Advertisment

ନୂଆ ଅଭିନେତ୍ରୀଙ୍କୁ କମ୍ପ୍ରମାଇଜ୍‌ କରିବାକୁ କହୁଛନ୍ତି ସଞ୍ଜୟ ନାୟକ: ପ୍ରକୃତି

ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଅଭିଯୋଗକୁ ପ୍ରଯୋଜକ ସଞ୍ଜୟ ନାୟକ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ‘ପ୍ରକୃତି ମିଶ୍ର ମିଛ କହୁଛନ୍ତି। ଏଥିପାଇଁ ପ୍ରକୃତିଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବି।’

ଅଦ୍ୟତନ ହୋଇଛି
Actress Prakruti Mishra Serious Allegation Against Producer sanjay Nayak

Actress Prakruti Mishra Serious Allegation Against Producer sanjay Nayak

Advertisment

ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଅଭିଯୋଗକୁ ପ୍ରଯୋଜକ ସଞ୍ଜୟ ନାୟକ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ‘ପ୍ରକୃତି ମିଶ୍ର ମିଛ କହୁଛନ୍ତି। ଏଥିପାଇଁ ପ୍ରକୃତିଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବି।’

Advertisment

ସୂଚନାଥାଉ କି, ପୂର୍ବରୁ ଏକ ଏକ ଘରୋଇ ଚ୍ୟାନେଲରେ ପ୍ରକୃତି ଅଭିଯୋଗ କରିଥିଲେ, ସଞ୍ଜୟ ନାୟକ କାଷ୍ଟିଂ କାଉଚ୍‌ରେ ସମ୍ପୃକ୍ତ। ଅଭିନୟ ଜଗତକୁ ନୂଆ ନୂଆ ଆସୁଥିବା ଅନେକ ଝିଅଙ୍କୁ କମ୍ପ୍ରମାଇଜ୍‌ କରିବାକୁ ସେ କହନ୍ତି । ସେମାନଙ୍କୁ ଶୋଷଣ କରାଯାଏ। ଏନେଇ କିଛି ଝିଅ ହ୍ୱାଟ୍ସଆପ୍‌ ଚାଟ୍‌ରେ ଉଲ୍ଲେଖ କରିଥିବା ପ୍ରକୃତି କହିଥିଲେ।

ପ୍ରକୃତିଙ୍କ ଅଭିଯୋଗ ଉପରେ ସଞ୍ଜୟ କହିଛନ୍ତି, ଏହା ଏକ କପୋଳକଳ୍ପିତ ଅଭିଯୋଗ। ପୁରା ମିଛ। ଯଦି କିଛି ଅଭିଯୋଗ ଆଣୁଛନ୍ତି, ତେବେ ତଥ୍ୟ ପ୍ରମାଣ ସହିତ ଅଭିଯୋଗ କରନ୍ତୁ ବୋଲି ସଞ୍ଜୟ ଚ୍ୟାଲେଞ୍ଜ ଦେଇଛନ୍ତି। 

Advertisment

ସେପଟେ ଓଡ଼ିଆ ସିନେମାରେ କାଷ୍ଟିଂ କାଉଚ୍ ଅଭିଯୋଗ ନେଇ ବଢ଼ିଲା କଳି। ସଂପୃକ୍ତ ୨ ଅଭିନେତ୍ରୀଙ୍କ ନାଁରେ ଲିଗାଲ ଆକ୍ସନ ନେବି ବୋଲି ପ୍ରଡ୍ୟୁସର ସଞ୍ଜୟ ନାୟକ ଓରଫ ଟୁଟୁ ନାୟକ କହିଛନ୍ତି। ଓଟିଭିକୁ ପ୍ରତିକ୍ରିୟା ଦେଇ ସଞ୍ଜୟ କହିଛନ୍ତି, ‘ବାବୁସାନ ଘଟଣା ବେଳେ ମୁଁ ଦେଇଥିବା ମନ୍ତବ୍ୟକୁ ନେଇ ମୋତେ ଟାର୍ଗେଟ୍‌ କରାଯାଉଛି। ମୁଁ ଘଟଣାରେ ମୁଣ୍ଡ ପୂରାଇବାରୁ ମୋତେ ଟାର୍ଗେଟ କରାଯାଇଛି। ମୋ ଉପରେ ପୁରୁଣା ରାଗ ରଖି ପ୍ରକୃତି ମୋ ପ୍ରତି ଏଭଳି ମନ୍ତବ୍ୟ ଦେଇଛନ୍ତି। ମୁଁ ମୋ ଓକିଲ ସହ କଥା ହୋଇଛି, ଆଇନଗତ ପଦକ୍ଷେପ ନେବି।’

ଓଡ଼ିଆ ଫିଲ୍ମର ଭିତିରି କଥା ନେଇ ୩ ଅଭିନେତ୍ରୀ ଚାଟିଂରେ କଥା ହେଉଥିଲେ। ପରସ୍ପର ଭିତରର ଚାଟିଂ ଭାଇରାଲ ହେବା ପରେ ଏବେ ବିବାଦ ସୃଷ୍ଟି ହୋଇଛି।

Advertisment
Casting Couch Actress Prakruti Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ