Advertisment

ଦିନକୁ ଦିନ ହ୍ରାସ ପାଉଛି 'ଟାଇଗର ୩'ର ରୋଜଗାର; କାରଣ କହିଲେ ସଲମାନ

'ଟାଇଗର ୩' ଆରମ୍ଭରୁ ଯେମିତି ରୋଜଗାର କରୁଥିଲା ଧିରେ ଧିରେ ଏଥିରେ ପ୍ରଭାବ ଦେଖିବାକୁ ମିଳୁଛି। ଦିନକୁ ଦିନ ଏହାର ରୋଜଗାର କମୁଛି। ଏହା ପଛରେ ରହିଛି ଏକ ଦୃଢ କାରଣ। ଏହି କାରଣ କ’ଣ ନିଜେ ସଲମାନ ଖାନ୍ କହିଛନ୍ତି। ଆସନ୍ତୁ ଜାଣିବା।

cricket world cup 2023 impact on tiger 3

cricket world cup 2023 impact on tiger 3

Advertisment

ଆଜିକାଲି ସଲମାନ ଖାନ 'ଟାଇଗର ୩' କୁ ନେଇ ଖୁବ୍ ଚର୍ଚ୍ଚାରେ। ତାଙ୍କର ଫିଲ୍ମ ଏବେ ବକ୍ସ ଅଫିସରେ ହଙ୍ଗାମା ସୃଷ୍ଟି କରୁଛି। ବକ୍ସ ଅଫିସରେ ଏବେ ରେଡର୍ଡ ଭଙ୍ଗା ରୋଜଗାର ଜାରି ରହିଛି। ନିର୍ମାତା, ସଲମାନ ଖାନ୍, କ୍ୟାଟ୍ରିନା କୈଫ୍‌ ଏବଂ ଇମ୍ରାନ ହାଶ୍‌ମୀ ଦର୍ଶକଙ୍କ ଠାରୁ ଯେଉଁ ଭଲ ପାଇବା ପାଉଛନ୍ତି ତାକୁ ନେଇ ବେଶ ଖୁସି ଅଛନ୍ତି।

Advertisment

ଏହି ଅବସରରେ ମୁମ୍ବାଇରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସଲମାନଙ୍କ ସହ କ୍ୟାଟ୍ରିନା ଏବଂ ଇମ୍ରାନ ମଧ୍ୟ ଏଥିରେ ଭାଗ ନେଇଥିଲେ। ‘ଟାଇଗର ୩’ ସହିତ ପ୍ରଶଂସକଙ୍କ ମଧ୍ୟରେ କ୍ରିକେଟ୍ ୱାର୍ଲ୍ଡ କପ୍ ୨୦୨୩ ପାଇଁ ଏକ କ୍ରେଜ୍ ମଧ୍ୟ ରହିଛି। ଏହି କାର୍ଯ୍ୟକ୍ରମରେ ସଲମାନ ଖାନ୍‌ ଭାରତ କ୍ରିକେଟ୍ ବିଶ୍ୱକପ ଜିତିବା ପାଇଁ ଭରସା ଦେଇଛନ୍ତି।

ଅନ୍ତର୍ଜାତୀୟ କ୍ରିକେଟ୍ ବିଶ୍ୱକପ୍ ୨୦୨୩ର ଅନ୍ତିମ ମ୍ୟାଚ୍ ରବିବାର ଅହମ୍ମଦାବାଦରେ ଅନୁଷ୍ଠିତ ହେବ। ଫାଇନାଲ୍‌ରେ ଭାରତ ଏବଂ ଅଷ୍ଟ୍ରେଲିଆ ଏକ ମ୍ୟାଚ୍ ହେବ। 'ଟାଇଗର ୩'ର ରୋଜଗାରକୁ ନେଇ ଜଣେ ପ୍ରଶଂସକଙ୍କ ପ୍ରଶ୍ନ ଉପରେ ସଲମାନ କହିଛନ୍ତି ଯେ ଭାରତ ବିଶ୍ୱକପ୍‌ ଜିତିବ। ଭାରତ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ହାରି ନାହିଁ। ଭାରତ ଧଡାଧଡ ମାରି ଚାଲିଥିଲା। ସଲମାନଙ୍କ ଏହି କଥା ଶୁଣି ଉପସ୍ଥିତ ପ୍ରଶଂସକମାନେ ଜୋରରେ ପାଟି କରିବା ଆରମ୍ଭ କରିଥିଲେ।

Advertisment

ANIର ଏକ ରିପୋର୍ଟ ଅନୁଯାୟୀ ସଲମାନ ଖାନ କହିଛନ୍ତି, “ବିଶ୍ୱକପ୍‌ ମଧ୍ୟ ଥିଲା ଏବଂ ଭାରତ ଧଡାଧଡ ମାରିଚାଲିଥିଲା। ଭାରତ ପ୍ରତ୍ୟେକ ଗେମ୍ ଜିତିଛି। ଆମେ ସେହି ସମୟରେ ଆସିଛୁ। ଆମର ଯେଉଁ ରୋଜଗାର ହୋଇଛି ତାହା ଖୁବ୍ ଭଲ। ଭାରତ ବିଶ୍ୱକପ ଜିତିଯିବ। ଆସନ୍ତାକାଲି ଭାରତ ଜିତିବ ଏବଂ ଏହା ପରେ ଆପଣମାନେ ସମସ୍ତେ ଥିଏଟରକୁ ଫେରିବେ। ବୁଝିଲେ…”

'ଟାଇଗର ୩' ର ବକ୍ସ ଅଫିସ୍ ରୋଜଗାର ବିଷୟରେ କହିବାକୁ ଗଲେ ଏଜ ରିପୋର୍ଟ ଅନୁଯାୟୀ, ‘ଟାଇଗର ୩’ ଷଷ୍ଠ ଦିନରେ ୧୩.୪୪ କୋଟି ଟଙ୍କା ରୋଜଗାର କରିଛି। ଫିଲ୍ମର ରୋଜଗାର କ୍ରମାଗତ ଭାବେ ହ୍ରାସ ପାଉଛି। ଫିଲ୍ମଟି ଓପେନିଂ ଦିନ ୪୪.୫ କୋଟି ଟଙ୍କା ସଂଗ୍ରହ କରିଥିଲା।​| ଦ୍ୱିତୀୟ ଦିନ ଏହାର ସଂଗ୍ରହ ୫୯.୨୫ କୋଟି ଟଙ୍କାକୁ ବୃଦ୍ଧି ପାଇଲା। ତୃତୀୟ ଦିନରେ ଏହା ହ୍ରାସ ପାଇଲା ଏବଂ ରୋଜଗାର ୪୪.୭୫ କୋଟି ଟଙ୍କା ଥିଲା। ତୃତୀୟ ଦିନରେ ୪୪.୭୫ କୋଟି ଟଙ୍କା ରୋଜଗାର କଲା। ଚତୁର୍ଥ ଦିନରେ ଏହା ହ୍ରାସ ପାଇଲା ଏବଂ ରୋଜଗାର ୨୧.୨୫ କୋଟି ଟଙ୍କାରେ ସୀମିତ ରହିଲା। ପଞ୍ଚମ ଦିନରେ ଆହୁରି କମି ୧୮.୫ କୋଟି ଟଙ୍କା ହୋଇଗଲା।

Advertisment

ତେବେ ଏହି ଫିଲ୍ମ ବିଶ୍ୱ ବକ୍ସ ଅଫିସରେ ୩୦୦ କୋଟି ଟଙ୍କାର କ୍ଲବ୍‌ରେ ପ୍ରବେଶ କରିଛି। ଭାରତୀୟ ବକ୍ସ ଅଫିସରେ ଏପର୍ଯ୍ୟନ୍ତ ୨୨୯ କୋଟି ଟଙ୍କା ସଂଗ୍ରହ କରିଥିବା ବେଳେ ସାରା ଦୁନିଆରେ ୭୧ କୋଟି ଟଙ୍କା ରୋଜଗାର କରିଛି। ବାଣିଜ୍ୟ ବିଶ୍ଳେଷକମାନେ ବିଶ୍ୱାସ କରନ୍ତି ଯେ କ୍ରିକେଟ୍ ବିଶ୍ୱକପ୍ ଯୋଗୁଁ ‘ଟାଇଗର ୩’ ର ବକ୍ସ ଅଫିସ୍ ରୋଜଗାର ପ୍ରଭାବିତ ହେଉଛି।

Salman Khan Katrina Kaif Bollywood Tiger 3 Imran Hasmi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ