲେ କିନ୍ତୁ ବର୍ତ୍ତମାନ ସେ ‘ପ୍ରୋଜେକ୍ଟ କେ’ର ପ୍ରଶଂସା କରୁଛନ୍ତି। ସେ ଏହି ଫିଲ୍ମକୁ ବନେଇ ଆହୁରି କହିଛନ୍ତି ଯେ “ମୋର ବିଶ୍ୱାସ ଅଛି ଯେ ଯଦି ଫିଲ୍ମକୁ ସଠିକ୍ ଭାବେ ରିଲିଜ୍ କରାଯାଏ, ତେବେ ଏହା ଏକ ବିଶ୍ୱ ଚଳଚ୍ଚିତ୍ର ହେବ ଯାହା ବିଶ୍ୱ ସ୍ତରରେ ରେକର୍ଡ ଭାଙ୍ଗିବ।”

Prabhas Bollywood Prabhas Movie Prabhas Upcoming Movie
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ