Dimple Kapadia impressive look in Saas bahu aur flamingo
ମନୋରଞ୍ଜନ ଜଗତରେ ଡିମ୍ପଲ୍ କାପାଡିଆ ଏକ ଖାସ୍ ନା’। କ୍ୟାରିୟରର ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ନିଜ ଷ୍ଟାଇଲ୍ ଓ ଚେହେରାରେ ସମସ୍ତଙ୍କୁ ଆକର୍ଷିତ କରିଥିଲେ। ଏହା ପରେ ଯେତେବେଳେ ସେ ଫିଲ୍ମ ଦୁନିଆରେ ତାଙ୍କର ଦ୍ୱିତୀୟ ଇନିଂସ ଆରମ୍ଭ କଲେ, ସେ ଦମଦାର ଚରିତ୍ର ସହିତ ଖେଳିବାକୁ ଆରମ୍ଭ କଲେ।
ନିକଟରେ ଫିଲ୍ମ 'ପଠାନ'ରେ ନଜର ଆସିଥିବା ଡିମ୍ପଲ ଆଜିକାଲି ସୋସିଆଲ୍ ମିଡିଆ ରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ନିକଟରେ ତାଙ୍କର ନୂଆ ଧାରାବାହିକ 'ସାସ୍, ବହୁ ଔର୍ ଫ୍ଲାମିଙ୍ଗୋ'ର ଟ୍ରେଲର୍ ରିଲିଜ ହୋଇଛି ଏବଂ ଏହା ଇଣ୍ଟର୍ନେଟ୍ରେ ଭାଇରାଲ୍ ହେବାରେ ଲାଗିଛି। ଏହି ସିରିଜ୍ରେ ଡିମ୍ପଲ୍ଙ୍କ ଭିନ୍ନ ଅବତାର ସୋସିଆଲ୍ ପ୍ଲାଟ୍ଫର୍ମରେ ଟ୍ରେଣ୍ଡ୍ କରୁଛି।
ଅଧିକ ପଢ଼ନ୍ତୁ: ଏତେ କୋଟି ଦେଇ ନୂଆ ଆପାର୍ଟମେଣ୍ଟ୍ କିଣିଲେ ଆଲିଆ; ଭଉଣୀଙ୍କୁ ଉପହାର ଦେଲେ ୨ଟି ଫ୍ଲାଟ୍
'ସାସ୍, ବହୁ ଔର୍ ଫ୍ଲାମିଙ୍ଗୋ' ଏକ ମହିଳା କେନ୍ଦ୍ରିକ ଧାରାବାହିକ। ଏଥିରେ ଡିମ୍ପଲ୍ କାପାଡିଆ, ରାଧିକା ମଦାନ ଏବଂ ନାସିରୁଦ୍ଦିନ ଶାହା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଟ୍ରେଲର୍ରେ ଯାହା ସବୁଠାରୁ ଅଧିକ ଆକର୍ଷିତ କରୁଛି ତାହା ହେଉଛି ଡିମ୍ପଲ୍ଙ୍କ୍ ଲୁକ୍ ଏବଂ ଷ୍ଟାଇଲ୍।
ଟ୍ରେଲର୍ରେ ଡିମ୍ପଲ୍ଙ୍କ ମୁହଁରୁ ରାଜସ୍ଥାନୀ ଭାଷାର ସଂଳାପ ଶୁଣିବାକୁ ମିଳେ। ସେ ଏହି ଧାରାବାହିକରେ 'ରାନୀ ବା' ଭୂମିକାରେ ଅଛନ୍ତି। 'ରାନୀ ବା' ଫ୍ଲାମିଙ୍ଗୋ (ଡ୍ରଗ୍ସ) ବ୍ୟବସାୟ କରୁଥିବା ବେଳେ ତାଙ୍କ ଝିଅ ଏବଂ ବୋହୂ ତାଙ୍କୁ ଏଥିରେ ସମର୍ଥନ କରନ୍ତି। ଏହି ସିରିଜ୍ରେ ଡିମ୍ପଲ୍ ଜଣେ ଦମଦାର ମହିଳା ଭୂମିକାରେ ନଜର ଆସିଛନ୍ତି।
ହୋମି ଅଦଜାନିଆଙ୍କ ନିର୍ଦ୍ଦେଶିତ ଏହି ସିରିଜ୍ରେ ଦୀପକ ଡୋବ୍ରିଆଲ, ଅଙ୍ଗିରା ଧର, ଜିମିତ ତ୍ରିବେଦୀ ଏବଂ ଇଶ ତଲୱାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ୧ ମିନିଟ୍ ୩୫ ସେକେଣ୍ଡର ଏହି ଟ୍ରେଲରରେ, ସିରିଜର ସମସ୍ତ ଚରିତ୍ର ଆକର୍ଷଣୀୟ ଲଗୁଛନ୍ତି ଏବଂ ସମସ୍ତଙ୍କ ଷ୍ଟାଇଲ୍ ଦର୍ଶକଙ୍କୁ ଆକର୍ଷିତ କରୁଛି। ଏହି ସିରିଜ୍ ୫ ମେ’ରେ ମୁକ୍ତିଲାଭ କରିବ। ଏହି କ୍ରାଇମ୍ ଡ୍ରାମାରେ ଡିମ୍ପଲ୍ କାପାଡିଆଙ୍କ ଚରିତ୍ରର ବିଭିନ୍ନ ଦିଗ ଦେଖିବାକୁ ମିଳିବ।
ଏହି ୱେବ୍ ସିରିଜ୍କୁ ନେଇ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର ଧରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682505410.jpg)