Advertisment

Dharmendra: ହେମାଙ୍କ ପାଇଁ ୧୦୦ରୁମ୍ ବିଶିଷ୍ଟ ପୂରା ଡାକ୍ତରଖାନା ବୁକ୍ କରିଦେଇଥିଲେ ଧର୍ମେନ୍ଦ୍ର, ଜାଣନ୍ତୁ କାହିଁକି…

ସୋସିଆଲ ମିଡିଆରେ ହେମା ମାଲିନୀଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ହେମା ମାଲିନୀଙ୍କ ବନ୍ଧୁ କହୁଛନ୍ତି ଯେ ଈଶା ଦେଓଲଙ୍କ ଜନ୍ମ ଅବସରରେ ଧର୍ମେନ୍ଦ୍ର ପୂରା ଡାକ୍ତରଖାନା ବୁକ୍ କରିଦେଇଥିଲେ। ସେହି ଡାକ୍ତରଖାନାରେ ୧୦୦ଟି କୋଠରୀ ଥିଲା। ହେଲେ ଧର୍ମେନ୍ଦ୍ର ଏମିତି କାହିଁକି କରିଥିଲେ ଜାଣନ୍ତୁ…

ଅଦ୍ୟତନ ହୋଇଛି
Dharmendra booked entire 100-room hospital for Hema Malini before Esha Deol's birth

Dharmendra booked entire 100-room hospital for Hema Malini before Esha Deol's birth

Advertisment

ବଲିଉଡ୍‌ ଅଭିନେତା ଧର୍ମେନ୍ଦ୍ର ଏବଂ ଅଭିନେତ୍ରୀ ହେମା ମାଲିନୀଙ୍କ ଯୋଡି ବହୁତ ଲୋକପ୍ରିୟ ଏବଂ ସେମାନଙ୍କ ସମ୍ପର୍କ ଏବଂ ବିବାହକୁ ନେଇ ଅନେକ କାହାଣୀ ଅଛି। ନିକଟରେ ସୋସିଆଲ ମିଡିଆରେ ହେମା ମାଲିନୀଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ତାଙ୍କର ଏହି ଭିଡିଓ ଅଭିନେତା ଫାରୁକ୍ ଶେଖ୍‌ଙ୍କ ଚାଟ୍ ଶୋ’ରୁ ଆସିଥିଲା। ଏହି ଭିଡିଓରେ ହେମା ମାଲିନୀଙ୍କ ବନ୍ଧୁ କହୁଛନ୍ତି ଯେ ଈଶା ଦେଓଲଙ୍କ ଜନ୍ମ ଅବସରରେ ଧର୍ମେନ୍ଦ୍ର ପୂରା ଡାକ୍ତରଖାନା ବୁକ୍ କରିଦେଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେହି ଡାକ୍ତରଖାନାରେ ୧୦୦ଟି କୋଠରୀ ଥିଲା।

Advertisment

ଏହା ପରେ ହେମା ତାଙ୍କ ବନ୍ଧୁଙ୍କ ପାଇଁ କୁହନ୍ତି ଯେ ଜନ୍ମ ପରେ ଏହି ବନ୍ଧୁ ହିଁ ପ୍ରଥମେ ତାଙ୍କ ଝିଅର ଚେହେରା ଦେଖିଥିଲେ। ଧର୍ମେନ୍ଦ୍ର ତାଙ୍କର ପୂରା କ୍ୟାରିୟରରେ ଫିଲ୍ମ ଓ ପରିବାରକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ସେ ଦୁଇଟି ବିବାହ କରିଛନ୍ତି। ଧର୍ମେନ୍ଦ୍ରଙ୍କ ପ୍ରଥମ ପତ୍ନୀ କୌର ହୋଇଥିବାବେଳେ ଦ୍ୱିତୀୟ ପତ୍ନୀ ହେଉଛନ୍ତି ଭେଟେରାନ ଅଭିନେତ୍ରୀ ହେମା ମାଲିନୀ। ହେମା ମାଲିନୀ ଏବଂ ଧର୍ମେନ୍ଦ୍ରଙ୍କର ଦୁଇଟି ଝିଅ ଈଶା ଦେଓଲ ଓ ଅହାନା ଦେଓଲ ଅଛନ୍ତି।

ହେମା ମାଲିନୀ ଓ ଧର୍ମେନ୍ଦ୍ର ୨ ମେ ୧୯୮୦ରେ ବିବାହ କରିଥିଲେ। ଧର୍ମେନ୍ଦ୍ର ତାଙ୍କର ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେବାକୁ ଚାହୁଁ ନଥିଲେ ତେଣୁ ଉଭୟେ ଧର୍ମ ପରିବର୍ତ୍ତନ କରି ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ୧୯୮୧ ମସିହାରେ ଧର୍ମେନ୍ଦ୍ର ଏବଂ ହେମା ସେମାନଙ୍କର ପ୍ରଥମ ଝିଅ ଈଶାଙ୍କ ବାପାମାଆ ହୋଇଥିଲେ। ସେତେବେଳେ ହେମାଙ୍କ ଗର୍ଭଧାରଣ ବିଷୟରେ କାହାକୁ କୁହାଯାଇ ନଥିଲା। ତାଙ୍କର ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ବ୍ୟତୀତ ଏ ବିଷୟରେ ଆଉ କେହି ଜାଣି ନଥିଲେ।

Advertisment

ଯେତେବେଳେ ହେମାଙ୍କୁ ତାଙ୍କର ପ୍ରଥମ ସନ୍ତାନ ଜନ୍ମ ଦେବା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେତେବେଳେ ଧର୍ମେନ୍ଦ୍ର ଏହି ଗୋପନୀୟତାକୁ ରକ୍ଷା କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିଥିଲେ। ହେମା ଶାନ୍ତିରେ ବିଶ୍ରାମ ନେଇ ପାରିବେ ବୋଲି ଅଭିନେତା ତାଙ୍କ ପତ୍ନୀଙ୍କ ପାଇଁ ପୂରା ହସ୍ପିଟାଲ ବୁକ୍ କରିଦେଇଥିଲେ। ସେହି ହସ୍‌ପିଟାଲ୍‌ରେ ୧୦୦ଟି ଶଯ୍ୟା ଥିଲା।

ହେମା ମାଲିନିଙ୍କ ବନ୍ଧୁ ନୀତୁ କୋହଲି ପ୍ରସିଦ୍ଧ ଟିଭି ଚାଟ୍ ଶୋ 'ଜୀନା ଇସି କା ନାମ ହୈ' ର ଏକ ଏପିସୋଡରେ ନଜର ଆସିଥିଲେ। ଏହି ସମୟରେ, ନୀତୁ କହିଥିଲେ- ଯେତେବେଳେ ଈଶା ଜନ୍ମ ହେବାକୁ ଯାଉଥିଲେ, ହେମା ଗର୍ଭବତୀ ଥିବା କେହି ଜାଣି ନଥିଲେ। ଧରମ ଜୀ ଈଶାଙ୍କ ପାଇଁ ପୂରା ହସ୍ପିଟାଲ ବୁକ୍ କରିଦେଇଥିଲେ। ଏହା ପ୍ରାୟ ୧୦୦ ରୁମ୍‌ ବିଶିଷ୍ଟ ଏକ ନର୍ସିଂହୋମ୍‌ ଥିଲା। ଧରମଜୀ ସେହି ସମୟରେ ହସ୍ପିଟାଲର ସମସ୍ତ ୧୦୦ ରୁମ୍ ବୁକ୍ କରିଥିଲେ। ସମସ୍ତେ ଧରମଜୀ ଏପରି କାମ ବିଷୟରେ ଜାଣି ନଥିଲେ।

Advertisment

ରାମ କମଲ ମୁଖାର୍ଜୀଙ୍କ ଦ୍ୱାରା ଲିଖିତ ବାୟୋଗ୍ରାଫୀ ‘ହେମା ମାଲିନୀ : ବିୟୋଣ୍ଡ୍ ଦ ଡ୍ରୀମ୍ ଗାର୍ଲ’ ରେ ଅଭିନେତ୍ରୀ ତାଙ୍କ ଶାଶୁ ସତୱନ୍ତ କୌରଙ୍କୁ ଭେଟିବା ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ ହେମା ଯେତେବେଳେ ତାଙ୍କର ପ୍ରଥମ ସନ୍ତାନ ଅର୍ଥାତ ଅଭିନେତ୍ରୀ ଈଶା ଦେଓଲଙ୍କୁ ଜନ୍ମ ଦେବାକୁ ଯାଉଥିଲେ ସେତେବେଳେ ସେ କିପରି ଅଭିନେତ୍ରୀଙ୍କୁ ଭେଟିବାକୁ ଆସିଥିଲେ। ହେମା କହିଛନ୍ତି ଯେ ପରିବାରରେ କାହାକୁ ନ ଜଣାଇ ସତୱନ୍ତ ତାଙ୍କୁ ଭେଟିବାକୁ ଆସିଥିଲେ।

ହେମା ଏବଂ ଧର୍ମେନ୍ଦ୍ର ପ୍ରଥମ ଥର ପାଇଁ ୧୯୭୦ ରେ ସେମାନଙ୍କର ଚଳଚ୍ଚିତ୍ର ‘ତୁମ୍ ହସିନ୍ ମେନ୍ ଜୱାନ’ରେ କାମ କରୁଥିବାବେଳେ ସାକ୍ଷାତ ହୋଇଥିଲେ। ବର୍ଷ ବର୍ଷ ଧରି ଦୁହେଁ ପ୍ରେମରେ ପଡିଥିଲେ ମଧ୍ୟ ଧର୍ମେନ୍ଦ୍ର ସେତେବେଳେ ଜଣେ ବିବାହିତ ବ୍ୟକ୍ତି ଥିଲେ। ତାଙ୍କର ସନ୍ନି ଏବଂ ବବି ଦେଓଲଙ୍କ ସମେତ ଚାରି ସନ୍ତାନ ଥିଲେ। ଯଦିଓ ହେମାଙ୍କ ବାପାମାଆ ତାଙ୍କୁ ଧର୍ମେନ୍ଦ୍ରଙ୍କୁ ବିବାହ କରିବାକୁ ବିରୋଧ କରୁଥିଲେ ତଥାପି ସେମାନେ ବିବାହ କରିଥିଲେ। ଧର୍ମେନ୍ଦ୍ର ୧୯୫୪ ମସିହାରେ ପ୍ରଥମେ ପ୍ରକାଶ କୌର୍‌ଙ୍କୁ ବିବାହ କରିଥିଲେ।

ପଞ୍ଜାବୀ ପରିବାରରୁ ଆସିଥିବା ଧର୍ମେନ୍ଦ୍ର ସବୁବେଳେ ଖାଦ୍ୟ ପ୍ରିୟ ଥିଲେ। କିନ୍ତୁ ହେମା ତାଙ୍କୁ ପ୍ରଭାବିତ କରିବା ପାଇଁ କେବେ ରାନ୍ଧି ନାହାନ୍ତି। ଯେତେବେଳେ ତାଙ୍କ ଝିଅ ଈଶା ଏବଂ ଅହାନା ଦେଓଲ ରୋଷେଇ ନ କରିବା ନେଇ ତାଙ୍କ ଉପରେ ରାଗିଥିଲେ ସେତେବେଳେ ଅଭିନେତ୍ରୀ ରାନ୍ଧିବା ଶିଖିଥିଲେ।

‘ଦି କପିଲ ଶର୍ମା ଶୋ’ର ଏକ ଏପିସୋଡରେ ହେମା କହିଛନ୍ତି ଯେ “ମୋତେ କେବେ ରୋଷେଇ କରିବାକୁ ପଡ଼ି ନାହିଁ। ଧରମ ଜୀଙ୍କୁ ଖୁସି କରିବା ପାଇଁ ମୋତେ ରୋଷେଇ କରିବାକୁ ପଡି ନାହିଁ। ଆମେ ଦୁହେଁ ଅଧିକାଂଶ ସମୟରେ କାମରେ ବ୍ୟସ୍ତ ରହୁଥିଲୁ।”

ହେମା ଆହୁରି କହିଛନ୍ତି- “ଝିଅମାନଙ୍କର ଜନ୍ମ ପରେ ସବୁ କିଛି ବଦଳିଗଲା। ଯେତେବେଳେ ପିଲାମାନେ ଜନ୍ମ ହେଲେ, ମୁଁ ଅନୁଭବ କଲି ଯେ ରୋଷେଇ କରିବା କେତେ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ଈଶା ସ୍କୁଲ୍‌କୁ ଯାଉଥିଲା, ତା’ର ସାଙ୍ଗମାନେ ତାକୁ ଦେଖାଉଥିଲେ… ଦେଖ ମୋ ମା’ ଏହା ତିଆରି କରିଛନ୍ତି… ମୋ ମା’ ତାହା କରିଛନ୍ତି। ସେମାନେ ତାକୁ ପଚାରୁଥିଲେ ଯେ ତୁମ ମା’ କ’ଣ ତିଆରି କରିଛନ୍ତି? ତା’ପରେ ସେ ଘରକୁ ଆସି ରାଗେ ଆଉ କହେ ତୁମେ କାହିଁକି କିଛି କରୁନାହଁ ? ଏହା ଶୁଣିଲା ପରେ ମତେ ଖରାପ ଲାଗିଲା ଏବଂ ମୁ ମୋ ମାଙ୍କୁ ଫୋନ୍ କରି ଆଉ କହିଲି ତୁମେ ମୋତେ କିପରି ରୋଷେଇ କରିବା ଶିଖାଇ ନାହଁ, ତେଣୁ ମୋର ଅସୁବିଧା ହେଉଛି।”

Bollywood Dharmendra Deol Hema Malini Esha Deol
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ