Advertisment

ହଲିଉଡ୍‌ରେ ରୋମାନ୍ସ କରିବେ ଦୀପିକା ପାଦୁକୋନ୍‌

ଏସ୍‌ଟିଏସ୍କ ଫିଲ୍ମ, ଇରୋସ୍ ଏସ୍‌ଟିଏସ୍କ ଗ୍ଲୋବାଲ କର୍ପୋରେସନ ଘୋଷଣା କରିଛି ଯେ ବଲିଉଡ୍ ଷ୍ଟାର୍ ଦୀପିକା ପାଦୁକୋନଙ୍କ ପାଇଁ ଏକ ରୋମାଣ୍ଟିକ୍ କମେଡୀ ଫିଲ୍ମ ତିଆରି କରିବ। ଏହାକୁ ଏହାର କୋ ପ୍ରଡକ୍ସନ ବ୍ୟାନର ମାଧ୍ୟମରେ ତିଆରି କରାଯିବ। ଏହି କଥା ଏସ୍‌ଟିଏସ୍କଫିଲ୍ମ ମୋଶନ୍ ପିକ୍ଚର ଗ୍ରୁପ୍‌ର ଚେୟାମ୍ୟାନ୍ ଏଡମ୍ ଫୋଗେନସନ କହିଛନ୍ତି।

Deepika Padukone

Deepika Padukone

Advertisment

ମୁମ୍ବାଇ : ଏସ୍‌ଟିଏସ୍କ ଫିଲ୍ମ, ଇରୋସ୍ ଏସ୍‌ଟିଏସ୍କ ଗ୍ଲୋବାଲ କର୍ପୋରେସନ ଘୋଷଣା କରିଛି ଯେ ବଲିଉଡ୍ ଷ୍ଟାର୍ ଦୀପିକା ପାଦୁକୋନଙ୍କ ପାଇଁ ଏକ ରୋମାଣ୍ଟିକ୍ କମେଡୀ ଫିଲ୍ମ ତିଆରି କରିବ। ଏହାକୁ ଏହାର କୋ ପ୍ରଡକ୍ସନ ବ୍ୟାନର ମାଧ୍ୟମରେ ତିଆରି କରାଯିବ। ଏହି କଥା ଏସ୍‌ଟିଏସ୍କଫିଲ୍ମ ମୋଶନ୍ ପିକ୍ଚର ଗ୍ରୁପ୍‌ର ଚେୟାମ୍ୟାନ୍ ଏଡମ୍ ଫୋଗେନସନ କହିଛନ୍ତି।

Advertisment

ତେବେ ଷ୍ଟୁଡିଓ ଏହି ପ୍ରୋଜେକ୍ଟର ବିକଶିତ ପାଇଁ ଟେମ୍ପଲ୍ ହିଲ୍ ପ୍ରଡକ୍ସନ ୱିକ୍ ଗାଣ୍ଡଫ୍ରେ ଓ ମାର୍ଟି ବିୱେନ୍‌ଙ୍କ ସହ ଆଲୋଚନା କରୁଛି, ଯାହା ଦୀପିକା ପାଦୁକୋନଙ୍କ ଏକ ଫ୍ରାନ୍ସ ରୋମାଣ୍ଟିକ୍ କମେଡି ହେବ। ଇସହାକ୍ କ୍ଲାଉସନର ଟେମ୍ପଲ୍ ହିଲ୍ ପାଇଁ ଏହି ପ୍ରୋଜେକ୍ଟର୍ ଦେଖାଶୁଣା କରୁଛନ୍ତି।

Deepika Padukoneଦୀପିକା ପାଦୁକୋନ୍

ଘୋଷାଣା ଉପରେ ଟିପ୍ପଣୀ ଦେଇ ଫୋଗେଲସନ କହିଛନ୍ତି, “ଦୀପିକା ଭାରତରୁ ଆସିଥିବା ସବୁଠାରୁ ବଡ ଗ୍ଲୋବାଲ ଅଭିନେତ୍ରୀଙ୍କ ମଧ୍ୟରେ ଜଣେ। ସେ ଜଣେ ପଜିଟିଭ ଓ ପ୍ରତିଭାବାନ କଳାକାର। ତାଙ୍କ ଚେହେରା ଏବେ ଜଣେ ଆନ୍ତର୍ଜାତୀୟ ସୁପରଷ୍ଟାର୍ ଭାବେ ବିକାଶ ହେବାରେ ଲାଗିଛି। ଯେହେତୁ ତାଙ୍କର ଇରୋସ ଇଣ୍ଟରନ୍ୟାସନାଲ୍ ଫିଲ୍ମରେ ସଫଳତା ମିଳିଛି, ଆମେ ତାଙ୍କୁ ଓ ଆମ ସାଙ୍ଗ ସହ ଟେମ୍ପଲ୍ ହିଲ୍‌ରେ ଏକ ରୋମାଣ୍ଟିକ୍ କମେଡି ନିର୍ମାଣ କରିବା ନେଇ ଉତ୍ସାହିତ। ଏହି ପ୍ରୋଜେକ୍ଟ ଆମକୁ ଭାରତ ଓ ନ୍ୟୁୟର୍କର ଭାବନା, ସ୍ୱର ଓ ଜୀବନ୍ତ ସେଟିଙ୍ଗରେ ଟେପ୍ କରିବା ନେଇ ମୌକା ଦେଇଛି।”

Advertisment

ଦୀପିକା ପାଦୁକୋନ୍ କହିଛନ୍ତି ଯେ “ପ୍ରଡକ୍ସନର ସ୍ଥାପନା ଗ୍ଲୋବାଲ୍ ଦାବି ସହିତ ଉଦ୍ଦେଶ୍ୟପୂର୍ଣ୍ଣ କଣ୍ଟେଣ୍ଟକୁ ବିକଶିତ କରିବା ଓ ଉତ୍ପାଦନ କରିବା ଉଦ୍ଦେଶ୍ୟରେ କରାଯାଇଛି। ମୁଁ ଏସ୍‌ଟିଏସ୍କଫିଲ୍ମ ଓ ଟେମ୍ପଲ ହିଲ୍ ପ୍ରଡକ୍ସନର ଅଂଶୀଦାର ହୋଇ ବହୁତ ରୋମାଞ୍ଚିତ।”

Advertisment

୨୦୧୮ରେ ଟାଇମ୍ସ ପତ୍ରିକା ଦ୍ୱାରା ଦୀପିକା ପାଦୁକୋନ୍ ଦୁନିଆର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ବୋଲି ନାମିତ ହୋଇଥିଲେ। ୨୦୧୮ ଓ ୨୦୨୧ରେ ତାଙ୍କୁ ବେରାଇଟୀର ‘ଇଣ୍ଟରନେସ୍‌ନାଲ୍ ୱିମେନ୍ ଇମ୍ପେକ୍ଟ୍ ରିପୋର୍ଟ’ରେ ଫିଚର କରାଯାଇଥିଲା।

Deepika Padukoneଦୀପିକା ପାଦୁକୋନ୍

ପୂର୍ବରୁ ଦୀପିକା ସମୀକ୍ଷକଙ୍କ ଦ୍ୱାରା ପ୍ରଶଂସିତ ଫିଲ୍ମ ‘ଛପାକ’ରେ ଅଭିନୟ କରିଥିଲେ, ଯାହା ଏସିଡ୍‌ ଆକ୍ରମଣ ସର୍ଭାଇଭର ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନ ଉପରେ ଆଧାରିତ ଥିଲା। ସେ ‘ପଦ୍ମାବତ’ରେ ବି ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଯାହା ବକ୍ସ ଅଫିସର ସବୁ ରେକର୍ଡକୁ ଭାଙ୍ଗି ଦେଇଥିଲା। ସେହିଭଳି ସମସ୍ତଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ‘ବାଜିରାଓ ମସ୍ତାନୀ’ ଓ ‘ପିକେ’ରେ ତାଙ୍କର ଜବରଦସ୍ତ ଅଭିନୟ ଦର୍ଶକଙ୍କ ହୃଦୟ କିଣିବାକୁ ବାଧ୍ୟ କରିଥିଲା।

Deepika Padukone Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ