Advertisment

ଶାହରୁଖ ଓ ସଲମାନଙ୍କ ଡାଏଟ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଶାହରୁଖ ଖାନ୍ ଓ ସଲମାନ ଖାନ୍ ବଲିଉଡ୍ ଇଣ୍ଡଷ୍ଟ୍ରୀର ସବୁଠାରୁ ବଡ ଷ୍ଟାର୍। ଏହି ଦୁହିଁଙ୍କ ଫିଲ୍ମ ଯଦି ପରଦାକୁ ଚାଲିଆସେ ତେବେ ଟିକେଟ୍ ବ୍ଲାକ୍‌ ହେବା ଥୟ। ଲୋକେ ଏମାନଙ୍କ ଫିଲ୍ମକୁ ଉତ୍ସାହର ସହିତ ଚାହିଁ ବସିଥାନ୍ତି। ଲୋକେ ସେମାନଙ୍କ ଫିଲ୍ମକୁ ତ ପସନ୍ଦ କରନ୍ତି ଏହା ସହିତ ସେମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ ଜାଣିବା ପାଇଁ ସବୁବେଳେ ଆଗ୍ରହୀ ଥାଆନ୍ତି। ଏହି ଦୁଇ ଅଭିନେତା ଆଲିଶାନ ଘରେ ରହିବା ସହ ଆଭିଜାତ୍ୟ ସମ୍ପନ୍ନ ଜୀବନ ଜୀଅନ୍ତି।

ଅଦ୍ୟତନ ହୋଇଛି
Salman-Shahrukh

Salman-Shahrukh

Advertisment

ନୂଆଦିଲ୍ଲୀ : ଶାହରୁଖ ଖାନ୍ ଓ ସଲମାନ ଖାନ୍ ବଲିଉଡ୍ ଇଣ୍ଡଷ୍ଟ୍ରୀର ସବୁଠାରୁ ବଡ ଷ୍ଟାର୍। ଏହି ଦୁହିଁଙ୍କ ଫିଲ୍ମ ଯଦି ପରଦାକୁ ଚାଲିଆସେ ତେବେ ଟିକେଟ୍ ବ୍ଲାକ୍‌ ହେବା ଥୟ। ଲୋକେ ଏମାନଙ୍କ ଫିଲ୍ମକୁ ଉତ୍ସାହର ସହିତ ଚାହିଁ ବସିଥାନ୍ତି। ଲୋକେ ସେମାନଙ୍କ ଫିଲ୍ମକୁ ତ ପସନ୍ଦ କରନ୍ତି ଏହା ସହିତ ସେମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ ଜାଣିବା ପାଇଁ ସବୁବେଳେ ଆଗ୍ରହୀ ଥାଆନ୍ତି। ଏହି ଦୁଇ ଅଭିନେତା ଆଲିଶାନ ଘରେ ରହିବା ସହ ଆଭିଜାତ୍ୟ ସମ୍ପନ୍ନ ଜୀବନ ଜୀଅନ୍ତି। ଏହା ତ ସମସ୍ତେ ଜାଣିଥିବେ। କିନ୍ତୁ ସେମାନଙ୍କ ପ୍ରଶଂସକ ନିଶ୍ଚିତ ଜାଣିବାକୁ ଚାହୁଁଥିବେ ଯେ ଏହି ଦୁଇ ସୁପରଷ୍ଟାରଙ୍କ ଦୈନନ୍ଦୀନ ଜୀବନ କିପରି ହୋଇଥାଏ।

Advertisment
Salman Khanସଲମାନ ଖାନ୍

ବର୍ତ୍ତମାନ ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ଫରାହ ଖାନ୍ ପ୍ରକାଶ କରିଛନ୍ତି ଯେ ଶାହରୁଖ ଖାନ ଓ ସଲମାନ ଖାନ କ’ଣ ଖାଇବାକୁ ପସନ୍ଦ କରନ୍ତି। ଡିସ୍‌କଭରୀ ଚାନେଲରେ ପ୍ରସାରିତ ‘ଷ୍ଟାର୍ ଭର୍ସେସ୍ ଫୁଡ୍ ସିଜନ ୨’ ରେ ଫରାହ ଖାନ୍ ସଲମାନ ଖାନ ଓ ଶାହରୁଖ ଖାନଙ୍କ ଖାଇବା ଆଦତ ବିଷୟରେ କହିଛନ୍ତି। ଏହି ଶୋ’ରେ ଫରାହ ଖାନଙ୍କ ସହିତ ଅନିଲ କପୁର, ମହୀପ୍ କପୁର୍ ଓ ଅରବାଜ ଖାନ୍ ନଜର ଆସିଥିଲେ।

Advertisment

‘ଷ୍ଟାର୍ ଭର୍ସେସ୍ ଫୁଡ୍ ସିଜନ ୨’ ର ଗଲା ଏପିସୋଡ୍‌ରେ ଅନିଲ୍ କପୁର ରୋଷେଇ କରୁଥିବା ନଜର ଆସିଥିଲେ। ଅନିଲ୍ ନିଜ ରୋଷେଇ ଦ୍ୱାରା ଫରାହ, ମହୀପ ଓ ଅରବାଜଙ୍କୁ ଖୁସି କରିବା ନେଇ ଚେଷ୍ଟା କରିଥିଲେ। ତେବେ ଏହି ସମୟରେ ସେ ଫରାହ ଖାନଙ୍କୁ ଶାହରୁଖ ଖାନ ଓ ସଲମାନ ଖାନଙ୍କ ବିଷୟରେ ପଚାରିଥିଲେ। ଫରାହ କହିଥିଲେ ଯେ ସଲମାନ୍ ଖାନ ଏଭଳି ଜଣେ ଷ୍ଟାର୍ ଯାହାଙ୍କୁ ମୁଁ ଭଲ ଭାବେ ଜାଣେ। ସେ ସବୁକିଛି ଖାଆନ୍ତି। ତେବେ ମୁଁ ଶାହରୁଖ ଖାନଙ୍କ ସହିତ ବି ଅନେକ ଦିନ କାମ କରିଛି, ହେଲେ ସେ ସବୁବେଳେ ତନ୍ଦୁରୀ ଚିକେନ୍ ହିଁ ଖାଇବାକୁ ପସନ୍ଦ କରନ୍ତି।

Salman Khanସଲମାନ୍ ଖାନ୍

ଫରାହ ଶାହରୁଖଙ୍କ ବିଷୟରେ ଆହୁରି କହିଛନ୍ତି ଯେ “ନା ସେ ଭାତ ଖାଆନ୍ତି ନା ରୁଟି, ବ୍ରେଡ ଖାଇବା ତ ମୁଁ ଦେଖିନି। କିନ୍ତୁ ସଲମାନ ଖାନ୍ ଭାତ, ବିରିୟାନୀ, ଛୋଲେ ସବୁ ଖାଇବା ଦେଖିଛି।”

Advertisment

ଅଧିକ ପଢ଼ନ୍ତୁ : ବିରାଟ କୋହଲିଙ୍କୁ ପରିବାଠାରୁ ଅଣ୍ଡା ପର୍ଯ୍ୟନ୍ତ ସବୁ ପସନ୍ଦ, ଏମିତି ରହିଛି ତାଙ୍କ ଡାଏଟ୍ ଚାର୍ଟ

ଏହି ଶୋ’ରେ ଅନିଲ କପୁର ମଧ୍ୟ ନିଜର ଦୈନନ୍ଦୀନ ଡାଏଟ୍ ବିଷୟରେ କହିଥିଲେ। ସେ କହିଥିଲେ ଯେ ସେ ତାଙ୍କର ଦିନ ଅଣ୍ଡା ଓ ଟୋଷ୍ଟରୁ ଆରମ୍ଭ କରିଥାନ୍ତି। ସେ ଯଦି କାମ ଉପରେ ଥାଆନ୍ତି ତେବେ ଲଞ୍ଚ କରନ୍ତି ନାହିଁ। କିନ୍ତୁ ଘରେ ଥିଲେ ଲଞ୍ଚ କରିଥାନ୍ତି। ତେବେ ଲଞ୍ଚରେ ସେ ଭାତ, ଚିକେନ୍, ମାଛ ଆଦି ଖାଇବାକୁ ପସନ୍ଦ କରନ୍ତି।

Bollywood Entertainment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ