Advertisment

ଏମିତି ହୋଇଥିଲା ପରିସ୍ଥିତି ଯେତେବେଳେ ଧର୍ମେନ୍ଦ୍ର ତାଙ୍କ ପୁଅର ଗାର୍ଲ ଫ୍ରେଣ୍ଡକୁ କିସ୍ କଲେ…

'ରକୀ ଔର୍ ରାନୀ କି ପ୍ରେମ୍‌ କାହାନି'ରେ ଧର୍ମେନ୍ଦ୍ର ଏବଂ ଶବାନା ଆଜମୀଙ୍କ କିସ୍ ସିନ୍‌କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। କିନ୍ତୁ କିସ୍ ସିନ୍ ଦେଇ ଚର୍ଚ୍ଚାରେ ରହିବା ଧର୍ମେନ୍ଦ୍ରଙ୍କ ପାଇଁ ଏହା ପ୍ରଥମ ନୁହେଁ। ଯେତେବେଳେ ସନୀ ଦେଓଲଙ୍କ ଗାର୍ଲ ଫ୍ରେଣ୍ଡକୁ ଧର୍ମେନ୍ଦ୍ର କିସ୍ ଦେଇଥିଲେ ସେତେବେଳେ…

Dharmendra kissing scene with son sunny deol rumoured girlfriend shocked everyone

Dharmendra kissing scene with son sunny deol rumoured girlfriend shocked everyone

Advertisment

ଆଲିଆ ଭଟ୍ଟ ଏବଂ ରଣବୀର ସିଂହଙ୍କ ଅଭିନୀତ 'ରକୀ ଔର୍ ରାନୀ କି ପ୍ରେମ୍‌ କାହାନି' ରିଲିଜ୍ ହେବା ଦିନଠାରୁ କେବଳ ଗୋଟିଏ କଥାକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଛି। ତାହା ହେଉଛି ୮୭ ବର୍ଷିୟ ଧର୍ମେନ୍ଦ୍ର ଏବଂ ୭୨ ବର୍ଷିୟା ଶବାନା ଆଜମୀଙ୍କ କିସ୍। ଉଭୟ କଳାକାରଙ୍କ କିସ୍‌ ସିନ୍‌ ଏବେ ସବୁ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଏହା ଉପରେ ଭେଟେରାନ୍ ଅଭିନେତା ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି।

Advertisment

ତେବେ ଧର୍ମେନ୍ଦ୍ର ପ୍ରଥମ ଥର ପାଇଁ ଏହି କିସ୍ ସିନ୍ ଦେଇ ନାହାଁନ୍ତି। ଏହାପୂର୍ବରୁ ମଧ୍ୟ ଅଭିନେତା କିସ୍ ସିନ୍‌ ଦେଇ ଅନେକ ଥର ହଇଚଇ ସୃଷ୍ଟି କରିଛନ୍ତି। ସେ 'ଲାଇଫ୍ ଇନ୍ ମେଟ୍ରୋ'ରେ ନଫିସା ଅଲିଙ୍କ ସହ ଏକ କିସ୍ ସିନ୍ ଦେଇଥିଲେ। କିନ୍ତୁ, ସବୁଠାରୁ ଚର୍ଚ୍ଚିତ ଥିଲା ତାଙ୍କର 'ଦୁଷ୍ମନ ଦେବତା' ଫିଲ୍ମର କିସ୍ ସିନ୍। ଏଥିରେ ଧର୍ମେନ୍ଦ୍ର ଯେଉଁ ଅଭିନେତ୍ରୀଙ୍କୁ କିସ୍ ଦେଇଥିଲେ ସେତେବେବେଳେ ତାଙ୍କ ନା’ ତାଙ୍କ ପୁଅ ସନୀ ଦେଓଲଙ୍କ ସହ ଜଡିତ ଥିଲା।

୧୯୯୧ ମସିହାରେ ମୁକ୍ତିଲାଭ କରିଥିବା 'ଦୁଷ୍ମନ ଦେବତା'ରେ ଅଭିନେତ୍ରୀ ଡିମ୍ପଲ୍ କପାଡିଆଙ୍କ ସହ ଏକ କିସ୍ ସିନ୍ ଦେଇ ଧର୍ମେନ୍ଦ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଧର୍ମେନ୍ଦ୍ର ଯେତେବେଳେ ଡିମ୍ପଲ୍‌ଙ୍କ ସହ କିସ୍ ସିନ୍ ଦେଇଥିଲେ ସେତେବେଳେ ଅଭିନେତ୍ରୀଙ୍କ ନାମ ସନୀ ଦେଓଲଙ୍କ ସହିତ ଲଗାତାର ଭାବେ ଜଡ଼ିତ ଥିଲା। ସେତେବେଳେ ଦିନ ସନୀ ଦେଓଲ୍ ଏବଂ ଡିମ୍ପଲ୍ କପାଡିଆଙ୍କ ସଂପର୍କକୁ ନେଇ ଜବରଦସ୍ତ ଆଲୋଚନା ହେଉଥିଲା। ଏଭଳି ପରିସ୍ଥିତିରେ ଧର୍ମେନ୍ଦ୍ର ଡିମ୍ପଲଙ୍କ ସହ ଏକ କିସ୍ ସିନ୍ ଦେଇ ସବୁଆଡେ ଆଲୋଡ଼ନ ସୃଷ୍ଟି କରିଦେଇଥିଲେ।

Advertisment

ଉଭୟଙ୍କର ଏହି କିସ୍ ସିନ୍ ଅନେକଙ୍କ ହଜମ ମଧ୍ୟ ହେଉ ନଥିଲା। ଯେତେବେଳେ ଲୋକମାନେ ଧର୍ମେନ୍ଦ୍ର ଏବଂ ଡିମ୍ପଲଙ୍କ କିସ୍ ସିନ୍ ଦେଖିଲେ ଆଲୋଚନାର ସୀମା ରହି ନଥିଲା। ଧର୍ମେନ୍ଦ୍ରଙ୍କ ଏହି କିସ୍ ସିନ୍ ଅନେକ ଆଲୋଡ଼ନ ସୃଷ୍ଟି କରିଥିଲା।

ଅନ୍ୟପକ୍ଷରେ, ସନୀ ଦେଓଲ୍ ଏବଂ ଡିମ୍ପଲ୍ କପାଡିଆଙ୍କ ସମ୍ପର୍କ ଆଜି ମଧ୍ୟ ସିନେ ଇଣ୍ଡଷ୍ଟ୍ରି ପାଇଁ ଏକ ରହସ୍ୟଠାରୁ କମ୍ ନୁହେଁ। କିଛି ବର୍ଷ ପୂର୍ବେ, ୨୦୧୭ରେ, ଉଭୟଙ୍କ ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା, ଯେଉଁଥିରେ ଉଭୟ ମୋନାକୋରେ ଏକାଠି ଦେଖାଯାଇଥିଲେ। ଏହି ଫଟୋରେ ଦୁହେଁ ମଧ୍ୟ ପରସ୍ପରର ହାତ ଧରିଥିଲେ। ତେବେ, ଉଭୟ ଏହି ଫଟୋ ଉପରେ କୌଣସି ପ୍ରତିକ୍ରିୟା ଦେଇ ନଥିଲେ।

Advertisment

ଧର୍ମେନ୍ଦ୍ର ଏବଂ ଶବାନା ଆଜମୀଙ୍କ କିସ୍ ସିନ୍‌କୁ ନେଇ ଚର୍ଚ୍ଚା ଚାଲୁଥିବା ବେଳେ ଏହା ଉପରେ ପ୍ରତିକ୍ରିୟା ଦେଇ ଧର୍ମେନ୍ଦ୍ର କହିଥିଲେ- “ଶୁଣିବାକୁ ମିଳୁଛି ଯେ ଶବାନା ଏବଂ ମୋର କିସ୍ ସିନ୍ ଦର୍ଶକଙ୍କୁ ଚକିତ କରିଦେଇଛି ଏବଂ ଏହା ସହିତ ସେମାନେ ମଧ୍ୟ ଏହାକୁ ପ୍ରଶଂସା କରୁଛନ୍ତି। ମୁଁ ଭାବୁଛି ଲୋକମାନେ ଏହା ଆଶା କରି ନଥିଲେ ଏବଂ ଏହା ହଠାତ୍ ଆସିଥିଲା, ତେଣୁ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଶେଷ ଥର ପାଇଁ ମୁଁ 'ଲାଇଫ୍ ଇନ୍ ମେଟ୍ରୋ'ରେ ନଫିସା ଅଲିଙ୍କ ସହ ଏକ କିସ୍ ସିନ୍ ଦେଇଥିଲି ଏବଂ ସେତେବେଳେ ମଧ୍ୟ ଲୋକମାନେ ଏହାକୁ ପ୍ରଶଂସା କରିଥିଲେ।”

Bollywood Dharmendra Sunny Deol Dimple Kapadia Shabana Azmi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ