Advertisment

କିଏ ଭଲ ଡ୍ୟାନ୍ସର, ଶାହରୁଖ ନା ସଲମାନ; ଏମିତି ଉତ୍ତର ଦେଲେ କୋରିୟୋଗ୍ରାଫର ବସ୍କୋ ମାର୍ଟିସ୍

ସଲମାନ ଖାନ ଏବଂ ଶାହରୁଖ ଖାନଙ୍କ ପରି ଅନେକ ବଡ ବଡ ତାରକାଙ୍କୁ ତାଙ୍କ ନିଜ ଇଶାରାରେ ନଚେଇଥିବା କୋରିୟୋଗ୍ରାଫର ବସ୍କୋ ମାର୍ଟିସ୍ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ କୋରିଓଗ୍ରାଫର। ସେ ଏହି ଦୁଇ ଷ୍ଟାର୍‌କୁ ନେଇ ଅନେକ କଥା କହିଛନ୍ତି।

Choreographer bosco martis spoke about working with salman khan

Choreographer bosco martis spoke about working with salman khan

Advertisment

ବଲିଉଡ୍ ସୁପର୍‌ଷ୍ଟାର୍ ସଲମାନ ଖାନ ଏବଂ ଶାହରୁଖ ଖାନଙ୍କ ପରି ଅନେକ ବଡ ବଡ ତାରକାଙ୍କୁ ତାଙ୍କ ନିଜ ଇଶାରାରେ ନଚେଇଥିବା କୋରିୟୋଗ୍ରାଫର ବସ୍କୋ ମାର୍ଟିସ୍ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ କୋରିଓଗ୍ରାଫର।

Advertisment

ବସ୍କୋ ମାର୍ଟିସ୍ ଅନେକ ହିଟ୍ ଗୀତର କୋରିଓଗ୍ରାଫ୍ କରିଛନ୍ତି। ସରୋଜ ଖାନଙ୍କ କୋରିଓଗ୍ରାଫ୍‌ ଗୀତଗୁଡ଼ିକ ପଛର କାହାଣୀ ଆପଣମାନେ ନିଶ୍ଚୟ ଶୁଣିଥିବେ। ତେବେ ଆସନ୍ତୁ ଜାଣିବା ତାଙ୍କ ମତରେ ବଡିଉଡ୍‌ର କେଉଁ ଷ୍ଟାର୍ ସେ ଯାହା କୁହନ୍ତି ଭଲ ଭାବରେ ଶୁଣନ୍ତି ଏବଂ ଶତପ୍ରତିଶତରୁ ଅଧିକ ଦିଅନ୍ତି।

ବସ୍କୋ ମାର୍ଟିସ୍ ମୁମ୍ବାଇରେ ହିଁ ବଢିଛନ୍ତି। ସେ ପିଲାଦିନରୁ ନାଚିବାକୁ ଭଲ ପାଉଥିଲେ, ତେଣୁ ସେ ତାଙ୍କ ପ୍ରବୃତ୍ତିକୁ କ୍ୟାରିୟର କରିବାକୁ ନିଷ୍ପତ୍ତି ନେଇଥିଲେ। ସେ 'ସ୍ୱଦେଶ', '୩ ଇଡିଅଟ୍ସ' ଏବଂ 'ପି.କେ' ଭଳି ଚଳଚ୍ଚିତ୍ରରେ ନିଜର ପରିଚୟ ସୃଷ୍ଟି କରିଥିଲେ ଏବଂ ଆଉ ପଛକୁ ଚାହିଁ ନଥିଲେ। ସେ 'ଜିନ୍ଦେଗି ନା ମିଲେଗି ଦୋବାରା' ପାଇଁ ୨୦୧୧ରେ ଶ୍ରେଷ୍ଠ କୋରିଓଗ୍ରାଫି ପାଇଁ ୫୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତିଥିଲେ। ସେ ଏବେ ଷ୍ଟାର୍‌ମାନଙ୍କୁ ନେଇ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି।

Advertisment

ସେ ସଲମାନ ଖାନ, ଶାହାରୁଖ ଠାରୁ ସୈଫ ଅଲି ଖାନ ପର୍ଯ୍ୟନ୍ତ ସମସ୍ତ ତାରକାଙ୍କ ସହ ନିଜର କାର୍ଯ୍ୟ ଅଭିଜ୍ଞତା ବିଷୟରେ କହିଛନ୍ତି। ସେ ସଲମାନ ଖାନଙ୍କୁ ବହୁତ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଯେ ଯେତେବେଳେ କଠିନ ପରିଶ୍ରମ କଥା ଆସେ ତେବେ ସଲମାନ ଖାନ-ଶାହରୁଖ ଖାନଙ୍କ ପରି ଆଉ କେହି ହେବେନି।

ବସ୍କୋ ମାର୍ଟିସ୍ କହିଛନ୍ତି ଯେ ଉଭୟ ଶାହରୁଖ ଏବଂ ସୈଫ୍‌ ଅଲ୍ଲୀ ଖାନ ପ୍ରତ୍ୟେକ ଷ୍ଟେପ୍‌କୁ ଫଲୋ କରନ୍ତି, ଯେଉଁଥିପାଇଁ ସେମାନଙ୍କୁ ପ୍ରଶଂସା କରାଯିବା ଉଚିତ। ତାଙ୍କୁ ଯେତେବେଳେ ପଚରାଯାଇଥିଲା ଯେ ଏହା ସତ କି ସଲମାନ କ’ଣ ନିଜ କାମ ନିଜେ କରନ୍ତି? ଏହାର ଉତ୍ତରରେ ସେ କହିଛନ୍ତି ଯେ “ଏହା ସତ ନୁହେଁ। ସଲମାନ ଭାଇଙ୍କ ସହ, 'ପାର୍ଟନର' ସମୟରେ, ଆମେ 'ମାରିଆ ମାରିଆ' ପାଇଁ ୨୭ଟି ଟେକ୍ ନେଇଥିଲୁ। ଆମେ ଆବୁଧାବିରେ ଥିଲୁ, ସମୟ ଦିନ ଗୋଟାଏ ଥିଲା, ପ୍ରବଳ ଗରମରେ ଆମେ ବାରମ୍ବାର ସେଠାକୁ ଯାଉଥିଲୁ। ଗୋଟିଏ ଷ୍ଟେପ୍ ଥିଲା ଯାହାକୁ ସେ ପୂରା କରିବାକୁ ଅସମର୍ଥ ହୋଇଥିଲେ। ତେଣୁ ୧୫ ତମ ଦିନରେ, ମୁଁ ତାଙ୍କ ପାଖକୁ ଯାଇ କହିଲି 'ଠିକ ଅଛି' ଏହା ଚଳିବ।”

Advertisment

ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଜାଣିଥିଲେ ଯେ “ମୁଁ ଏହି ଷ୍ଟେପ୍‌ରେ ସନ୍ତୁଷ୍ଟ ନୁହେଁ ଏବଂ ମୁଁ କେବଳ ଗୀତଟି ଆଗକୁ ନେବାକୁ ଚାହୁଁଛି। ତେଣୁ ସେ ମୋତେ ଡାକି କହିଲେ, ଆପଣ ଯାହା ଚାହୁଁଛନ୍ତି ତାହା ନ ପାଇବା ପର୍ଯ୍ୟନ୍ତ ଠିକ୍ କୁହନ୍ତୁ ନାହିଁ। ଏହା ୧୦୦ ଟେକ୍ ହେଉ ପଛେ ମୁଁ ତାହା କରିବି।”

ବସ୍କୋ ପୁଣି କହିଛନ୍ତି ଯେ ସଲମାନ ତାଙ୍କ ଡ୍ୟାନ୍ସ ଷ୍ଟେପ୍‌ ପାଇଁ ଖୁବ୍ ଲୋକପ୍ରିୟ ଏବଂ ତାଙ୍କ ପ୍ରଶଂସକମାନେ ତାଙ୍କ ସିଗ୍‌ନେଚର୍ ଷ୍ଟେପ୍‌କୁ ଫଲୋ କରନ୍ତି ଆଉ ପାର୍ଟି ଫଙ୍କ୍‌ସନ୍‌ରେ ମଧ୍ୟ ବ୍ୟବହାର କରନ୍ତି।

ଯେତେବେଳେ ବସ୍କୋଙ୍କୁ ପଚରାଯାଇଥିଲା ଯେ ଏହା କ’ଣ ସତ କି ସଲମାନ ଶେଷ ମୁହୂର୍ତ୍ତରେ ସମ୍ପୂର୍ଣ୍ଣ ହୋଇଥିବା କୋରିଓଗ୍ରାଫ୍ ଷ୍ଟେପ୍‌କୁ ପରିବର୍ତ୍ତନ କରିଦିଅନ୍ତି ଏବଂ ଡ୍ୟାନ୍ସରମାନଙ୍କୁ ଅସୁବିଧାରେ ପକାନ୍ତି, କାରଣ ରିହରସାଲ୍ କରିବାକୁ ସେମାନଙ୍କୁ କିଛି ଦିନ ଲାଗେ।

ଏହାର ଉତ୍ତରରେ ସେ କହିଛନ୍ତି ଯେ ଏହା ବେଳେବେଳେ ହୁଏ। ଜଣେ ଅଭିନେତା କାମରେ ଏତେ ବ୍ୟସ୍ତ ଥାଆନ୍ତି ଯେ ଅନେକ କିଛି କରିବାକୁ ପଡେ ଏବଂ ବେଳେବେଳେ ସମୟର ଅଭାବ ମଧ୍ୟ ଥାଏ।

ଯେତେବେଳେ ପଚରାଯାଇଥିଲା ଶାହରୁଖ ଏବଂ ସଲମାନଙ୍କ ମଧ୍ୟରେ କିଏ ଭଲ ଡ୍ୟାନ୍ସର୍ ? ସେ ଏହାକୁ ଅତି ଚତୁରତାର ସହ ଉତ୍ତର ଦେଇ କହିଥିଲେ ଯେ ଉଭୟଙ୍କର 'ବିଶିଷ୍ଟ' ଶୈଳୀ ଅଛି। ସେଗୁଡିକ ଏତେ ଭଲ ଯେ ସେମାନଙ୍କୁ ତୁଳନା କରାଯାଇପାରିବ ନାହିଁ।

Salman Khan Bollywood Shahrukh Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ