Dipika Kakar
ସେଲିବ୍ରିଟିଙ୍କ ପିଛା ଛାଡୁନି କ୍ୟାନସର ଡିଜିଜ୍। ଜଣଙ୍କ ପରେ ଜଣେ ଷ୍ଟାର୍ ଏହି ଭୟଙ୍କର ରୋଗର ହେଉଛନ୍ତି ଶିକାର। ଏହି କ୍ରମରେ ଆଉ ଜଣେ ନାମି ଦାମୀ ଟିଭି ଆକ୍ଟ୍ରେସ କ୍ୟାନସରର କବଳିତ ହୋଇଥିବା ଖବର ସାମ୍ନାକୁ ଆସିଛି। ଜୀବନ, ମୃତ୍ୟୁ ସହ ଲଢୁଥିବା ଏହି ଅଭିନେତ୍ରୀ ହେଉଛନ୍ତି "ସସୁରାଲ ସିମର କା" ଫେମ୍ ଦୀପିକା କକ୍କର୍। ସେ ଏବେ କ୍ୟାନସରର ଦ୍ୱିତୀୟ ପର୍ଯ୍ୟାୟରେ। ତାଙ୍କୁ ଲିଭର୍ ବା ଯକୃତ କର୍କଟ ହୋଇଥିବା ନେଇ ଇନଷ୍ଟାଗ୍ରାମ ପୋଷ୍ଟରେ ଶେୟାର୍ କରିଛନ୍ତି ଦୀପିକା। ଏଥିସହ ସୁସ୍ଥତା ପାଇଁ ପ୍ରାର୍ଥନା କରିବାକୁ ନିବେଦନ କରିଛନ୍ତି।
ଅଧିକ ପଢ଼ନ୍ତୁ: ଇଦ୍ରେ ରୋମାଣ୍ଟିକ୍ ହେଲେ ଶୋଏବ ଇବ୍ରାହିମ-ଦୀପିକା କକ୍କର
କିଛି ଦିନ ହେବ ଦୀପିକା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା। ଫାରା ଖାନଙ୍କ ସେଲିବ୍ରିଟି ମାଷ୍ଟର ସେଫ୍ ଶୋ’କୁ ଅଧାରୁ ଛାଡ଼ିବା ପରେ ଅସୁସ୍ଥତା ନେଇ ଚର୍ଚ୍ଚା ହେଉଥିଲା। ଏହାପରେ ତାଙ୍କୁ ଟ୍ୟୁମର ହୋଇଥିବା କୁହା ଯାଉଥିଲା। ମାତ୍ର କ୍ୟାନସର ନେଇ ସେ ଏବେ ନିଜେ ସୂଚନା ଦେଇଛନ୍ତି। ଇନଷ୍ଟାଗ୍ରାମ ପୋଷ୍ଟ ଶେଆର୍ କରି ଦୀପିକା ଲେଖିଛନ୍ତି - ଆପଣମାନେ ସମସ୍ତେ ଜାଣନ୍ତି ନିକଟ ଅତୀତ ଆମ ପାଇଁ ଖୁବ୍ କଷ୍ଟକର ଥିଲା। ପେଟର ଉପର ଭାଗରେ ଏତେ ଯନ୍ତ୍ରଣା ହେଉଥିଲା ଯେ ଶେଷରେ ମୋତେ ଡାକ୍ତରଖାନା ଯିବାକୁ ପଡିଲା।
ପରୀକ୍ଷା ପରେ ଜଣାପଡିଛି ମୋ ଯକୃତରେ ଏକ ଟେନିସ୍ ବଲ୍ ଆକାରର ଟ୍ୟୁମର ହୋଇଛି, ଯାହା କର୍କଟର ଦ୍ୱିତୀୟ ପର୍ଯ୍ୟାୟ ଲକ୍ଷଣ। ସତ କହିବାକୁ ଗଲେ, ଏହା ମୋ ପାଇଁ ଏବଂ ମୋ ପରିବାର ପାଇଁ କଷ୍ଟକର ସମୟ। କିନ୍ତୁ ମୁଁ ନିରାଶ କି ହତାଶ ନୁହେଁ, ମୁଁ ନିଜକୁ ସକରାତ୍ମକ ଭାବନାରେ ରଖିଛି, ଯାହା ଦ୍ଵାରା ମୁଁ ଏହି ଗମ୍ଭୀର ରୋଗ ଉପରେ ବିଜୟୀ ହୋଇପାରିବି। ମୋତେ ଏବଂ ମୋ ପରିବାରକୁ ଆପଣମାନଙ୍କ ପ୍ରାର୍ଥନା ଆବଶ୍ୟକ। ମୋର ଭଗବାନଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ଅଛି, ମୁଁ ନିଶ୍ଚୟ ଏ ପରିସ୍ଥିତିରୁ ବାହାରି ଆସିବି।
ଦୀପିକାଙ୍କ ଏହି ପୋଷ୍ଟ ପରେ ଅନେକ ସେଲିବ୍ରିଟି ଏବଂ ପ୍ରଶଂସକ ତାଙ୍କୁ ସାନ୍ତ୍ୱନା ଦେଇଛନ୍ତି। କହି ରଖୁ ଯେ – ଦୀପିକା ଟିଭି ଇଣ୍ଟଷ୍ଟ୍ରିର ପ୍ରତିଷ୍ଠିତ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ। "ସସୁରାଲ ସିମର କା"ର ସିମର୍ ଭୂମିକାରେ ଦର୍ଶକଙ୍କ ଖୁବ୍ ପସନ୍ଦ ଆସିଥିଲେ ଦୀପିକା। ସଲମାନ ଖାନଙ୍କ ରିଆଲିଟି ଶୋ ବିଗ୍ ବସ୍ ସିଜିନ୍ ୧୨ର ବି ସେ ୱିନର୍ ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748420419.jpg)