Advertisment

‘ତାରକ ମେହେଟ୍ଟା କା ଉଲ୍‌ଟା ଚଷ୍‌ମା’କୁ ଫେରିବେ କି ଦୟାବେନ୍

'ତାରକ ମେହେଟ୍ଟା କା ଉଲ୍‌ଟା ଚଷ୍‌ମା'ରେ ଦୟାବେନ ଚରିତ୍ରରେ ଅଭିନୟ କରି ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଦିଶା ଭକାନୀ ଦୀର୍ଘ ଦିନ ଧରି ଶୋ’ରୁ ଦୂରେଇ ଯାଇଥିଲେ। ସେ ୫ ବର୍ଷରୁ ଅଧିକ ସମୟ ଧରି ଏହି ଶୋ’ରୁ ଦୂରରେ ଥିଲେ। ଏବେ ସେ ଫେରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି

Dayaben will return to show taarak Mehta ka ooltah chashmah

Dayaben will return to show taarak Mehta ka ooltah chashmah

Advertisment

ଦୁଇଟି କାରଣରୁ ‘ତାରକ ମେହେଟ୍ଟା କା ଉଲ୍‌ଟା ଚଷ୍‌ମା’ ଆଜିକାଲି ଚର୍ଚ୍ଚାରେ ଅଛି। ଗୋଟିଏ ହେଉଛି ଶୋ’ର 'ତାରକ ମେହେଟ୍ଟା' ଅର୍ଥାତ୍ ଶୈଲେଶ ଲୋଧା ଏବଂ ଅନ୍ୟଟି ହେଉଛି ଦିଶା ଭକାନୀ ବା ଦୟାବେନ୍। ଶୈଲେଶ ଲୋଧା ଶୋ’ ଛାଡିବାକୁ ନେଇ ଚର୍ଚ୍ଚାରେ ଥିବାବେଳେ ଦିଶା ଶୋ'କୁ ପୁନର୍ବାର ଫେରୁଥିବା ଖବର ଆସିଛି। ତେବେ ଶୋ’ରେ ଜେଠାଲାଲ୍' ଗତ କିଛି ବର୍ଷ ଧରି ଦୟାବେନ୍‌ଙ୍କ ବିନା ଅଭିନୟ କରିଆସୁଛନ୍ତି।

Advertisment

'ତାରକ ମେହେଟ୍ଟା କା ଉଲ୍‌ଟା ଚଷ୍‌ମା'ରେ ଦୟାବେନ ଚରିତ୍ରରେ ଅଭିନୟ କରି ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଦିଶା ଭକାନୀ ଦୀର୍ଘ ଦିନ ଧରି ଶୋ’ରୁ ଦୂରେଇ ଯାଇଥିଲେ। ସେ ୫ ବର୍ଷରୁ ଅଧିକ ସମୟ ଧରି ଏହି ଶୋ’ରୁ ଦୂରରେ ଥିଲେ। ଦିଶା ୨୦୧୭ରେ ଏକ ଝିଅକୁ ଜନ୍ମ ଦେଇଥିଲେ। ଏହି ସମୟ ମଧ୍ୟରେ ଦିଶା ମାତୃକାଳୀନ ଛୁଟି ନେଇଥିଲେ ଏବଂ ସେବେଠାରୁ ଶୋ’ ଠାରୁ ସେ ଦୂରରେ ଥିଲେ।

ଶୋ 'ତାରକ ମେହେଟ୍ଟା କା ଉଲ୍‌ଟା ଚଷ୍‌ମା'ର ଜେଠାଲାଲ୍ ବା ଦିଲୀପ ଜୋଶୀ ଏହାକୁ ନେଇ ଖୁଲାସା କରିଛନ୍ତି। ଏନେଇ ସେ କହିଛନ୍ତି ଯେ “ଦିଶା ଗତ ପାଞ୍ଚ ବର୍ଷ ଧରି ଶୋ’ରୁ ଦୂରରେ ଅଛନ୍ତି। ବର୍ତ୍ତମାନ କେବଳ ପ୍ରଡକ୍ସନ୍ ହାଉସ୍ ଜାଣିଛି ସେ ଫେରିବେ କି ନାହିଁ। ମୁଁ ଏସବୁ ଭିତରକୁ ଯିବାକୁ ଚାହେଁ ନାହିଁ। ମୁଁ ଖୁସି ଯେ ଦର୍ଶକମାନେ ଏହି ଶୋ’କୁ ସେହି ପ୍ରେମ ସହିତ ଦେଖୁଛନ୍ତି ଯେପରି ସେମାନେ ପୂର୍ବରୁ ଦିଶା ସୁଟିଂ କରୁଥିବା ବେଳେ ଦେଖୁଥିଲେ।”

Advertisment

ଏହାରି ଭିତରେ ଦିଶା ଭକାନୀଙ୍କୁ ନେଇ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି। ଖବର ମୁତାବକ, ଦିଶା ପୁଣି ଥରେ ମାଆ ହୋଇଛନ୍ତି। ଦିଶା ଏଥର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।

ଅନ୍ୟପକ୍ଷରେ ଦିଶା ଭକାନୀଙ୍କ ବ୍ୟବସାୟୀ ସ୍ୱାମୀ ମୟୂର ପାଣ୍ଡ୍ୟା, ଭାଇ ମୟୂର ଭକାନୀ ମଧ୍ୟ ଏହି ଖବରକୁ ନିଶ୍ଚିତ କରିଛନ୍ତି। ଏହି ଖବର ସାମ୍ନାକୁ ଆସିବା ମାତ୍ରେ ‘ତାରକ ମେହେଟ୍ଟା କା ଉଲ୍‌ଟା ଚଷ୍‌ମା’ର ପ୍ରଶଂସକମାନେ ସେମାନଙ୍କର ପ୍ରିୟ ଦୟା ଭାବିଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ କରିଛନ୍ତି।

Advertisment

ଦିଶା ଭକାନୀଙ୍କ ଭାଇ ମୟୂର ଭକାନୀ କହିଛନ୍ତି, “ମୁଁ ପୁଣି ମାମୁଁ ହୋଇଥିବାରୁ ବହୁତ ଖୁସି। ୨୦୧୭ରେ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ଏବଂ ବର୍ତ୍ତମାନ ସେ ପୁଣି ଥରେ ମା’ ହୋଇଛନ୍ତି।” ମୟୂର ଭକାନୀ ‘ତାରକ୍‌ ମେହେଟ୍ଟା କା ଉଲ୍‌ଟା ଚଷ୍‌ମା’ରେ ସୁନ୍ଦର ଲାଲଙ୍କ ଚରିତ୍ରରେ ଅଭିନୟ କରନ୍ତି।

ଦିଲୀପ ଯୋଶୀ ମଧ୍ୟ ଦିଶାଙ୍କ ଘରେ ପୁଅର ଜନ୍ମକୁ ନେଇ ଖୁସି ବ୍ୟକ୍ତ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ “ମୁଁ ଖୁସି ଯେ ଦିଶା ଭକାନୀ ଏକ ପୁତ୍ର ସନ୍ତାନର ମା’ ହୋଇପାରିଛନ୍ତି। ସେ ମୋର ସହ-ଅଭିନେତ୍ରୀ ଏବଂ ଶୋ’ରେ ଆମକୁ ଏକାଠି ଦେଖି ପ୍ରଶଂସକମାନେ ବହୁତ ମଜା ନେଉଥିଲେ। ମୁଁ ତାଙ୍କ ପାଇଁ ଏବଂ ତାଙ୍କ ପରିବାର ପାଇଁ ଅତ୍ୟନ୍ତ ଖୁସି।

ଡିସେମ୍ବର ୨୦୨୧ରେ, ଦିଶା ଭକାନୀଙ୍କ ଏକ ପାରିବାରିକ ଫଟୋ ଭାଇରାଲ୍‌ ହୋଇଥିଲା, ଯେଉଁଥିରେ ସେ ତାଙ୍କ ସ୍ୱାମୀଙ୍କ ସହ ଦେଖାଯାଇଥିଲେ। ଫଟୋରେ ସେ ବେବୀ ବମ୍ପ୍ ଦେଖଉଥିବା ନଜର ଆସିଥିଲା।

Tarak Mehta Ka Ooltah Chashmah
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ