Dharmendra remarried hema malini on 44 wedding anniversary
ଭାଇରାଲ୍ ହେଉଛନ୍ତି ହେମା-ଧର୍ମେନ୍ଦ୍ର। ୪୪ ତମ ବିବାହ ବାର୍ଷିକୀରେ ଧର୍ମେନ୍ଦ୍ର ଏବଂ ହେମା ମାଳିନୀ ପୁଣି ଥରେ ବିବାହ କରିଥିଛନ୍ତି ଆଉ ବରଣମାଳ ପିନ୍ଧିଛନ୍ତି। ଏନେଇ ଏହି ଗୋଲ୍ଡେନ୍ ଦମ୍ପତିଙ୍କ ଫଟୋ ଇଣ୍ଟରନେଟରେ ଭାଇରାଲ ହେଉଛି। ଏହାକୁ ଦେଖି କୁହାଯାଉଛି ଯେ ସେମାନଙ୍କ ବିବାହ ବାର୍ଷିକୀ ଅବସରରେ ସେମାନେ ପରସ୍ପରଙ୍କ ସହ ରହିବା ନେଇ ପୁଣି ଥରେ ଶପଥ ନେଇଛନ୍ତି ଏବଂ ଅଗ୍ନିକୁ ସାକ୍ଷୀ ରଖିଛନ୍ତି।
ହେମା ମାଳିନୀ ମଧ୍ୟ ଧର୍ମେନ୍ଦ୍ର ସହ ତାଙ୍କର ୪୪ତମ ବିବାହ ବାର୍ଷିକୀ ପାଳନ କରୁଥିବା ସମୟର ଫଟୋ ଶେୟାର କରିଛନ୍ତି ଏବଂ ଲେଖିଛନ୍ତି ଯେ ଏହା ଠାରୁ ସେ ଆଉ ବା କ’ଣ ଅଧିକ ଆଶା କରିଥାନ୍ତେ। ଧର୍ମେନ୍ଦ୍ର ପ୍ରକାଶ କୌରଙ୍କ ସହିତ ବୈବାହିକ ଜୀବନ ବିତାଉଥିବା ସତ୍ତ୍ୱେ ୧୯୮୦ରେ ହେମାଙ୍କୁ ବିବାହ କରିଥିଲେ।
ସେତେବେଳେ ମଧ୍ୟ ଧର୍ମେନ୍ଦ୍ରଙ୍କ ପିଲାମାନେ ବିବାହ ଉତ୍ସବରେ ଯୋଗ ଦେଇ ନଥିଲେ ଏବଂ ଏବେ ମଧ୍ୟ, ୪୪ବର୍ଷ ପରେ, ଯେତେବେଳେ ହେମା-ଧର୍ମେନ୍ଦ୍ର ପୁନର୍ବାର ବିବାହ କରିଛନ୍ତି ସନ୍ନି ଦେଓଲ୍ ଏବଂ ବବି ଦେଓଲ୍ ଏହି ଉତ୍ସବରେ ଅଂଶଗ୍ରହଣ କରି ନାହାନ୍ତି।
ଏକ ବିଶେଷ ସୂତ୍ରରୁ ଜଣାପଡିଛି ଯେ ଧରମ ପାଜି ଚାହୁଁଥିଲେ ଯେ ତାଙ୍କ ପୁଅମାନେ ଏହି ବିବାହ ଉତ୍ସବରେ ଯୋଗ ଦିଅନ୍ତୁ କିନ୍ତୁ ସେମାନଙ୍କର କାମ ପ୍ରତିଶ୍ରୁତି କାରଣରୁ ସନ୍ନି ଏବଂ ବବି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପାରିଲେ ନାହିଁ।
ସୂଚନାରୁ ଜଣାପଡିଛି ଯେ "ଦେଓଲ ପରିବାରରେ ବହୁତ କିଛି ବଦଳି ଯାଇଛି। ଆଜି ସନ୍ନି ଓ ବବିଙ୍କର ହେମା ମାଳିନୀ ଏବଂ ଭଉଣୀ ଈଶା ଏବଂ ଅହାନା ଦେଓଲଙ୍କ ସହ ବହୁତ ଭଲ ବଣ୍ଡିଂ ଅଛି। କାରଣ ନିକଟରେ ଦେଖାଯାଇଥିଲା ଯେ ‘ଗଦର ୨’ର ସଫଳତାକୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତେ ହସି ହସି ଫଟୋ ଉଠାଇଥିଲେ।
ବର୍ତ୍ତମାନ ମେ ୨ ସନ୍ଧ୍ୟାରେ ଧର୍ମେନ୍ଦ୍ର ଏବଂ ହେମା ସେମାନଙ୍କର ୪୪ ତମ ବିବାହ ବାର୍ଷିକୀ ପାଳନ କରୁଥିଲେ କିନ୍ତୁ ସନ୍ନି ଏବଂ ବବି ନିଜ ନିଜ ଚଳଚ୍ଚିତ୍ରର ସୁଟିଂରେ ବ୍ୟସ୍ତ ଥିବାରୁ ଏଠାକୁ ଆସିପାରି ନଥିଲେ। ବବି ଦେଓଲ ମଧ୍ୟ ସହରରେ ନାହାଁନ୍ତି, ସେ ଏବେ ଇଟାଲୀରେ ଅଛନ୍ତି। ସନ୍ନି ଦେଓଲ ମଧ୍ୟ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ସହ ତାଙ୍କ ଫିଲ୍ମ ଲାହୋର ୧୯୪୭ର ଏକ ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟର ସୁଟିଂରେ ବ୍ୟସ୍ତ ଥିଲେ।
ସୂତ୍ରରୁ ଜଣାପଡିଛି ଯେ ଏବେ ସନ୍ନି ଆଉ ବବି, ହେମା ଏବଂ ସେମାନଙ୍କ ଭଉଣୀମାନଙ୍କୁ ଭେଟିବାକୁ ଆସୁଛନ୍ତି କିନ୍ତୁ ସେମାନଙ୍କ ଉପରେ ଗଣମାଧ୍ୟମର ନିରନ୍ତର ଧ୍ୟାନକୁ ସେମାନ ପସନ୍ଦ କରନ୍ତି ନାହିଁ କାରଣ ସେମାନେ ଏହାକୁ ବ୍ୟକ୍ତିଗତ ରଖିବାକୁ ଚାହାନ୍ତି। ଈଶା ନିଜ ବାପାମାଆ ଧର୍ମେନ୍ଦ୍ର ଏବଂ ହେମାଙ୍କ ୪୪ତମ ବିହାହ ବାର୍ଷିକ ଉତ୍ସବର ଦୁଇଟି ଫଟୋ ଶେୟାର କରିଛନ୍ତି ଏବଂ ସେମାନଙ୍କ ପ୍ରତି ନିଜର ଖୁବ ଭଲ ପାଇବା ପ୍ରକାଶ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1714807728.jpg)