Advertisment

ବଲିଉଡ୍‌ରେ ଅସଫଳତା ପରେ ଚାଲିଗଲେ ବାଂଲାଦେଶ, ହୋଇଗଲେ ସୁପର୍‌ଷ୍ଟାର୍; ହେଲେ ପରେ…

ଆଜିକାଲି ବାଂଲାଦେଶକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ବଲିଉଡ୍‌ର ଏମିତି ଜଣେ ଅଭିନେତା, ଯିଏ କେବଳ ଗୋଟିଏ କି ଦୁଇଟି ନୁହେଁ ଅନେକ ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଥିଲେଏବଂ ନାମୀ ତାରକାମାନଙ୍କୁ ଅଭିନୟ କରିବାର ABC ଶିଖେଇଥିଲେ। ଖାଲି ସେତିକି ନୁହେଁ, ବଡ ବଡ ତାରକାମାନଙ୍କ ସହିତ କାମ ମଧ୍ୟ କରିଥିଲେ। କିନ୍ତୁ ପରେ ହୋଇଗଲେ ବାଂଲାଦେଶର ସୁପରଷ୍ଟାର୍।

ଅଦ୍ୟତନ ହୋଇଛି
Chunky panday become Bangladesh amitabh bachchan

Chunky panday become Bangladesh amitabh bachchan

Advertisment

ବଲିଉଡ୍‌ରେ ଅନେକ ତାରକା ଅଛନ୍ତି, ଯେଉଁମାନେ ସାଉଥ୍ ଫିଲ୍ମ ସହିତ ଅନ୍ୟ ଦେଶର ଫିଲ୍ମରେ କାମ କରିଛନ୍ତି ଏବଂ ନା’ ମଧ୍ୟ ଅର୍ଜନ କରିଛନ୍ତି। ଆଜିକାଲି ବାଂଲାଦେଶକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ବଲିଉଡ୍‌ର ଏମିତି ଜଣେ ଅଭିନେତା, ଯିଏ କେବଳ ଗୋଟିଏ କି ଦୁଇଟି ନୁହେଁ ଅନେକ ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଥିଲେ ଏବଂ ନାମୀ ତାରକାମାନଙ୍କୁ ଅଭିନୟ କରିବାର ABC ଶିଖେଇଥିଲେ। ଖାଲି ସେତିକି ନୁହେଁ, ବଡ ବଡ ତାରକାମାନଙ୍କ ସହିତ କାମ ମଧ୍ୟ କରିଥିଲେ। କିନ୍ତୁ ପରେ ହୋଇଗଲେ ବାଂଲାଦେଶର ସୁପରଷ୍ଟାର୍।

Advertisment

କୁହାଯାଏ ସମସ୍ତେ ସଫଳତାକୁ ହଜମ କରିପାରନ୍ତି ନାହିଁ। ଏହି ଅଭିନେତାଙ୍କ ସହ ମଧ୍ୟ ସମାନ ପରିସ୍ଥିତି ଘଟିଥିଲା। ​​ବଲିଉଡ୍‌ରେ ଅନେକ ହିଟ୍ ଫିଲ୍ମ କରିବା ପରେ ତାଙ୍କର ଗର୍ବ ତାଙ୍କୁ ଭାଙ୍ଗି ଦେଇଥିଲା ଆଉ ସେ ପଡୋଶୀ ଦେଶ ବାଂଲାଦେଶକୁ ଅଭିନୟ କରିବାକୁ ଯାଇ ସେଠାରେ ଏପରି ଯାଦୁ ଦେଖାଇଥିଲେ ଯେ ସେ ବାଂଲାଦେଶର ସୁପରଷ୍ଟାର ହୋଇଥିଲେ।

ଅଧିକ ପଢନ୍ତୁ : Katrina Kaif: ଫିଲ୍ମ ଦୁନିଆ ଛାଡିଦେବେ କି କ୍ୟାଟ୍ରିନା କୈଫ୍; କହିଲେ ‘ଘରେ ରହି ପିଲାର ଲାଳନ ପାଳନ କରିବି’

Advertisment

ଆମେ କହୁଥିବା ଅଭିନେତାଙ୍କ ବାପା ଜଣେ ପ୍ରସିଦ୍ଧ ହାର୍ଟ ସର୍ଜନ ଥିଲେ। ଦେଶରେ ପ୍ରଥମ ହାର୍ଟ ଅପରେସନ୍ କରିଥିବା ଡାକ୍ତରମାନଙ୍କ ମଧ୍ୟରୁ ସେ ଥିଲେ ଜଣେ। ତାଙ୍କ ମା’ ମଧ୍ୟ ଜଣେ ଡାକ୍ତର ଥିଲେ। ତେଣୁ ଦୁହେଁ ଚାହୁଁଥିଲେ ଯେ ସେମାନଙ୍କ ପୁଅ ମଧ୍ୟ ଡାକ୍ତର ହେବା ଉଚିତ୍। କିନ୍ତୁ ଏହା ହୋଇପାରିଲା ନାହିଁ।

ଏହି ଅଭିନେତା ସୁରେଶ ପାଣ୍ଡେ ଯିଏ ଭଲ ଭାବରେ ଚଙ୍କି ପାଣ୍ଡେ ନାମରେ ଜଣାଶୁଣା। ସୁରେଶ କିପରି ଚଙ୍କି ହୋଇଗଲେ, ସେ କିପରି ବଲିଉଡ୍‌ରେ ପହଞ୍ଚିଲେ, ଗୋଟିଏ ପରେ ଗୋଟିଏ ଚଳଚ୍ଚିତ୍ରରୁ ନାମ ଅର୍ଜନ କଲେ ଏବଂ ପରେ ବୁଡିଗଲେ ଏବଂ ବାଂଲାଦେଶରେ ସେ କିପରି ହଜିଯାଇଥିବା ନିଜ ଷ୍ଟାର୍‌ଡମ୍‌କୁ ଫେରିପାଇଲେ ଏବଂ ତା’ପରେ ସେ କିପରି ବଲିଉଡ୍‌କୁ ଆସିଲେ, ଆସନ୍ତୁ ଜାଣିବା।

Advertisment

କେମିତି ହେଲେ ଚଙ୍କି ପାଣ୍ଡେ:

ଉଭୟ ବାପାମାଆ କାମରେ ବ୍ୟକ୍ତ ଥିବାରୁ ତାଙ୍କର ଦେଖାଶୁଣା ପାଇଁ ଘରେ ଜଣେ ମହିଳାଙ୍କୁ ନିଯୁକ୍ତି କରଯାଇଥିଲା। ସେ ସୁରେଶଙ୍କୁ ଚଙ୍କି ଡାକୁଥିଲେ ଏବଂ ପରେ ଘରର ସମସ୍ତେ ତାଙ୍କୁ ସ୍ନେହରେ ଚଙ୍କି ବୋଲି ଡାକିବା ଆରମ୍ଭ କଲେ ଏବଂ ସୁରେଶ ନା’ ଭୁଲିଗଲେ। ସେବେଠାରୁ ତାଙ୍କ ନା’ ଚଙ୍କି ପାଣ୍ଡେ ହୋଇଗଲା।

ସିନେମାରେ ଯିବାକୁ ଇଚ୍ଛା:

ଚଙ୍କିଙ୍କ ବାପାମାଆ ଚାହୁଁଥିଲେ ଯେ ତାଙ୍କ ପୁଅ ପାଠ ପଢୁ ଏବଂ ଡାକ୍ତର ହେଉ। କିନ୍ତୁ ଚଙ୍କି ପାଠରେ ଶୁନ ଥିଲେ। ସେତେବେଳେ ସେ ଯେଉଁ ସ୍କୁଲରେ ପଢୁଥିଲେ, ସେଠାରେ ଅନେକ ଚଳଚ୍ଚିତ୍ର ତାରକାଙ୍କ ପିଲାମାନେ ମଧ୍ୟ ପଠୁଥିଲେ। ସେମାନେ ନିଜ ନିଜ ବାପାମାଆଙ୍କ ଚଳଚ୍ଚିତ୍ର କାହାଣୀ ତାଙ୍କୁ କହୁଥିଲେ। ପିଲାଦିନରୁ ବଲିଉଡର ଅନେକ କାହାଣୀ ଜାଣିବା ପରେ ସେ ସିନେମାରେ ଯିବାକୁ ଇଚ୍ଛା କରିଥିଲେ।

ବାପାମାଆଙ୍କୁ କହିଲେ:

ଯେତେବେଳେ ସେ ତାଙ୍କ ବାପାମାଆଙ୍କୁ ବଲିଉଡରେ କ୍ୟାରିୟର କରିବା ବିଷୟରେ କହିଲେ, ସେମାନେ ରାଜି ହୋଇଥିଲେ। କାରଣ ସେ ଯେହେତୁ ଭଲ ପାଠ ପଢୁ ନଥିଲେ, ତେଣୁ ଡାକ୍ତର ହୋଇପାରିବେ ନାହିଁ। ତାଙ୍କ ପାଠ ପଢା ଶେଷ ପରେ, ତାଙ୍କ ବାପାମା ତାଙ୍କୁ ବୁଝାଇଲେ ଯେ ପ୍ରଥମେ ଅଭିନୟ ଶିଖନ୍ତୁ ଏବଂ ପରେ ଚେଷ୍ଟା କରନ୍ତୁ।

ଅଧିକ ପଢନ୍ତୁ : ଦିଲ୍ଲୀର ଦାମୀ ଏରିଆ, ଯେଉଁଠି ରହିଛି ଆର୍ଯ୍ୟନ୍‌ଙ୍କ ୨୭୦୦ ବର୍ଗଫୁଟ୍‌ର ଘର

ବଡ ବଡ ଷ୍ଟାର୍‌ଙ୍କୁ ଶିକ୍ଷା:

୧୯୮୬ ମସିହାରେ ଯେତେବେଳେ ଚଙ୍କି ୨୩-୨୪ ବର୍ଷ ଥିଲେ ସେ ଡେଜି ଇରାନୀଙ୍କ ସ୍କୁଲ୍‌କୁ ଗଲେ ଆଉ ସେଠାରେ ଅଭିନୟର କୌଶଳ ଶିଖିଥିଲେ। ପରେ ସେଠାରେ ମଧ୍ୟ କାମ କରିବା ଆରମ୍ଭ କଲେ। କୁହାଯାଏ ଯେ ସେ ସେହି ସ୍କୁଲ୍‌ରେ ସଲମାନ ଖାନ ଏବଂ ଅକ୍ଷୟ କୁମାରଙ୍କ ଭଳି ସୁପରଷ୍ଟାରମାନଙ୍କୁ ଅଭିନୟ ଏବଂ ଡ୍ୟାନ୍ସ ପ୍ରଶିକ୍ଷଣ ମଧ୍ୟ ଦେଇଥିଲେ।

ବଲିଉଡ୍‌ରେ ପରିଚୟ:

୧୯୮୭ ରେ ସେ ଫିଲ୍ମ 'ଆଗ ହିଁ ଆଗ' ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଚଙ୍କି ପାଣ୍ଡେ ‘ପପ୍‌ କି ଦୁନିୟା’, ‘ଖତରୋଁ କେ ଖିଲାଡି’, ‘ଜହରିଲେ’ ଏବଂ ‘ଆଙ୍ଖେ’ ଭଳି ସୁପରହିଟ୍ ଚଳଚ୍ଚିତ୍ର ଦେଇ ବଲିଉଡ୍‌ରେ ନିଜର ପରିଚୟ ସୃଷ୍ଟି କରିଥିଲେ। ସେ ୧୯୮୮ର ସୁପରହିଟ୍ ଚଳଚ୍ଚିତ୍ର 'ତେଜାବ'ରେ ଅନିଲ କପୁରଙ୍କ ବନ୍ଧୁ ଭୂମିକାରେ ଅଭିନୟ କରିଥିଲେ, ଯେଉଁଥିପାଇଁ ତାଙ୍କୁ ସହାୟକ ଅଭିନେତା ଭାବେ ଫିଲ୍ମଫେୟାର ପୁରସ୍କାର ପ୍ରଦାନ କରାଯାଇଥିଲା।

ଗୋଟିଏ ପରେ ଗୋଟିଏ ଚଳଚ୍ଚିତ୍ରରେ ଚଙ୍କିଙ୍କ ନାମ ଲୋକପ୍ରିୟ ହେବାକୁ ଲାଗିଲା। ଲୋକମାନେ ତାଙ୍କୁ ଭବିଷ୍ୟତର ସୁପରଷ୍ଟାର ବୋଲି କହିବା ଆରମ୍ଭ କଲେ।

ବଡ ଷ୍ଟାର୍ ଆଉ ଅହଂକାର:

ଫିଲ୍ମ 'ଆଙ୍ଖେ'ର ଅପାର ସଫଳତା ପରେ ଚଙ୍କି ଗର୍ବିତ ହୋଇଗଲେ। ସେ ଭାବିଲେ ଯେ ମୁଁ ବର୍ତ୍ତମାନ ଏକ ବଡ ତାରକା ହୋଇଯାଇଛି ଏବଂ ବର୍ତ୍ତମାନ ମୁଁ କେବଳ ହିରୋବାଲା ଫିଲ୍ମ କରିବି କିନ୍ତୁ ଘଟଣା ଓଲଟା ହେଲା। ତାଙ୍କୁ ଫିଲ୍ମ ନିର୍ମାତାଙ୍କ ଠାରୁ ଅନେକ ଅଫର ମିଳିଥିଲା। କିନ୍ତୁ ସେହି ସମାନ ଚରିତ୍ର ଯାହାକୁ ସେ ବର୍ତ୍ତମାନ ପର୍ଯ୍ୟନ୍ତ କରୁଥିଲେ, ସେ ଆଉ ଏପରି ଭୂମିକାରେ ଅଭିନୟ କରିବେ ନାହିଁ ନିଷ୍ପତ୍ତି ନେଲେ।

ବାଂଲାଦେଶରେ ଷ୍ଟାରଡମ୍ ହାସଲ:

୧୯୯୫ରେ, ଚଙ୍କି ପାଣ୍ଡେ ପ୍ରଥମ ଥର ପାଇଁ ବାଂଲାଦେଶୀ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କଲେ। ସ୍ଥାନୀୟ ଭାଷା ଜାଣି ନଥିଲେ ମଧ୍ୟ ସେ ବାଂଲାଦେଶରେ ଷ୍ଟାରଡମ୍ ହାସଲ କଲେ। ଚଙ୍କି ବାଂଲାଦେଶୀ ସିନେମାରେ ‘ସ୍ୱାମୀ କେନୋ ଆସାମୀ’, ‘ବେଶ କୋରେଚି ପ୍ରେମ୍‌ କୋରେଚି’, ‘ମେୟେରା ଏ ନାନୁଷ’ ଭଳି ଅନେକ ହିଟ୍ ଫିଲ୍ମ ଦେଲେ।

ବଲିଉଡ୍‌କୁ ପ୍ରତ୍ୟାବର୍ତ୍ତନ:

ଚଙ୍କିଙ୍କ କିନ୍ତୁ ସେଠାରେ ମନ ଲାଗିଲା ନାହିଁ। ସେ ପୁଣି ବଲିଉଡ୍‌କୁ ଫେରିଲେ। ସେ ୨୦୦୩ ମସିହାରେ ଫିଲ୍ମ ‘କୟାମତ’ ସହିତ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ଫିଲ୍ମରେ ସେ ଜଣେ ବୈଜ୍ଞାନିକଙ୍କ ନକାରାତ୍ମକ ଭୂମିକା ଗ୍ରହଣ କରିଥିଲେ। ଏହା ପରେ ସେ 'ପେଇଙ୍ଗ୍ ଗେଷ୍ଟ୍', 'ହାଉସ୍‌ଫୁଲ୍' ସିରିଜ୍‌ର ଚାରୋଟି ଫିଲ୍ମ, 'ବୁଲେଟ୍ ରାଜା' ଏବଂ 'ବେଗମ୍ ଜାନ' ଭଳି ଫିଲ୍ମ କରିଛନ୍ତି।

ଅଧିକ ପଢନ୍ତୁ : ପାପାରାଜିଙ୍କ ପ୍ରଶ୍ନର ହସି ହସି ବଢ଼ିଆ ଉତ୍ତର ଦେଲେ ଐଶ୍ୱର୍ଯ୍ୟା..!

Bollywood Chunky Panday Chunky Pandey
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ