Advertisment

Passes Away: ମନୋରଂଜନରେ ଦୁଃଖ; ଚାଲିଗଲେ ‘ଧରତୀପୁତ୍ର ନନ୍ଦିନୀ’ର ଏହି ଅଭିନେତା

ଏକ ସଡକ ଦୁର୍ଘଟଣାରେ ଅଭିନେତା ଅମନ ଜୟସୱାଲ ମାତ୍ର ୨୩ ବର୍ଷ ବୟସରେ ଏ ଦୁନିଆ ଛାଡିଛନ୍ତି। ଅଭିନେତାଙ୍କ ଦୁଃଖଦ ମୃତ୍ୟୁ ତାଙ୍କ ପ୍ରଶଂସକଙ୍କୁ ଚକିତ କରିଦେଇଛି।

actor aman jaiswal passed away in road accident

actor aman jaiswal passed away in road accident

Advertisment

ଟିଭି ଦୁନିଆରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ସଡକ ଦୁର୍ଘଟଣାରେ ଲୋକପ୍ରିୟ ଅଭିନେତା ଅମନ ଜୟସୱାଲଙ୍କ ମୃତ୍ୟୁ ହୋଇଛି। ସେ ଟିଭି ଧାରାବାହିକ 'ଧରତୀପୁତ୍ର ନନ୍ଦିନୀ' ପାଇଁ ଜଣାଶୁଣା ଥିଲେ। ଏକ ସଡକ ଦୁର୍ଘଟଣାରେ ଅଭିନେତା ମାତ୍ର ୨୩ ବର୍ଷ ବୟସରେ ଏ ଦୁନିଆ ଛାଡିଛନ୍ତି। ଅଭିନେତାଙ୍କ ଦୁଃଖଦ ମୃତ୍ୟୁ ତାଙ୍କ ପ୍ରଶଂସକଙ୍କ ସମେତ ସମସ୍ତଙ୍କୁ ଚକିତ କରିଦେଇଛି।

Advertisment

ଏକ ରିପୋର୍ଟ ଅନୁଯାୟୀ, ‘ଧରତୀପୁତ୍ର ନନ୍ଦିନୀ’ ସିରିଏଲର ଲେଖକ ଧୀରଜ ମିଶ୍ରା ଏହି ଅଭିନେତାଙ୍କ ମୃତ୍ୟୁ ବିଷୟରେ କହିଛନ୍ତି। ସେ କହିଛନ୍ତି, ଅମନ ଏକ ଅଡିସନ୍‌ ପାଇଁ ଯାଉଥିଲେ ଏବଂ ଏହି ସମୟରେ ଯୋଗେଶ୍ୱରୀ ରାଜପଥରେ ଏକ ଟ୍ରକ୍‌ ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା।

ସଡକ ଦୁର୍ଘଟଣା ପରେ ଅଭିନେତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ଦୁର୍ଘଟଣାର ଅଧ ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଅମନଙ୍କ ବିୟୋଗ ତାଙ୍କ ସିରିଏଲ୍‌ର ପୁରା ଟିମ୍‌କୁ ଦୁଃଖ ଦେଇଛି।

Advertisment


ସାଙ୍ଗ କହିଲେ…

ଅମନଙ୍କ ବନ୍ଧୁ ଅଭିନେଶ ମିଶ୍ରା ଏକ ବିବୃତ୍ତିରେ କହିଛନ୍ତି ଯେ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ପହଞ୍ଚିବାର ଅଧ ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଥିଲା।

ଦୁର୍ଘଟଣା ସମୟରେ ଅଭିନେତା ଏକ ଅଡିସନ୍ ପାଇଁ ସ୍କ୍ରିନ୍ ଟେଷ୍ଟ୍ ସୁଟ୍ କରିବାକୁ ସେଟ୍‌କୁ ଯାଉଥିଲେ। ଏହି ସମୟରେ ସେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଅଭିନେତାଙ୍କ ପରିବାରରୁ କୌଣସି ଅଫିସିଆଲ୍ ମତ ଆସିନାହିଁ।

Advertisment


ବାପାମାଆଙ୍କୁ ଝଟ୍‌କା:

ପୁଅର ମୃତ୍ୟୁ ଖବର ଶୁଣିବା ପରେ ଅମନଙ୍କ ବାପାମାଆ ବେହୋସ୍ ହୋଇଯାଇଥିଲେ। ଅମନ ଜୟସୱାଲ ଉତ୍ତରପ୍ରଦେଶର ବାଲିୟାରେ ରୁହନ୍ତି। ତାଙ୍କ ବାପା ଜଣେ ବ୍ୟବସାୟୀ ହୋଇଥିବା ବେଳେ ଦାଦା ବ୍ୟବସାୟୀ ସଂଘର ସଭାପତି। ଅମନଙ୍କ ନିଜ ଘର ବେଲ୍‌ଥରା ରୋଡ୍‌ର ସେକ୍ଟର-୫ରେ। ଅମନ ଶେଷ ଥର ପାଇଁ ଦିପାବଳୀ ବେଳେ ତାଙ୍କ ପୈତୃକ ବାସଭବନକୁ ଯାଇଥିଲେ।

ପ୍ରଥମ ମୁଖ୍ୟ ଭୂମିକା:

୨୦୨୩ ମସିହାରେ ଟିଭି ଧାରାବାହିକ ‘ଧରତୀପୁତ୍ର ନନ୍ଦିନୀ’ ସିରିଜରେ ଟିଭି ଅଭିନେତା ଅନନ ଜୟସୱାଲଙ୍କୁ ଦେଖିବାକୁ ମିଳିଥିଲା। ସେ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହାପୂର୍ବରୁ ମଧ୍ୟ ଅଭିନେତା ଅନେକ ଲୋକପ୍ରିୟ ସିରିଏଲରେ ଛୋଟ ଛୋଟ ଭୂମିକାରେ ଅଭିନୟ କରିଥିଲେ। ଏଥିରେ ‘ଉଡାରିୟାଁ’ ଏବଂ ‘ପୁଣ୍ୟଶ୍ଲୋକ ଅହିଲ୍ୟାବାଈ’ ନା’ ମଧ୍ୟ ରହିଛି।


ବାଇକ୍ ଚଳାଇବାକୁ ଭଲ ପାଉଥିଲେ:

ଅଭିନେତା ଅମନଙ୍କ ପ୍ରଶଂସକମାନେ ଜାଣନ୍ତି ଯେ ସେ ବାଇକ୍ ଚଳାଇବାକୁ ଖୁବ ଭଲ ପାଉଥିଲେ। ଇନ୍‌ଷ୍ଟାଗ୍ରାମ୍‌ରେ ଥିବା ତାଙ୍କର ଅଧିକାଂଶ ଭିଡିଓରେ ସେ ବାଇକ୍ ଚଲାଇଥିବାର ନଜର ଆସିଛନ୍ତି। ସେ ପ୍ରାୟତଃ ବାଇକ୍‌ରେ ହିଁ ସବୁଆଡେ ଯାଉଥିଲେ।

ଅଭିନେତାଙ୍କ ଦେହାନ୍ତରେ ସମସ୍ତେ ମନୋରଂଜନ ଦୁନିଆରେ ଦୁଃଖ ଖେଳିଯାଇଛି। ବୋଧହୁଏ ଏ ଦୁନିଆରେ ତାଙ୍କର ଯାତ୍ରା କମ୍ ବୟସରେ ସୀମିତ ଥିଲା।

Passes Away
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ