Advertisment

ଅଡୁଆରେ ଧନୁଷ; ବାପା-ମାଆ କିଏ...ଉଠିଛି ବିବାଦ

ନକଲି ବାପା-ମାଆଙ୍କୁ ନେଇ ଏବେ ଚର୍ଚ୍ଚାରେ ଧନୁଷ। ମଦୁରୈର ଜଣେ ଦମ୍ପତି ଦାବି କରିଛନ୍ତି ଯେ ଧନୁଷ ତାଙ୍କର ଜନ୍ମକଲା ପୁଅ। କିନ୍ତୁ ଏହି କଥାକୁ ସ୍ୱୀକାର କରି ନାହାନ୍ତି ଧନୁଷ।

ଅଦ୍ୟତନ ହୋଇଛି
Dhanush issues legal notice against Madurai couple

Dhanush issues legal notice against Madurai couple

Advertisment

ସାଉଥ୍ ଅଭିନେତା ଧନୁଷଙ୍କୁ ନେଇ ଆଜିକାଲି ଚର୍ଚ୍ଚା ଜୋର ଧରିଛି। ଏହି ଚର୍ଚ୍ଚା ତାଙ୍କର କୌଣସି ଫିଲ୍ମକୁ ନେଇ ନୁହେଁ, ବରଂ ନିଜ ବ୍ୟକ୍ତିଗତ ଜୀବନକୁ ନେଇ। ମଦୁରୈର ଏକ ଦମ୍ପତି ଦୀର୍ଘ ଦିନ ଧରି ଅଭିନେତାଙ୍କୁ ସେମାନଙ୍କର ନିଜ ପୁଅ ବୋଲି ଦାବି କରିଆସୁଛନ୍ତି। ବର୍ତ୍ତମାନ ଧନୁଷ ଏବଂ ତାଙ୍କ ପିତା କସ୍ତୁରୀ ରାଜା ଏହି ଦମ୍ପତିଙ୍କ ବିରୋଧରେ ଆଇନଗତ ନୋଟିସ୍ ପଠାଇଛନ୍ତି। ନୋଟିସ୍‌ରେ ଦର୍ଶାଯାଇଛି ଯେ ଧନୁଷ ସେମାନଙ୍କ ପୁଅ ବୋଲି କହିବା ବନ୍ଦ କରନ୍ତୁ। ନୋଟିସ୍‌ରେ ମଧ୍ୟ ଏହି ଦମ୍ପତିଙ୍କୁ ସାମ୍ବାଦିକ ସମ୍ମିଳନୀରେ ଏହି ବିବୃତ୍ତି ଦେବାକୁ କୁହାଯାଇଛି।

Advertisment

ଏହି ବିଜ୍ଞପ୍ତିରେ ଧନୁଷଙ୍କ ଓକିଲ ଏସ୍‌ ହାଜା ମୋହିଦ୍ଦିନ ଗିଷ୍ଟି ଏହି ଦାବିକୁ ବନ୍ଦ କରିବାକୁ ଦମ୍ପତିଙ୍କୁ କହିଛନ୍ତି। ଗିଷ୍ଟି କହିଛନ୍ତି, “ମୋ ମହକିଲ ଆପଣମାନଙ୍କୁ କହୁଛନ୍ତି ଯେ ତାଙ୍କ ବିରୁଦ୍ଧରେ ମିଥ୍ୟା ଏବଂ ବଦନାମ ଅଭିଯୋଗ ନକରିବାକୁ। ଯଦି ଆପଣ ତାହା ନ କରନ୍ତି, ମୋର ମହକିଲ ତାଙ୍କ ଅଧିକାରର ସୁରକ୍ଷା ପାଇଁ ଏବଂ ଆପଣଙ୍କୁ ଆଗକୁ ବଢିବା ନେଇ ପ୍ରତିରୋଧ କରିବାକୁ କୋର୍ଟରେ ଆବେଦନ କରିବାକୁ ବାଧ୍ୟ ହେବେ। ଆପଣମାନଙ୍କ ବିରୁଦ୍ଧରେ ମାନହାନୀ ତଥା ସେମାନଙ୍କ ଖ୍ୟାତିକୁ କ୍ଷତି ପହଞ୍ଚାଇବା ନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଧନୁଷ ଓ ତାଙ୍କ ବାପା ଏହି ଦମ୍ପତିଙ୍କୁ ଏକ ପ୍ରେସ୍‌ ବିବୃତ୍ତି ଦେବାକୁ କହିଛନ୍ତି ଯେଉଁଥିରେ ଅଭିନେତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ହେତୁ ସେମାନଙ୍କୁ କ୍ଷମା ମାଗିବାକୁ ପଡିବ। ବିଜ୍ଞପ୍ତି ଅନୁଯାୟୀ, ଏମିତି ନ କରିଲେ ଦମ୍ପତିଙ୍କୁ କ୍ଷତିପୂରଣ ହିସାବରେ ୧୦ କୋଟି ଟଙ୍କା ଦେବାକୁ ପଡିବ। ଅଭିନେତା ଏହା ପୂର୍ବରୁ କହିଥିଲେ ଯେ ତାଙ୍କ ଠାରୁ ଅର୍ଥ ଆଦାୟ ପାଇଁ ଏହି ମାମଲା କରାଯାଇଥିଲା।

Advertisment

ପ୍ରକାଶଥାଉ ଯେ ମଦୁରୈ ହାଇକୋର୍ଟ ବେଞ୍ଚ ଦ୍ୱାରା କ୍ୟାଥେରେସନଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ପରେ ଧନୁଷଙ୍କ ବିରୋଧରେ ମାଡ୍ରାସ ହାଇକୋର୍ଟ ନୋଟିସ ଜାରି କରିଥିଲେ। କ୍ୟାଥେରେସନ୍ ଓ ମୀନାକ୍ଷୀ ଦାବି କରିଛନ୍ତି ଯେ ଧନୁଷ ସେମାନଙ୍କର ତୃତୀୟ ପୁତ୍ର ଏବଂ ସେ ନିଜ ସହର ଛାଡି ଫିଲ୍ମ ଶିଳ୍ପରେ କ୍ୟାରିୟର କରିବା ପାଇଁ ଚେନ୍ନାଇ ପଳେଇ ଯାଇଥିଲେ।

ଧନୁଷଙ୍କୁ ଶେଷ ଥର ପାଇଁ ତାମିଲ ଚଳଚ୍ଚିତ୍ର 'ମାରନ'ରେ ଦେଖିବାକୁ ମିଳିଥିଲା। ତାଙ୍କ ପାଖରେ ଆହୁରି ଅନେକ ଫିଲ୍ମ ଅଛି, ଯେଉଁଥିରେ ନେଟ୍‌ଫ୍ଲିକ୍ସର 'ଦି ଗ୍ରେ ମ୍ୟାନ୍' ମଧ୍ୟ ସାମିଲ। ଏଥିରେ କ୍ରିସ୍ ଇଭାନ୍ସ ଏବଂ ରିଆନ୍ ଗୋସଲିଂଙ୍କ ସମେତ ହଲିଉଡ୍‌ ଷ୍ଟାର୍‌କାଷ୍ଟ୍‌ ମଧ୍ୟ ଅଭିନୟ କରିଛନ୍ତି।

Advertisment
Dhanush Tollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ