Advertisment

ପ୍ରଶଂସକ-ଟ୍ୱିଟର ପରିବାରକୁ କ୍ଷମା ମାଗିଲେ ହୀ-ମ୍ୟାନ୍; ହେଲେ କାହିଁକି…

ସୋସିଆଲ୍ ମିଡିଆରେ ବେଳେବେଳେ ଧର୍ମେନ୍ଦ୍ରଙ୍କର ପୋଷ୍ଟ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଥାଏ। ଏମିତି କିଛି ତାଙ୍କର ଶେଷ ଟ୍ୱିଟର ପୋଷ୍ଟରେ ମଧ୍ୟ ହୋଇଛି, ଯାହା ସୁପରଷ୍ଟାର ନିଜେ ଡିଲିଟ୍‌ କରିଛନ୍ତି। ଏହା କରିବା ପରେ ସେ ତାଙ୍କ ପ୍ରଶଂସକ ଏବଂ ଟ୍ୱିଟର ପରିବାରକୁ ମଧ୍ୟ କ୍ଷମା ମାଗିଛନ୍ତି।

ଅଦ୍ୟତନ ହୋଇଛି
Dharmendra apologized and wrote the pevious post was very painful

Dharmendra apologized and wrote the pevious post was very painful

Advertisment

ସୋସିଆଲ ମିଡିଆରେ ସୁପର୍‌ଷ୍ଟାର୍‌ ଧର୍ମେନ୍ଦ୍ର ବହୁତ ସକ୍ରିୟ ଅଛନ୍ତି। ନିକଟରେ ‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ’ରେ ସନ୍ନି ଦେଓଲ୍ ଏବଂ ବବି ଦେଓଲ୍ ମଧ୍ୟ କହିଛନ୍ତି ଯେ ହୀମ୍ୟାନ ସୋସିଆଲ ମିଡିଆରେ ସକ୍ରିୟ ରହିବାକୁ ଖୁବ ପସନ୍ଦ କରନ୍ତି। ତେବେ ବେଳେବେଳେ ତାଙ୍କର ପୋଷ୍ଟଗୁଡିକ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଥାଏ।

Advertisment

ଏମିତି କିଛି ତାଙ୍କର ଶେଷ ଟ୍ୱିଟର ପୋଷ୍ଟରେ ମଧ୍ୟ ହେଇଛି, ଯାହା ସୁପରଷ୍ଟାର ନିଜେ ଡିଲିଟ୍‌ କରିଛନ୍ତି। ଏହା କରିବା ପରେ ସେ ତାଙ୍କ ପ୍ରଶଂସକ ଏବଂ ଟ୍ୱିଟର ପରିବାରକୁ ମଧ୍ୟ କ୍ଷମା ମାଗିଛନ୍ତି। ତେବେ ଡିଲିଟ୍ ହୋଇଥିବା ପୋଷ୍ଟ କ’ଣ ତାହା ଜଣା ପଡି ନାହିଁ। କିନ୍ତୁ ପ୍ରଶଂସକମାନେ ତାଙ୍କୁ ସେମାନଙ୍କର ଭଲ ପାଇବା ଏବଂ ଧ୍ୟାନ ଦେବାକୁ ଭୁଲି ନାହାଁନ୍ତି।

ଅଧିକ ପଢ଼ନ୍ତୁ: ପୁଣି ବରଣମାଳା ପିନ୍ଧିଲେ; ଅଗ୍ନିକୁ ସାକ୍ଷୀ ରଖି ବିବାହ କଲେ ହେମା-ଧର୍ମେନ୍ଦ୍ର

Advertisment

ସୋସିଆଲ୍ ମିଡିଆରେ ଧର୍ମେନ୍ଦ୍ର ଏକ କଳା-ଧଳା ଫଟୋ ଶେୟାର କରିଛନ୍ତି, ଯାହା ନିକଟରେ ନିଆଯାଇଥିବା ଜଣାପଡିଛି। ଫଟୋରେ ସେ ଚେକ୍ ସାର୍ଟ ଏବଂ କଳା ପ୍ୟାଣ୍ଟ୍‌ ଏବଂ ମୁଣ୍ଡରେ ଟୋପି ପିନ୍ଧିଥିବାର ନଜର ଆସିଛନ୍ତି।

ଏହି ଫଟୋ ଶେୟାର କରି ସେ ଲେଖିଛନ୍ତି, “ବନ୍ଧୁଗଣ, ମୁଁ ଦୁଃଖିତ। ମୋର ପୂର୍ବ ପୋଷ୍ଟଟି ବହୁତ ଯନ୍ତ୍ରଣାଦାୟକ ଥିଲା। ସେଥିପାଇଁ ମୁଁ ତାହାକୁ ଡିଲିଟ୍‌ କରିଦେଲି।” ଏମିତି ଲେଖିବା ସହିତ ଧର୍ମେନ୍ଦ୍ର ଏକ ନମସ୍କାର ଇମୋଜି ଶେୟାର କରିଛନ୍ତି।

Advertisment

ପ୍ରକାଶଥାଉ ଯେ ନିକଟରେ ସନ୍ନି ଦେଓଲ ତାଙ୍କ ସାନଭାଇ ବବି ଦେଓଲଙ୍କ ସହ ନେଟ୍‌ଫ୍ଲିକ୍ସର ‘ଦି ଗ୍ରେଟ୍‌ ଇଣ୍ଡିଆନ୍‌ କପିଲ୍‌ ଶୋ’ରେ ନଜର ଆସିଥିଲେ। ଏଠାରେ ସନ୍ନି ତାଙ୍କ ପରିବାର ଏବଂ ବାପା ଧର୍ମେନ୍ଦ୍ରଙ୍କ ବିଷୟରେ କହିଥିଲେ। ସେ କହିଥିଲେ ଯେ “ଅନେକ ସମୟରେ ବାପା କୁହନ୍ତି ଯେ ତୁମେ ମୋର ସାଙ୍ଗ ହେଉନ କାହିଁକି, ମୁଁ କୁହେ ବାପା, ଯେତେବେଳେ ମୁଁ ସାଙ୍ଗ ଭଳିଆ କଥାବାର୍ତ୍ତା ଆରମ୍ଭ କରେ ତ, ଆପଣ ବାପା ହୋଇଯାଆନ୍ତି। ମୁଁ କ’ଣ କରିବି?” ସନ୍ନି ଦେଓଲଙ୍କ ଏହି କଥା ଶୁଣିବା ପରେ କପିଲ ଖୁବ୍ ଜୋରରେ ହସନ୍ତି। ଏହା ବ୍ୟତୀତ ବବି ଦେଓଲ ଧରମ ପାଜିଙ୍କ ଚୁମ୍ବନ ଦୃଶ୍ୟକୁ ନେଇ ମଧ୍ୟ ଏକ ମନ୍ତବ୍ୟ ଦିଅନ୍ତି।

କାମର କଥା କହିବାକୁ ଗଲେ ସୁପରଷ୍ଟାର ଧର୍ମେନ୍ଦ୍ରଙ୍କୁ ଶେଷ ଥର ପାଇଁ ‘ତେରୀ ବାତୋଁ ମେଁ ଐସା ଉଲ୍‌ଝା ଜିୟା’ ‌ଫିଲ୍ମରେ ଦେଖିବାକୁ ମିଳିଥିଲା, ଯାହା ବକ୍ସ ଅଫିସରେ ସଫଳ ହୋଇଥିଲା।

Bollywood Dharmendra Deol
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ