Advertisment

କିସ୍ କରି ଫସିଲେ ହ୍ରିତିକ୍-ଦୀପିକା; ମିଳିଲା ଲିଗାଲ୍ ନୋଟିସ୍

କିସ୍ କରି ଫସିଲେ ହ୍ରିତିକ୍-ଦୀପିକା। ହିନ୍ଦୀ ଫିଲ୍ମ ‘ଫାଇଟର’କୁ ଲିଗାଲ୍ ନୋଟିସ। ପଠାଇଛନ୍ତି ୱିଙ୍ଗ୍ କମାଣ୍ଡର ସୌମ୍ୟ ଦୀପ ଦାସ। ଅଭିନେତା, ଅଭିନେତ୍ରୀ ତଥା ପ୍ରଯୋଜନା ସଂସ୍ଥାକୁ ଏହି ନୋଟିସ୍ ପହଞ୍ଚିଛି।

Deepika hrithik kissing moment in fighter created controversy

Deepika hrithik kissing moment in fighter created controversy

Advertisment

ରିଲିଜ ହେବା ପରଠାରୁ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନ ଷ୍ଟାରର 'ଫାଇଟର୍' ଚର୍ଚ୍ଚାରେ ରହିଛି। ଯଦିଓ ବକ୍ସ ଅଫିସରେ ନିର୍ମାତା ଆଶା କରିଥିବା ପରି ଫିଲ୍ମଟି ପ୍ରଦର୍ଶନ କରି ନାହିଁ, କିନ୍ତୁ ଫିଲ୍ମଟି ଦର୍ଶକଙ୍କୁ ପସନ୍ଦ ଆସିଶି। ଏଥି ସହିତ ସମାଲୋଚକମାନେ ମଧ୍ୟ ଏହାକୁ ପ୍ରଶଂସା କରୁଛନ୍ତି।

Advertisment

ବର୍ତ୍ତମାନ ଏହି ଚଳଚ୍ଚିତ୍ରର ଏକ ସିନ୍‌କୁ ନେଇ ବିବାଦ ସାମ୍ନାକୁ ଆସିଛି। ଆସାମର ଜଣେ ଭାରତୀୟ ବାୟୁସେନା ଅଧିକାରୀ ନିର୍ମାତାଙ୍କୁ ଏକ ଆଇନଗତ ନୋଟିସ୍‌ ପଠାଇଛନ୍ତି।

‘ଫାଇଟର୍‌’ରେ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କୁ ପ୍ରଥମ ଥର ପାଇଁ ବଡ ପରଦାରେ ଏକାଠି ଦେଖିବାକୁ ମିଳିଛି। ଏହି ଫିଲ୍ମରେ ଦୁହିଁଙ୍କ ମଧ୍ୟରେ ଥିବା ଜବରଦସ୍ତ କେମେଷ୍ଟ୍ରୀକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି। ତେବେ ଫିଲ୍ମରେ ଥିବା ଦୀପିକା ଏବଂ ହ୍ରିତିକଙ୍କ ମଧ୍ୟରେ ଥିବା ଏକ ଚୁମ୍ବନ ଦୃଶ୍ୟକୁ ନେଇ ଆସାମ ବାୟୁସେନା ଅଧିକାରୀ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି।

Advertisment

ରିପୋର୍ଟ ଅନୁଯାୟୀ ବାୟୁସେନା ଅଧିକାରୀ ସୌମ୍ୟ ଦୀପ ଦାସ କହିଛନ୍ତି ଯେ ୟୁନିଫର୍ମରେ ଚୁମ୍ବନ ଦୃଶ୍ୟ ଭାରତୀୟ ବାୟୁସେନା ପ୍ରତି ଅପମାନଜନକ।

ଖବର ଅନୁଯାୟୀ, ଭାରତୀୟ ବାୟୁସେନା ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ ସେନା ୟୁନିଫର୍ମରେ ହ୍ରିତିକ ଏବଂ ଦୀପିକାଙ୍କ ମଧ୍ୟରେ ଚୁମ୍ବନ ଦୃଶ୍ୟ ୟୁନିଫର୍ମ ସହିତ ଜଡିତ ସମ୍ମାନ ଏବଂ ପବିତ୍ରତାକୁ ଅସମ୍ମାନ କରୁଛି। ତେଣୁ ସେମାନେ ‘ଫାଇଟର୍‌’ର ନିର୍ମାତାଙ୍କୁ ଏକ ଆଇନଗତ ନୋଟିସ୍‌ ପଠାଇଛନ୍ତି। ତେବେ ଏ ପର୍ଯ୍ୟନ୍ତ ଏ ବାବଦରେ ନିର୍ମାତାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ।

Advertisment

ନିକଟରେ ଏକ ସାକ୍ଷାତକାରରେ ସିଦ୍ଧାର୍ଥ ଆନନ୍ଦ 'ଫାଇଟର୍'ର ବକ୍ସ ଅଫିସ୍‌ରେ ଖରାପ ପ୍ରଦର୍ଶନ ବିଷୟରେ କହିଥିଲେ। ରିପବ୍ଲିକ୍ ଡେ ୱିକେଣ୍ଡର ଗୋଟିଏ ଦିନ ପୂର୍ବରୁ ଏହି ଫିଲ୍ମ ଜାନୁଆରୀ ୨୫ (ଗୁରୁବାର) ରେ ମୁକ୍ତିଲାଭ କରିଥିଲା। 'ଫାଇଟର୍' ନିର୍ଦ୍ଦେଶକ ସ୍ୱୀକାର କରିଛନ୍ତି ଯେ ସପ୍ତାହ ମଝିରେ ଏକ ଫିଲ୍ମ ରିଲିଜ୍ କରିବା ଅନେକ ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ। ସେ କହିଛନ୍ତି ଯେ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା 'ପଠାନ'ର ବକ୍ସ ଅଫିସ୍‌ରେ ପ୍ରଦର୍ଶନ ଆଶାକୁ ବଢାଇ ଦେଇଥିଲା।

Deepika Padukone Bollywood Actor Bollywood Hritik Roshan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ