Deepika padukone baby bump visible in white shirt
ଆଜିକାଲି ଦୀପିକା ପାଦୁକୋନ ଫିଲ୍ମ ଦୁନିଆରୁ ଦୂରରେ ଅଛନ୍ତି, କାରଣ ସେ ତାଙ୍କ ଗର୍ଭଧାରଣ ସମୟକୁ ଉପଭୋଗ କରୁଛନ୍ତି। ଏହାରି ଭିତରେ ସେ ଲୋକସଭା ନିର୍ବାଚନରେ ​​ଭୋଟ୍ ଦେବାକୁ ପହଞ୍ଚିଛନ୍ତି। ଏହି ସମୟରେ ତାଙ୍କୁ ତାଙ୍କ ସ୍ୱାମୀ ତଥା ଅଭିନେତା ରଣବୀର ସିଂହଙ୍କ ସହ ଦେଖିବାକୁ ମିଳିଥିଲା। ଦୁହେଁ ଏକାଠି ଆସିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଏହି ଭିଡିଓରେ ଆପଣ ଦେଖିପାରିବେ ଯେ କାର୍ ଅଟକିବା ମାତ୍ରେ ରଣବୀର ତୁରନ୍ତ ତଳକୁ ଯାଇ ଦୀପିକା ପାଦୁକୋନ ଆଡକୁ ଆସନ୍ତି। ସୁରକ୍ଷାକର୍ମୀମାନେ ମଧ୍ୟ ଡୋର୍ ଖୋଲିଦିଅନ୍ତି, ଏହା ପରେ ରଣବୀର ସିଂହ ଦୀପିକାଙ୍କୁ ଧରି କାର୍ ଭିତରୁ ଓହ୍ଲାଇବାରେ ସାହାଯ୍ୟ କରନ୍ତି। ଏହି ସମୟରେ ଧଳା ଲମ୍ବା ସାର୍ଟ ଏବଂ ଡେନିମ୍ ଜିନ୍ସରେ ଦୀପିକା ଖୁବ ସୁନ୍ଦର ଦେଖାଯାଉଥିଲେ।
ଅଧିକ ପଢ଼ନ୍ତୁ: ମୁହଁରେ ସେଭିଂ କ୍ରିମ୍ ମାରି, ରେଜର୍ରେ ଦାଢି କାଟୁଛନ୍ତି ସୋନମ କପୁର
ଏହି ସମୟରେ ତାଙ୍କ ବେବୀ ବମ୍ପ୍ ମଧ୍ୟ ଦିଶୁଥିଲା। ତାଙ୍କୁ ଦେଖିଲେ ଲାଗୁଥିଲା ଯେପରି ସେ ଚାଲିବାରେ ଅସୁବିଧା ଭୋଗୁଛନ୍ତି। ସେ ରଣବୀରଙ୍କ ହାତ ଧରି ଅତି ଆରାମରେ ଆଗକୁ ଯାଉଥିବା ଦେଖିବାକୁ ମିଳେ।
ଯେତେବେଳେ ଦୀପିକା ପାଦୁକୋନଙ୍କ ଭିଡିଓ ସୋସିଆଲ୍ ମିଡିଆକୁ ଆସିଲା, ସେତେବେଳେ ପ୍ରଶଂସକଙ୍କ ମନ୍ତବ୍ୟର ସୁଅ ଛୁଟିଲା। ଅଧିକାଂଶ ପ୍ରଶଂସକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ନିଜକୁ ବହୁତ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନି।
ଜଣେ ଲେଖିଛନ୍ତି – ଆରେ ୱା, ବେବୀ ବମ୍ପ୍ ଦେଖାଯାଇଛି। ମୁଁ ପ୍ରାର୍ଥନା କରୁଛି ଯେ ଆପଣଙ୍କ ପିଲା ସୁସ୍ଥ ରହୁ। ଆଉ ଜଣେ ଲେଖିଛନ୍ତି – ଉଭୟ ବହୁତ ଖୁସି ଦେଖାଯାଉଛନ୍ତି। ସେହିପରି ଅନ୍ୟ ଜଣେ କହିଛନ୍ତି – କମେଣ୍ଟ୍ ସେକ୍ସନ୍ରେ ଏହି ଦୁଇଜଣଙ୍କ ପ୍ରତି ପ୍ରେମ ଦେଖି ବହୁତ ଭଲ ଲାଗୁଛି।
କାମର କଥା କହିଲେ, ଉଭୟ ରଣବୀର ସିଂହ ଏବଂ ଦୀପିକା ପାଦୁକୋନଙ୍କୁ ଏକାଠି 'ସିଙ୍ଘମ୍ ଏଗେନ୍' ରେ ଦେଖିବାକୁ ମିଳିବ। ଏହା ବ୍ୟତୀତ ରଣବୀର ସିଂହ ମଧ୍ୟ 'ଡନ୍ ୩' ପାଇଁ ଚର୍ଚ୍ଚାରେ ଅଛନ୍ତି। ରଣବୀର ସିଂହଙ୍କ ନାମ ଫିଲ୍ମ 'ଶକ୍ତିମାନ' ପାଇଁ ମଧ୍ୟ ଶୁଣାଯାଉଥିଲା କିନ୍ତୁ ବର୍ତ୍ତମାନ ଏନେଇ କୌଣସି ଅପ୍ଡେଟ୍ ଆସି ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1716200911.jpg)