Advertisment

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସ୍ଥଗିତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଆସନ୍ତାକାଲି ହେବାକୁ ଥିବା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସ୍ଥଗିତ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଘୋଷଣା ହୋଇଥିବା ସମସ୍ତ ୨୯ ବିଭାଗର ପୁନଃ ମୂଲ୍ୟାୟନ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି ।

ଅଦ୍ୟତନ ହୋଇଛି
ହାଇକୋର୍ଟ ଓକିଲଙ୍କୁ କଳା କୋଟ୍ ଓ ଗାଉନ୍‌ ମନା

highcourt

Advertisment

ଭୁବନେଶ୍ୱର: ସ୍ଥଗିତ ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ । ଆସନ୍ତାକାଲି ହେବାକୁ ଥିବା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସ୍ଥଗିତ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଘୋଷଣା ହୋଇଥିବା ସମସ୍ତ ୨୯ ବିଭାଗର ପୁନଃ ମୂଲ୍ୟାୟନ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ପୁନଃ ମୂଲ୍ୟାୟନ କରି କୋର୍ଟ ଏବଂ ପିଟିସନରଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଜାନୁଆରୀ ୯ ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ପୁରସ୍କାର ଚୟନକୁ ନେଇ ବବି ଇସଲାମ୍ କୋର୍ଟରେ ପିଟିସନ୍ ଦାଖଲ କରିଥିଲେ ।

Advertisment

ନଭେମ୍ବର ୫ ତାରିଖରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ତାଲିକା ଘୋଷଣା କରାଯାଇଥିଲା। ଏହି ଘୋଷଣା ପରେ ବିବାଦ ଦେଖାଦେଇଥିଲା। ସଂଗୀତ ନିର୍ଦ୍ଦେଶକ ବବି ଇସଲାମ୍ କୋର୍ଟରେ ଏକ ମାମଲା କରିଥିଲେ। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ତାଲିକାରେ ସ୍ଥାନ ପାଇଥିବା ଦୁଇ ଚଳଚ୍ଚିତ୍ର ‘ଖୁସି’ ଓ ‘ଗୋଲମାଲ’ ବିରୋଧରେ କୋର୍ଟରେ ପିଟିସନ୍ ଦାଖଲ କରିଥିଲା।

ତାଙ୍କ ଅଭିଯୋଗ ମୁତାବକ, ଏହି ଦୁଇଟି ଯାକ ଚଳଚ୍ଚିତ୍ର ବାହାର ଭାଷାରେ ନିର୍ମିତ ଚଳଚ୍ଚିତ୍ରର ରିମେକ୍। ଯେଉଁକାରଣରୁ ଓଡ଼ିଆ ସିନେମାର ମୌଳିକତା ନଷ୍ଟ ହୋଇଛି। ତେବେ ଏସବୁ ପ୍ରସଙ୍ଗକୁ ନେଇ ସେ ହାଇକୋର୍ଟରେ ପିଟିସନରେ ଜଣାଇଥିଲେ। ଏହି ମାମଲାର ଆଜି ପ୍ରାରମ୍ଭିକ ଶୁଣାଣି ଥିଲା। କୋର୍ଟ ଏ ନେଇ ସଂସ୍କୃତି ବିଭାଗର ସଚିବ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକଙ୍କ ଠାରୁ ଜବାବ ମାଗିଥିଲେ। ସେମାନେ ଯେଉଁ ଜବାବ ଦାଖଲ କରିଥିଲେ ତାହା ପର୍ଯ୍ୟାପ୍ତ ହେଲା ନାହିଁ। ତେଣୁ କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଜାନୁଆରୀ ୭ ତାରିଖ ଧାର୍ଯ୍ୟ କରିଛନ୍ତି।

Advertisment
Odisha HighCourt State Film Award 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ