Advertisment

Special Story: ଭୟରେ ଥରୁଛନ୍ତି ହାସ୍ୟ ଅଭିନେତା ନରି ପଣ୍ଡା, ରାତିଅଧରେ କଲେ ଅନଲାଇନ୍ FIR

ନରୀ ପଣ୍ଡାଙ୍କୁ ମାରିଦେବାକୁ ଧମକ ମିଳିଥିବାରୁ ସେ ବୀରଚନ୍ଦ୍ରପୁର ନଯାଇ ଅନଲାଇନରେ ଏଫାଆର ରୁଜ୍ଜୁ କରିଥିବା କଥା କହିଛନ୍ତି ତାଙ୍କ ଓକିଲ। ଏବାଦରେ IG କଟକ, କେନ୍ଦ୍ରାପଡା SP, ଏପରିକି ମୁଖ୍ୟମନ୍ତ୍ରୀ ଓ ମାନବାଧିକାର କମିଶନଙ୍କୁ ମଧ୍ୟ ଅଭିଯୋଗ କରିଥିବା କଥା ସେ କହିଛନ୍ତି ।

ଅଦ୍ୟତନ ହୋଇଛି
FIR ଦେଲେ ନରୀ ପଣ୍ଡା

FIR ଦେଲେ ନରୀ ପଣ୍ଡା

Advertisment

ଯାତ୍ରା ହାସ୍ୟ ଅଭିନେତା ନରୀ ପଣ୍ଡାଙ୍କୁ ତୁଳସୀ ଗଣନାଟ୍ୟ ମାଲିକଙ୍କ ମାଡ ଘଟଣା ନେଲା ନୂଆ ମୋଡ଼। ତୁଳସୀ ଗଣନାଟ୍ୟ ମାଲିକଙ୍କ ବିରୋଧରେ ଅଭିଯୋଗ କଲେ ତାଙ୍କୁ ଜୀବନରୁ ମାରିଦେବାକୁ ମିଳୁଛି ଧମକ। ତେଣୁ ବିଳମ୍ବିତ ରାତିରେ Onlineରେ ନରୀ ପଣ୍ଡା ଏତଲା ଦେଇଛନ୍ତି। ଏହାସହ ସେ ଯେଉଁ ସମୟରେ ତୁଳସୀ ମାଲିକଙ୍କୁ ଭେଟିଥିଲେ ସେହି ସମୟ ସିସିଟିଭି ଫୁଟେଜ ସାର୍ବଜନୀନ କରନ୍ତୁ ବୋଲି କହିଛନ୍ତି।

Advertisment

ନରୀ ପଣ୍ଡାଙ୍କୁ ମାରିଦେବାକୁ ଧମକ ମିଳିଥିବାରୁ ସେ ବୀରଚନ୍ଦ୍ରପୁର ନଯାଇ ଅନଲାଇନରେ ଏଫାଆର ରୁଜ୍ଜୁ କରିଥିବା କଥା କହିଛନ୍ତି ତାଙ୍କ ଓକିଲ। ଏବାଦରେ IG କଟକ, କେନ୍ଦ୍ରାପଡା SP, ଏପରିକି ମୁଖ୍ୟମନ୍ତ୍ରୀ ଓ ମାନବାଧିକାର କମିଶନଙ୍କୁ ମଧ୍ୟ ଅଭିଯୋଗ କରିଥିବା କଥା ସେ କହିଛନ୍ତି ।

୨୦୨୫-୨୬ ମସିହା ପାଇଁ ତୁଳସୀ ଗଣନାଟ୍ୟରେ କାମ କରିବା ପାଇଁ ଆଗୁଆ ୧୦ ଲକ୍ଷ ଟଙ୍କା ନେଇଥିଲେ କମେଡିଆନ ନରୀ ପଣ୍ଡା। ହେଲେ ଆଉ କିଛି ଆଡଭାନସ ଟଙ୍କା ମାଗିବାରୁ ମାଲିକ ତାଙ୍କ ଫୋନ ଉଠାଇଲେନି। ପରେ ପରେ ନରୀଙ୍କ ପତ୍ନୀ ଫୋନ କରିବାରୁ ମାଲିକ ଖରାପ ବ୍ୟବହାର କଲେ। ତେଣୁ ସେ ନେଇଥିବା ଆଡଭାନସ ଟଙ୍କା ଫେରାଇବାକୁ ଚାହିଁଥିଲେ।

Advertisment

ହେଲେ ତୁଳସୀ ମାଲିକ ତାଙ୍କୁ ଡାକି ମାଡ ମାରିଲେ ବୋଲି ଅଭିଯୋଗ କରିଥିଲେ ନରୀ। ତେବେ ଅନ୍ୟପଟେ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ନରୀ ମିଛ କହୁଛନ୍ତି ବୋଲି କହୁଥିଲେ। ତାଙ୍କ ସାଙ୍ଗେ ଏଗ୍ରୀମେଣ୍ଟ କରି ଟଙ୍କା ନେଇ କାମ କରିବିନି ବୋଲି କହୁଛନ୍ତି। ଯାତ୍ରା ମାଲିକ ମାନଙ୍କୁ ବ୍ଲାକ ମେଲ ଟ୍ରେଣ୍ଡ ଏବେ ଆରମ୍ଭ ହୋଇଯାଇଛି ବୋଲି ତୁଳସୀ ମାଲିକ କହିଥିଲେ। ଷ୍ଟାର କାଷ୍ଟ ସରିଛି ସେ ଯାତ୍ରା ନକଲେ ୧ କୋଟି ଟଙ୍କା କ୍ଷତିପୂରଣ ଦିଅନ୍ତୁ ବୋଲି କହିଥିଲେ ଅନନ୍ତ ।

ଏବେ ନରି ପଣ୍ଡା ଅନଲାଇନ FIR ଦେଇଥିବା ବେଳେ ଘଟଣା କେଉଁ ମୋଡ଼ ନେଉଛି ଦେଖିବାକୁ ବାକି ରହିଲା ।

Advertisment
Bhadrak Jatra Party Jatra Artist Police Complaint
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ