Advertisment

ମନୋରଂଜନ ଦୁନିଆରୁ ଆସିଲା ଦୁଃଖ ଖବର; ଆରପାରିରେ ଏହି ନିର୍ଦ୍ଦେଶକ

ପୁଣି ଆସିଲା ମନୋରଂଜନ ଦୁନିଆରୁ ଦୁଃଖ ଖବର। ଚଳଚ୍ଚିତ୍ର ନିର୍ମାତା ଗୌତମ ହଲଦରଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଖବର ଆସିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା।

ଅଦ୍ୟତନ ହୋଇଛି
director gautam haldar passes away due to cardiac arrest

director gautam haldar passes away due to cardiac arrest

Advertisment

ପୁଣି ଆସିଲା ମନୋରଂଜନ ଦୁନିଆରୁ ଦୁଃଖ ଖବର। ଚଳଚ୍ଚିତ୍ର ନିର୍ମାତା ଗୌତମ ହଲଦରଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଖବର ଆସିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଗୌତମ ଅନେକ ବ୍ଲକବଷ୍ଟର ବଙ୍ଗଳା ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ। ବଙ୍ଗଳା ଚଳଚ୍ଚିତ୍ର ଶିଳ୍ପ ସହ ଜଡିତ ଏକ ସୂତ୍ରରୁ ପ୍ରକାଶ ଯେ ସେ ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁବରଣ କରିଛନ୍ତି।

Advertisment

ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ତାଙ୍କ ସଲ୍ଟ ଲେକ୍ ସ୍ଥିତ ଘରୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗୌତମ ରବୀନ୍ଦ୍ରନାଥ ଟାଗୋରଙ୍କ ‘ରକ୍ତ କରାବି’ ସମେତ ୮୦ରୁ ଅଧିକ ନାଟକର ନିର୍ଦ୍ଦେଶନା ଦେଇଥିଲେ। ନିର୍ଦ୍ଦେଶକ ଭାବେ ତାଙ୍କର ପ୍ରଥମ ବଙ୍ଗୀୟ ଚଳଚ୍ଚିତ୍ର ଥିଲା ‘ଭାଲୋ ଥେକୋ’, ଯାହା ୨୦୦୩ରେ ରିଲିଜ୍‌ ହୋଇଥିଲା।

ଗୌତମ ହଲଦର ହିଁ ବଲିଉଡ ତାରକା ଅଭିନେତ୍ରୀ ବିଦ୍ୟା ବାଲାନଙ୍କୁ ପ୍ରଥମ ବ୍ରେକ୍‌ ଦେଇଥିଲେ। ବିଦ୍ୟା ଗୌତମଙ୍କ ପ୍ରଥମ ଫିଲ୍ମ 'ଭାଲୋ ଥାକୋ'ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। 'ଭାଲୋ ଥାକୋ'ରେ ବିଦ୍ୟା ବାଲାନଙ୍କ ଅଭିନୟ ଦେଖିବା ପରେ ପ୍ରଦୀପ ସରକାର ଖୁବ ପ୍ରଭାବିତ ହୋଇଥିଲେ ଏବଂ ତାଙ୍କୁ ବଲିଉଡ୍‌ ଚଳଚ୍ଚିତ୍ର 'ପରିଣୀତା'ରେ ମୁଖ୍ୟ ଭୂମିକା ଦେଇଥିଲେ। ବିଦ୍ୟା ତାଙ୍କର ପ୍ରଥମ ଚଳଚ୍ଚିତ୍ରରୁ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିଥିଲେ ଏବଂ ଶ୍ରେଷ୍ଠ ଅଭିନେତ୍ରୀ ହୋଇଥିଲେ।

Advertisment

ଏହା ବ୍ୟତୀତ ଗୌତମ ୨୦୧୯ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ନିର୍ବାଣ'ରେ ରାଖୀ ଗୁଲଜାରଙ୍କ ପାଇଁ ନିର୍ଦ୍ଦେଶନା ଦେଇଥିଲେ। ଦର୍ଶକମାନେ ମଧ୍ୟ ଏହି ଚଳଚ୍ଚିତ୍ରକୁ ବହୁତ ପସନ୍ଦ କରିଥିଲେ।

ତାଙ୍କ ଦେହାନ୍ତରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁଃଖ ପ୍ରକାଶ କରିଛନ୍ତି। ସେ ଏକ୍ସ (ପୂର୍ବର ଟ୍ୱିଟର) ରେ ଲେଖିଛନ୍ତି, “ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଥିଏଟର ବ୍ୟକ୍ତିତ୍ୱ ଗୌତମ ହଲଦରଙ୍କ ଦେହାନ୍ତରେ ଦୁଃଖିତ। ତାଙ୍କର ଦେହାନ୍ତ କଳା ଜଗତ ପାଇଁ ଏକ ବଡ କ୍ଷତି।”

Advertisment

୧୯୯୯ରେ, ଗୌତମ ସରୋଦ ବାଦକ ଉସ୍ତାଦ୍ ଅମଜାଦ ଅଲି ଖାନଙ୍କ ଉପରେ ଏକ ଡକ୍ୟୁମେଣ୍ଟାରୀ ‘ଷ୍ଟ୍ରିଙ୍ଗ୍ ଫର୍ ଫ୍ରିଡମ୍’ ପ୍ରସ୍ତୁତ କରିଥିଲେ। ଗୌତମ ଅନେକ ବଙ୍ଗୀୟ କଳାକାରଙ୍କୁ ଉଚ୍ଚ ସ୍ତରକୁ ନେଇ ସେମାନଙ୍କ କ୍ୟାରିୟର ଗଢିଛନ୍ତି। ବଙ୍ଗଳା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଏବଂ ତାଙ୍କ ପ୍ରଶଂସକ ଏବଂ ଅନୁଗାମୀ ଗୌତମଙ୍କ ଦେହାନ୍ତରେ ଖୁବ୍ ଦୁଃଖିତ।

Bollywood Vidya Balan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ