Advertisment

ହାସ୍ୟ ଅଭିନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର : ବ୍ରେନ୍‌ ଡେଡ୍‌ ଅବସ୍ଥାରେ ରାଜୁ ଶ୍ରୀବାସ୍ତବ

ଚିକିତ୍ସା ଚାଲୁଥିଲେ ସୁଦ୍ଧା ରାଜୁ ଶ୍ରୀବାସ୍ତବଙ୍କ ସ୍ଥିତିରେ କୌଣସି ସୁଧାର ଆସିନାହିଁ ।

Special story

Special story

Advertisment

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର । ସୁଧୁରିବା ପରିବର୍ତ୍ତେ ପୂର୍ବ ତୁଳନାରେ ସ୍ଥିତି ଏବେ ଆହୁରି ଗମ୍ଭୀର ହେବାରେ ଲାଗିଛି । ଡାକ୍ତରୀ ଟିମ୍‌ ନିରନ୍ତର ସେବା କରୁଥିଲେ ସୁଦ୍ଧା ବର୍ତ୍ତମାନ ସେ ବ୍ରେନ୍‌ ଡେଡ୍‌ ଅବସ୍ଥାରେ ଅଛନ୍ତି । ରାଜୁଙ୍କ ମୁଖ୍ୟ ପରାମର୍ଶଦାତା ଅଜିତ ସକ୍ସେନା ଏସମ୍ପର୍କରେ ସୂଚନା ଦେଇଛନ୍ତି । ଏବେ ସବୁ କିଛି ଭଗବାନଙ୍କ ହାତରେ ବୋଲି ସେ କହିଛନ୍ତି ।

Advertisment

ସବୁ ଭଗବାନଙ୍କ ହାତରେ

ଡାକ୍ତରମାନେ ସୂଚନା ଅନୁସାରେ ରାଜୁଙ୍କ ମସ୍ତିଷ୍କ କାମ କରୁନାହିଁ । ଏବେ ବି ସେ ଆଇସିୟୁରେ ଭେଣ୍ଟିଲେଟରରେ ରହିଛନ୍ତି। ତାଙ୍କ ହୃଦୟରେ ମଧ୍ୟ ସମସ୍ୟା ଦେଖାଦେଇଛି । ସମସ୍ତେ ଇଶ୍ବରଙ୍କ ଭରସାରେ ଅଛନ୍ତି । ଏପରିକି ପରିବାର ସଦସ୍ୟମାନେ କିଛି ବୁଝିପାରୁ ନାହାନ୍ତି ।

ଅଗଷ୍ଟ ୧୦ରେ ରାଜୁ ଶ୍ରୀବାସ୍ତବ ଜିମରେ ବ୍ୟାୟାମ କରୁଥିବା ସମୟରେ ହୃଦ୍‌ଘାତର ଶିକାର ହୋଇଥିଲେ । ସେବେଠାରୁ ସେ ଦିଲ୍ଲୀର AIIMSରେ ଭର୍ତ୍ତି ହୋଇଛନ୍ତି। ରାଜୁ ଶ୍ରୀବାସ୍ତବ ଗତ ଆଠ ଦିନ ଧରି ଚେତା ଫେରୁନାହିଁ । ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କ ଚିକିତ୍ସା କରୁଛନ୍ତି । ଗୁରୁବାର ସକାଳେ ଅଭିନେତା ଶେଖର ସୁମନ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ, ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତେବେ ସଦ୍ୟତମ ରିପୋର୍ଟ ଅନୁସାରେ ତାଙ୍କର ସ୍ଥିତିରେ କୌଣସି ସୁଧାର ନାହିଁ ।

Advertisment

୧୯୮୦ ଦଶକ ମଧ୍ୟଭାଗରେ ମନୋରଞ୍ଜନ ଜଗତରେ ସକ୍ରିୟ ଥିବା ରାଜୁ ଶ୍ରୀବାସ୍ତବ ୨୦୦୫ରେ ଷ୍ଟାଣ୍ଡ୍‌ ଅପ୍ କମେଡି ଶୋ "ଦି ଗ୍ରେଟ୍ ଇଣ୍ଡିଆନ୍ ଲାପ୍ଟର୍ ଚ୍ୟାଲେଞ୍ଜ" ର ପ୍ରଥମ ସିଜନ୍‌ରେ ଅଂଶଗ୍ରହଣ କରିବା ପରେ ଲୋକଲୋଚନକୁ ଆସିଥିଲେ। ସେ "ମୈନେ ପ୍ୟାର୍ କିୟା", "ବାଜିଗାର୍", "ବମ୍ବେ ଟୁ ଗୋଆ" (ରିମେକ୍) ଏବଂ "ଆମଦାନି ଆଠାନି ଖର୍ଚ୍ଚା ରୂପୈୟା" ପରି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସେ "ବିଗ୍ ବସ୍" ସିଜନ୍ ୩ର ପ୍ରତିଯୋଗୀମାନଙ୍କ ମଧ୍ୟରୁ ଜଣେ ଥିଲେ। ରାଜୁ ଶ୍ରୀବାସ୍ତବ ଉତ୍ତରପ୍ରଦେଶର ଚଳଚ୍ଚିତ୍ର ବିକାଶ ପରିଷଦର ବର୍ତ୍ତମାନର ସଭାପତି ଅଛନ୍ତି।

Raju Srivastav
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ