ଦାଦାସାହେବ ଫାଲ୍‌କେ ଫିଲ୍ମ ଫେଷ୍ଟିଭାଲ୍ ଆୱାର୍ଡ ଘୋଷଣା : ‘ଜୟ ଭୀମ୍’ ଶ୍ରେଷ୍ଠ ଫିଲ୍ମ

ଘୋଷଣା ହୋଇଛି ଦାଦାସାହେବ ଫାଲ୍‌କେ ଫିଲ୍ମ ଫେଷ୍ଟିଭାଲ୍ ଆୱାର୍ଡ । ଫର୍‌ହାନ୍ ଅଖ୍‌ତର୍‌ଙ୍କୁ ଫିଲ୍ମ ‘ତୁଫାନ’ ପାଇଁ ଶ୍ରେଷ୍ଠ ଅଭିନେତାର ପୁରସ୍କାର, ସୂର୍ଯ୍ୟାଙ୍କ ଫିଲ୍ମ ‘ଜୟ ଭୀମ୍’ ଶ୍ରେଷ୍ଠ ଫିଲ୍ମ ଆୱାର୍ଡ।

ଦାଦାସାହେବ ଫାଲ୍‌କେ ଫିଲ୍ମ ଫେଷ୍ଟିଭାଲ୍ ଆୱାର୍ଡ ଘୋଷଣା : ‘ଜୟ ଭୀମ୍’ ଶ୍ରେଷ୍ଠ ଫିଲ୍ମ

ଦ୍ୱାଦଶ ଦାଦାସାହେବ ଫାଲ୍‌କେ ଫିଲ୍ମ ଫେଷ୍ଟିଭାଲ୍ ଆୱାର୍ଡ ସୋମବାର ଘୋଷଣା କରାଯାଇଛି। ଏହି ଆୱାର୍ଡ ଶୋ’ରେ ଫର୍‌ହାନ୍ ଅଖ୍‌ତର୍‌ଙ୍କୁ ତାଙ୍କ ଫିଲ୍ମ ‘ତୁଫାନ’ ପାଇଁ ଶ୍ରେଷ୍ଠ ଅଭିନେତାର ପୁରସ୍କାର ମିଳିଛି। ସେହିପରି ସୂର୍ଯ୍ୟାଙ୍କ ଫିଲ୍ମ ‘ଜୟ ଭୀମ୍’ ଶ୍ରେଷ୍ଠ ଫିଲ୍ମ ଆୱାର୍ଡକୁ ନିଜ ନାମରେ କରିବାରେ ସଫଳ ହୋଇଛି।

‘ତୁଫାନ’ ଗତ ବର୍ଷ OTT ପ୍ଲାଟ୍‌ଫର୍ମରେ ମୁକ୍ତିଲାଭ କରିଥିଲା।| ଏହି ଫିଲ୍ମର ନିର୍ଦ୍ଦେଶନା ରାକେଶ ଓମ୍‌ପ୍ରକାଶ ମେହେରା ଦେଇଥିଲେ। ଏଥିରେ ମୃଣାଲ ଠାକୁର ଫରହାନଙ୍କ ବିପକ୍ଷରେ ଥିଲେ ଏବଂ ପରେଶ ରାୱଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ।

ସେହିପରି 'ଜୟ ଭୀମ'ରେ ସୂର୍ଯ୍ୟା ମୁଖ୍ୟ ଭୂମିକାରେ ଥିଲେ ଏବଂ ଏହାର ନିର୍ଦ୍ଦେଶନା ଦେଇଥିଲେ ଟିଜେ ଜାନୱେଲ୍‌। ଏହା ମଧ୍ୟ ଏକ OTT ରିଲିଜ୍ ଥିବାବେଳେ ସମାଲୋଚକମାନଙ୍କ ଠାରୁ ବହୁ ପ୍ରଶଂସା ମଧ୍ୟ ପାଇଥିଲା। ଏହି ଫିଲ୍ମଟି ଭାରତ ପକ୍ଷରୁ ଓସ୍କାର ପାଇଁ ମଧ୍ୟ ମନୋନୀତ ହୋଇଥିଲା। ଏହି ତାମିଲ ଫିଲ୍ମର ଅଭିନେତା ମଣିକନ୍ଦନଙ୍କୁ ଶ୍ରେଷ୍ଠ ସହାୟକ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି।

'ଚେହେରେ'କୁ ଜୁରୀ ସ୍ପେଶାଲ୍ ପୁରସ୍କାର:

ଅମିତାଭ ବଚ୍ଚନ ଓ ଇମ୍ରାନ ହାଶମୀଙ୍କ ଫିଲ୍ମ 'ଚେହେରେ'କୁ ଏକ ବିଶେଷ ପୁରସ୍କାର ପ୍ରଦାନ କରାଯାଇଛି। ଏର୍ଗଲ ଓ ନାତା ସମ୍ରାଟଙ୍କୁ ଶ୍ରେଷ୍ଠ ଫିଲ୍ମ (ଜୁରୀ) ପୁରସ୍କାର ମିଳିଛି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ରୁମି ଜାଫରୀ। ଏଥିରେ ରିୟା ଚକ୍ରବର୍ତ୍ତୀ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିଲେ। ଏହି ଫିଲ୍ମରେ ଅନୁ କପୁର ଏବଂ ରଘୁବୀର ଯାଦବଙ୍କ ସମେତ ଅନେକ ଜଣାଶୁଣା କଳାକାର ମଧ୍ୟ ସାମିଲ ଥିଲେ। ଏହି ଫିଲ୍ମଟି ପ୍ରଥମେ ବଡ ପରଦାରେ ଏବଂ ପରେ OTT ରେ ମୁକ୍ତିଲାଭ କରିଥିଲା ​।

ପୁରସ୍କାରର ସମ୍ପୂର୍ଣ୍ଣ ତାଲିକା: