Advertisment

Oscars 2023: ସେଲିବ୍ରେଟିମାନଙ୍କୁ ବି ପାଗଳ କଲା ଦୀପିକା ପାଦୁକୋନଙ୍କ ଲୁକ୍

ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଓସ୍କାର ଲୁକ୍‌କୁ ପ୍ରଶଂସା କରିବା ପାଇଁ ଆଲିଆ ଭଟ୍ଟ, ନେହା ଧୁପିଆ ଏବଂ ସାମନ୍ଥା ପ୍ରଭୁ ରୁଥ୍ କୌଣସି ବି ମୌକା ଛାଡି ନାହାଁନ୍ତି। କଙ୍ଗନାଙ୍କ ପ୍ରଶଂସା ଭାଇରାଲ୍ ହେବାରେ ଲାଗିଛି।

ଅଦ୍ୟତନ ହୋଇଛି
Celebrity shoutout for deepika padukone look for oscars

Celebrity shoutout for deepika padukone look for oscars

Advertisment

୨୦୨୩ ଭାରତୀୟ ସିନେମା ପାଇଁ ସ୍ମରଣୀୟ ବୋଲି ପ୍ରମାଣିତ ହୋଇଛି। ଭାରତ ଓସ୍କାର ୨୦୨୩ରେ ଦୁଇଟି ପୁରସ୍କାର ଜିତିଛି। ଏଠାରେ ଦୀପିକା ପାଦୁକୋନଙ୍କ ଲୁକ୍ ସମସ୍ତଙ୍କୁ ପାଗଳ କରିଦେଇଛି। ଏ କଥା ଆମେ କହୁନାହୁଁ, ବଲିଉଡ ତାରକାମାନଙ୍କ ଦ୍ୱାରା ଶେୟାର ହୋଇଥିବା ଇନ୍‌ଷ୍ଟା ଷ୍ଟୋରୀ କହୁଛି। ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଓସ୍କାର ଲୁକ୍‌କୁ ପ୍ରଶଂସା କରିବା ପାଇଁ ଆଲିଆ ଭଟ୍ଟ, ନେହା ଧୁପିଆ ଏବଂ ସାମନ୍ଥା ପ୍ରଭୁ ରୁଥ୍ କୌଣସି ବି ମୌକା ଛାଡି ନାହାଁନ୍ତି।

Advertisment

ବ୍ଲାକ୍ ଲୁଇସ୍ ଭ୍ୟୁଟନ୍ ବଲ୍ ଗାଉନ୍ ସହ କାର୍ଟିଅର୍ ଅଳଙ୍କାରରେ ସଜ୍ଜେଇ ହୋଇଥିଲେ ଦୀପିକା ପାଦୁକୋନ୍। ସେ ୯୫ତମ ଏକାଡେମୀ ପୁରସ୍କାରରେ ଗାୟକ ରାହୁଲ ସିପ୍‌ଲିଗୁଞ୍ଜ ଏବଂ କାଲ୍‌ ଭୈରବଙ୍କ ‘ନାଟୁ ନାଟୁ’ ଗୀତରେ ପ୍ରଦର୍ଶନ କରିଛନ୍ତି। ମଞ୍ଚ ଉପରେ ତାଙ୍କର ଛୋଟ ଝଲକ ସମସ୍ତଙ୍କୁ ଆକର୍ଷିତ କରିଛି। ଏଥି ସହିତ ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ଲୁକ୍‌କୁ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି। ପ୍ରଶଂସକଙ୍କ ପ୍ରଶଂସାର ସୁଅ ଲାଗିଛି।

Advertisment

ଅଭିନେତ୍ରୀ ଆଲିଆ ଭଟ୍ଟ ମଧ୍ୟ ରେଡ୍‌ କାର୍ପେଟରୁ ଦୀପିକା ପାଦୁକୋନଙ୍କ ଏକ ଫଟୋ ଶେୟାର କରି ସେ ଲେଖିଛନ୍ତି ଯେ “ଏହି ସୌନ୍ଦର୍ଯ୍ୟ ଭାରତକୁ ଗର୍ବିତ କରୁଛି ”। ଏହା ସହିତ ସେ ହାର୍ଟ ଇମୋଜି ଶେୟାର କରିଛନ୍ତି।

ଆଲିଆ ଭଟ୍ଟଙ୍କ ବ୍ୟତୀତ ନେହା ଧୁପିଆ ମଧ୍ୟ ଦୀପିକା ପାଦୁକୋନଙ୍କୁ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ ଅପ୍‌ଲୋଡ୍‌ରେ ଟ୍ୟାଗ୍‌ କରି ଲେଖିଛନ୍ତି: “ଦୀପିକା ପାଦୁକୋନ, ଆପଣ ବିକଶିତ, ଆପଣ ସୁନ୍ଦର।” ସେହିପରି ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ମଧ୍ୟ ଦୀପିକା ପାଦୁକୋନଙ୍କୁ ଓସ୍କାର୍ ଲୁକ୍‌ର ଏକ ପୋଷ୍ଟକୁ ଶେୟାର କରି ‘ଡେଡ୍’ ବୋଲି ଲେଖିଛନ୍ତି। ସେହିପରି କରଣ ଜୋହର ମଧ୍ୟ ଦୀପିକାଙ୍କ ଲୁକ୍‌କୁ ପ୍ରଶଂସା କରିଛନ୍ତି।

Advertisment

ଦୀପିକାଙ୍କୁ ପ୍ରଶଂସା କରିବାରେ ଅଭିନେତ୍ରୀ କଙ୍ଗନା ରାଣାୱତ ଟପିଯାଇଛନ୍ତି। କଙ୍ଗନାଙ୍କ ଟ୍ୱିଟ୍ ସୋସିଆଲ୍ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ସେ ଟ୍ୱିଟ୍ କରି ଲେଖିଛନ୍ତି

"ଦୀପିକା ପାଦୁକୋନ ବହୁତ ସୁନ୍ଦର ଦେଖାଯାଉଥିଲେ। ସେଠାରେ ଠିଆ ହେବା ଏବଂ ସମଗ୍ର ଦେଶକୁ ଏକାଠି ରକ୍ଷା କରିବା, ଏହାର ପ୍ରତିଛବି ପ୍ରୋଜେକ୍ଟ କରିବା ଏବଂ ଏହାର ପ୍ରତିଷ୍ଠା ବଜାୟ ରଖିବା ଅତ୍ୟନ୍ତ କଷ୍ଟକର କାମ। ଏସବୁ ତାଙ୍କ ସୂକ୍ଷ୍ମ କାନ୍ଧରେ ଥିଲା, ଯାହାକୁ ସେ ଦାୟିତ୍ୱର ସହ ପୂରଣ କରିଛନ୍ତି। ଦୀପିକା ପ୍ରମାଣିତ କରି ଦେଇଛନ୍ତି ଯେ ଭାରତୀୟ ମହିଳାମାନେ ସର୍ବୋତ୍ତମ।" କଙ୍ଗନାଙ୍କ ଏହି ଟ୍ୱିଟ୍‌ ଉପରେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଅନେକ ପ୍ରତିକ୍ରିୟା ମଧ୍ୟ ଆସୁଛି।


— Kangana Ranaut (@KanganaTeam) March 13, 2023

ଅନ୍ୟମାନଙ୍କ ଛଡା ଦୀପିକା ପାଦୁକୋନ୍ ମଧ୍ୟ ଓସ୍କାର ୨୦୨୩ର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ପୋଷ୍ଟ୍‌ଗୁଡିକରେ ସେଲିବ୍ରେଟିମାନେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ ଓସ୍କାର ପୁରସ୍କାରର ୯୫ତମ ସଂସ୍କରଣରେ ଭାରତ ୨ଟି ପୁରସ୍କାର ଜିତିଛି। ଏଥିରେ RRRର ନାଟୁ ନାଟୁ ଶ୍ରେଷ୍ଠ ମୂଳ ଗୀତ ପୁରସ୍କାର ପାଇଥିବାବେଳେ ଶ୍ରେଷ୍ଠ କ୍ଷୁଦ୍ର ଡକ୍ୟୁମେଣ୍ଟାରୀ ନାମାଙ୍କନରେ ‘ଦ ଏଲିଫ୍ୟାଣ୍ଟ୍‌ ହ୍ୱିସ୍‌ପର୍ସ’ ଓସ୍କାର ଜିତିଛି।

Bollywood RRR Oscars Race
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ