Advertisment

Captain Miller Hindi Trailer: ଆସିଲା ‘କ୍ୟାପ୍‌ଟେନ୍ ମିଲର୍‌’ର ହିନ୍ଦୀ ଟ୍ରେଲର୍; ଲୋକେ କହିଲେ ବ୍ଲକ୍‌ବଷ୍ଟର୍‌

ଧନୁଷଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କ୍ୟାପଟେନ୍‌ ମିଲର୍‌’ର ଟ୍ରେଲର ରିଲିଜ ହୋଇଛି, ଯାହା ପ୍ରଶଂସକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି। ଟ୍ରେଲର ରିଲିଜ୍ ହେବାର ମାତ୍ର ୧୩ ଘଣ୍ଟା ମଧ୍ୟରେ ୧୧ ଲକ୍ଷରୁ ଅଧିକ ଲୋକ୍ ଏହାକୁ ଦେଖିସାରିଛନ୍ତି। ଏଥି ସହିତ ପ୍ରଶଂସକମାନେ ଏହି ଚଳଚ୍ଚିତ୍ରକୁ ବ୍ଲକ୍‌ବଷ୍ଟର୍‌ ବୋଲି ମଧ୍ୟ କହୁଛନ୍ତି।

Captain Miller Hindi Trailer released people sail Blockbuster

Captain Miller Hindi Trailer released people sail Blockbuster

Advertisment

ମନୋରଂଜନ ଦୁନିଆରେ ଜାନୁଆରୀ ୨୦୨୪ ବିସ୍ଫୋରକ ହେବାକୁ ଯାଉଛି କାରଣ ବଲିଉଡ୍‌ ତାରକା ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ‘ଫାଇଟର’ ପୂର୍ବରୁ ଅନେକ ସାଉଟ୍ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି। ଏସବୁର ଟ୍ରେଲରଗୁଡ଼ିକ କ୍ରମାଗତ ଭାବରେ ଏବେ ସାମ୍ନାକୁ ଆସୁଛି।

Advertisment

ବର୍ତ୍ତମାନ ଅଭିନେତା ଧନୁଷଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କ୍ୟାପଟେନ୍‌ ମିଲର୍‌’ର ଟ୍ରେଲର ରିଲିଜ ହୋଇଛି, ଯାହା ପ୍ରଶଂସକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି। ଟ୍ରେଲର ରିଲିଜ୍ ହେବାର ମାତ୍ର ୧୩ ଘଣ୍ଟା ମଧ୍ୟରେ ୧୧ ଲକ୍ଷରୁ ଅଧିକ ଲୋକ୍ ଏହାକୁ ଦେଖିସାରିଛନ୍ତି। ଏଥି ସହିତ ପ୍ରଶଂସକମାନେ ଏହି ଚଳଚ୍ଚିତ୍ରକୁ ବ୍ଲକ୍‌ବଷ୍ଟର୍‌ ବୋଲି ମଧ୍ୟ କହୁଛନ୍ତି।

ଜାନୁଆରୀ ୧୨ ରେ ସାରା ବିଶ୍ୱରେ ମୁକ୍ତିଲାଭ କରିବାକୁ ଯାଉଥିବା ‘କ୍ୟାପ୍‌ଟେନ୍‌ ମିଲର୍‌’ର ଟ୍ରେଲର୍‌ ଦୁଇ ମିନିଟ୍‌ରୁ ଅଧିକ ଲମ୍ବା, ଯାହା ସ୍ୱାଧୀନତା ପୂର୍ବ ଭାରତ ଉପରେ ଆଧାରିତ ଏକ ଡ୍ରାମା। ଏହି ଚଳଚ୍ଚିତ୍ରରେ ଧନୁଷ ଭିନ୍ନ ଭିନ୍ନ ଅବତାରରେ ନଜର ଆସନ୍ତି। ତାଙ୍କୁ ଜଣେ ଡକାୟତ, ସୈନିକ ଏବଂ ଜଣେ ଉଦ୍ଧାରକାରୀ ଭାବେ ଦେଖିବାକୁ ମିଳେ।

Advertisment

ଟ୍ରେଲରରେ ବ୍ରିଟିଶ ଶାସିତ ଭାରତର ହିଂସାତ୍ମକ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି, ଯେଉଁଥିରେ ଧନୁଷ ଧମାକାଦାର ଆକ୍ସନ କରୁଥିବା ଦେଖିବାକୁ ମିଳନ୍ତି। ସେ ତାଙ୍କ ଗାଁ ଏବଂ ଏହାର ଖଣିକୁ ବଞ୍ଚାଇବା ପାଇଁ ବ୍ରିଟିଶମାନଙ୍କ ବିରୁଦ୍ଧରେ ଲଢୁଛନ୍ତି। କିନ୍ତୁ ଶେଷରେ କାହାଣୀ ଏକ ଭିନ୍ନ ମୋଡ଼ ନେଉଛି, ଯେଉଁଥିରେ ଧନୁଷ ବ୍ରିଟିଶମାନଙ୍କ ସହିତ ସୈନିକ ଭାବରେ କାମ କରୁଥିଲେ ଏବଂ ତାଙ୍କୁ କ୍ୟାପଟେନ ମିଲର ବୋଲି କୁହାଯାଉଥିଲା।

ଅରୁଣ ମାଥେଶ୍ୱରନଙ୍କ ନିର୍ଦ୍ଦେଶିତ ‘କ୍ୟାପ୍‌ଟେନ୍‌ ମିଲର୍‌’ରେ ଧନୁଷଙ୍କ ବ୍ୟତୀତ ପ୍ରିୟଙ୍କା ଅରୁଲ ମୋହନ, ଶିବରାଜ କୁମାର, ନିବେଦିତା ସତୀଶ, ବିନାୟକନ ଏବଂ ସନ୍ଦୀପ କିଶନ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମକୁ U / A ସାର୍ଟିଫିକେଟ୍ ଦିଆଯାଇଛି।

Advertisment

ସୂଚନାଯୋଗ୍ୟ ଯେ ନିକଟରେ ‘କ୍ୟାପ୍‌ଟେ୍‌ନ ମିଲର୍‌’ର ରିଲିଜ୍ ତାରିଖକୁ ସ୍ଥଗିତ ରଖାଯାଇଥିବା ଖବର ଆସିଥିଲା, ଏହାର କାରଣ ଜାନୁଆରୀ ୧୨ରେ ଆୟାଲାନ ଭଳି ଚଳଚ୍ଚିତ୍ର ରିଲିଜ ହେବା କଥା କୁହାଯାଇଥିଲା।

Dhanush South Indian Films
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ