Deepika padukone rs 497 crore net worth beats anushka Sharma and Katrina kaif
ଦୀପିକା ପାଦୁକୋନ ବଲିଉଡର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ସେ ୨୦୦୭ ମସିହାରେ ଫିଲ୍ମ 'ଓମ୍ ଶାନ୍ତି ଓମ୍' ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ସୁପର ହିଟ୍ ଥିଲା। ଏହା ପରେ ଦୀପିକା ଆଉ ପଛକୁ ଚାହିଁ ନଥିଲେ। ସେ ତାଙ୍କର ୧୬ ବର୍ଷର କ୍ୟାରିଅରରେ ନିଜର ଏକ ଶକ୍ତିଶାଳୀ ନେଟ୍ ୱର୍ଥ କରିପାରିଛନ୍ତି।
ଦୀପିକା ତାଙ୍କ କ୍ୟାରିୟରରେ ଗୋଟିଏ ପରେ ଗୋଟିଏ ସୁପରହିଟ୍ ଫିଲ୍ମ ଦେଇଛନ୍ତି। ଏନେଇ ତାଙ୍କର ଫିସ୍ ବୃଦ୍ଧି ଲଗାତର ବଢି ଚାଲିଛି। ଗତ କିଛି ବର୍ଷ ମଧ୍ୟରେ ସେ ମଧ୍ୟ ଅନେକ ସମ୍ପତ୍ତିର ଅଧିକାରିଣୀ ହୋଇଛନ୍ତି। ଆଜି ଦୀପିକା ପାଦୁକୋନ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ ।
ଦୀପିକାଙ୍କ ସମ୍ପତ୍ତି ମୂଲ୍ୟ ୪୯୭ କୋଟି ଟଙ୍କା ବୋଲି ଆକଳନ କରାଯାଇଛି। ସେ ଗୋଟିଏ ଫିଲ୍ମ କରିବା ପାଇଁ ୧୫ରୁ ୧୬ କୋଟି ଟଙ୍କା ଦାବି କରନ୍ତି। ତାଙ୍କର ଶେଷ ଫିଲ୍ମ 'ପଠାନ୍' ପାଇଁ ସେ ୧୪ କୋଟି ଟଙ୍କା ନେଇଥିଲେ। ତାଙ୍କର ସ୍ପେଶାଲ୍ ଲୁକ୍ ପାଇଁ ଦୀପିକା କୋଟି କୋଟି ଟଙ୍କା ଦାବି କରନ୍ତି। ୨୦୧୪ ମସିହାରେ, ସେ ରଜନୀକାନ୍ତଙ୍କ ଫିଲ୍ମ ‘କୋଚାଦାଇୟାନ’ ପାଇଁ ୩ କୋଟି ଟଙ୍କା ନେଇଥିଲେ।
ନେଟ୍ ୱର୍ଥ ଦୃଷ୍ଟିରୁ ଦୀପିକା ପାଦୁକୋନ୍ ଅନୁଷ୍କା ଶର୍ମା ଏବଂ କ୍ୟାଟ୍ରିନା କୈଫଙ୍କୁ ମଧ୍ୟ ପଛରେ ପକେଇଦେଇଛନ୍ତି। ବର୍ତ୍ତମାନ ଅନୁଷ୍କାଙ୍କ ସମ୍ପତ୍ତିର ମୂଲ୍ୟ ୨୫୫କୋଟି ହୋଇଥିବାବେଳେ କ୍ୟାଟ୍ରିନାଙ୍କ ସମ୍ପତ୍ତି ମୂଲ୍ୟ ୨୨୦ କୋଟି ଟଙ୍କା। ଦୀପିକା ପାଦୁକୋନଙ୍କ ନେଟ୍ ୱର୍ଥ ମୂଲ୍ୟ ଏହି ଦୁଇ ସୁନ୍ଦରୀଠାରୁ ପ୍ରାୟ ଦୁଇ ଗୁଣ ଅଧିକ।
ସୋସିଆଲ ମିଡିଆରେ ଦୀପିକା ପାଦୁକୋନଙ୍କର ଏକ ଜବରଦସ୍ତ ପ୍ରଶଂସକ ଅଛନ୍ତି। ଇନ୍ଷ୍ଟାଗ୍ରାମରେ ୭୪.୬ ମିଲିୟନ ଲୋକ ତାଙ୍କୁ ଅନୁସରଣ କରନ୍ତି। ଏକ ବ୍ରାଣ୍ଡ ପାଇଁ ଏକ ପୋଷ୍ଟ ଶେୟାର କରିବା ପାଇଁ ସେ ୧.୫ କୋଟି ଟଙ୍କା ଆଦାୟ କରନ୍ତି। ଦୀପିକା ପାଦୁକୋନ ମଧ୍ୟ ବ୍ରାଣ୍ଡ୍ ଏଣ୍ଡୋର୍ସମେଣ୍ଟରୁ ବହୁତ ରୋଜଗାର କରନ୍ତି। ସେ ଏକ ବ୍ରାଣ୍ଡ୍କୁ ସମର୍ଥନ କରିବା ପାଇଁ ୭ ରୁ ୧୦ କୋଟି ଚାର୍ଜ କରନ୍ତି।
ଦୀପିକା ପାଦୁକୋନଙ୍କର ମୁମ୍ବାଇରେ ଦୁଇଟି ବିଳାସପୂର୍ଣ୍ଣ ଘର ଅଛି। ଗୋଟିଏର ମୂଲ୍ୟ ୬ କୋଟି ହୋଇଥିବାବେଳେ ଅନ୍ୟଟିର ମୂଲ୍ୟ ୧୧୯ କୋଟି। ଦୀପିକା ପାଦୁକୋନ ସାତୋଟି ଭିନ୍ନ ଷ୍ଟାର୍ଟଅପ୍ରେ ଟଙ୍କା ବିନିଯୋଗ ମଧ୍ୟ କରିଛନ୍ତି। ଅଭିନେତ୍ରୀ ବିଳାସପୂର୍ଣ୍ଣ କାରକୁ ଖୁବ୍ ଭଲ ପାଆନ୍ତି। ଅଡି, ବିଏମ୍ଡବ୍ଲୁ, ରେଞ୍ଜ୍ ରୋଭର୍, ମର୍ସିଡିଜ୍ ଭଳି ବଡ ବଡ କମ୍ପାନୀର ତାଙ୍କର ମହଙ୍ଗା କାର୍ ଅଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688809140.jpg)