Advertisment

ମିସେସ୍‌ ଗାଲାକ୍ସୀ ହେଲେ ଚାହତ ଦଲାଲ; ଦେଶରେ ଖୁସିର ମାହୋଲ୍

କ୍ୟାପ୍‌ଟେ୍‌ନ ଚାହତ ଦଲାଲ ମିସେସ୍ ଗାଲାକ୍ସୀ ୨୦୨୨ ମୁକୁଟ ଜିତିଛନ୍ତି। ସେ ଏହି ସଫଳତା ନେଇ ଭାରତ ଫେରିଛନ୍ତି। ଗତକାଲି ରାତିରେ ମୁମ୍ବାଇ ବିମାନବନ୍ଦରରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏହି ସମୟରେ ସେ ସମସ୍ତ ଭାରତୀୟଙ୍କୁ ଧନ୍ୟବାଦ ଜଣାଇବା ସହ ତ୍ରିରଙ୍ଗାକୁ ମଧ୍ୟ ଲହରାଇଥିଲେ।

Captain cahat dalal wins mrs galaxy 2022 crown

Captain cahat dalal wins mrs galaxy 2022 crown

Advertisment

ବିଶ୍ୱ ଦରବାରରେ ପୁଣି ଚମକିଛନ୍ତି ଭାରତୀୟ ଝିଅ। କ୍ୟାପ୍‌ଟେନ୍‌ ଚାହତ ଦଲାଲ ରଚିଛନ୍ତି ଇତିହାସ। ଚଳିତ ବର୍ଷ ଜୁନ୍ ମାସରେ ମିସେସ୍ ଇଣ୍ଡିଆର ରନର୍ ଅପ୍ ହୋଇଥିବା ଚାହତ ଅନ୍ତର୍ଜାତୀୟ କ୍ଷେତ୍ରରେ ମିସେସ୍‌ ଗାଲାକ୍ସୀ ୨୦୨୨ ଟାଇଟଲ୍ ଜିତିଛନ୍ତି। ସେ ମିସେସ ଗାଲାକ୍ସୀର ମୁକୁଟ ଜିତିବା ପରେ ଭାରତ ଫେରିଛନ୍ତି। ଏହି କାର୍ଯ୍ୟକ୍ରମ ତିନି ଦିନ ପୂର୍ବେ ଆମେରିକାର ମ୍ୟାକ୍‌ଲେନ୍ କନ୍‌ଭେନ୍‌ସନ୍ ସେଣ୍ଟରରେ ହୋଇଥିଲା।

Advertisment

କ୍ୟାପ୍‌ଟେନ୍‌ ଚାହତ ଦଲାଲ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ପେଜେଣ୍ଟ୍‌ ମିସେସ ଗାଲାକ୍ସୀ ୨୦୨୨ ଟାଇଟଲ ଜିତିଲା ପରେ ଭାରତରେ ଖୁସିର ଲହରୀ ଖେଳିଯାଇଛି। ସ୍ୱାଧୀନତାର ୭୫ତମ ବର୍ଷ ଅବସରରେ ଏହା ହେଉଛି ଦେଶକୁ ଗର୍ବିତ କରିବାର ଖବର। ମିସେସ ଗାଲାକ୍ସୀ ୨୦୨୨ ର ଫାଇନାଲ୍ ରାଉଣ୍ଡରେ ୩ ସ୍ତରୀୟ ପ୍ରତିଯୋଗିତା ହୋଇଥିଲା। ପ୍ରଥମ ରାଉଣ୍ଡର ଥିମ୍ ଥିଲା ସ୍ୱିମ୍‌ସୁଟ୍, ଯେଉଁଥିରେ ଦଲାଲ୍ ଏକ ବ୍ଲୁ ସ୍ୱିମ୍‌ସୁଟ୍‌ରେ ଚମତ୍କାର ଦେଖାଯାଉଥିଲେ ଏବଂ ମଞ୍ଚ ଉପରେ ଜବରଦସ୍ତ ରେମ୍ପ୍ ୱାକ୍ କରିଥିଲେ।

କ୍ୟାପ୍‌ଟେନ୍‌ ଚାହତ ଦଲାଲ ହାଇ ଫ୍ୟାଶନ ଥିମ୍ ରାଉଣ୍ଡ ପାଇଁ ଏକ ଚମତ୍କାର ଲୁକ୍ ଦେଖେଇଥିଲେ। ଏହି ରାଉଣ୍ଡ୍‌ରେ ପ୍ରତିଯୋଗୀମାନଙ୍କୁ ସେମାନଙ୍କର ‘ସେନ୍ସ ଅଫ ଷ୍ଟାଇଲ୍’ ଦେଖେଇବାର ଥିଲ। ହାଇ ଫ୍ୟାଶନ୍ ରାଉଣ୍ଡ୍‌ ପାଇଁ କ୍ୟାପଟେନ ଚାହତ ଦଲାଲଙ୍କୁ କବିତା ଖରାୟତ ଷ୍ଟାଇଲ୍‌ରେ ସଜେଇଥିଲେ। ଏନେଇ ସେ ଅପୂର୍ବା ଦୀକ୍ଷିତ, କୈଜେ ଏବଂ ଭେରିମି ପୁଣେ ନାମକ ଏକ ଖୁଚୁରା ଦୋକାନରୁ ପୋଷାକ ନେଇଥିଲେ।

Advertisment


 
 
 
 
 
 
 
 
 
 
 
 
 
 

A post shared by Chahat Dalal (@chahat.dalal)

କ୍ୟାପଟେନ ଦଲାଲ ମିସେସ ଗାଲାକ୍ସୀ ପେଜେଣ୍ଟରେ ୧୩ ଥର ପ୍ରଦର୍ଶନ କରିଥିଲେ। ସାକ୍ଷାତକାର ରାଉଣ୍ଡରେ ସେ ନିଜକୁ ବହୁତ ଭଲ ଭାବରେ ଏକ୍ସପ୍ରେସ୍ କରିଥିଲେ। ଏହି ବିଭାଗର ୨୫ ପ୍ରତିଶତ ମାର୍କିଂ ହୋଇଥାଏ। କ୍ୟାପଟେନ ଡାଲାଲଙ୍କ ଏହି ଯାତ୍ରା ୧୮ ବର୍ଷରୁ ଆରମ୍ଭ ହୋଇଥିଲା। ସେ ଚଳିତ ବର୍ଷ ମିସେସ୍ ଇଣ୍ଡିଆର ଦ୍ୱିତୀୟ ରନର୍ ଅପ୍ ହୋଇଥିଲେ।

Advertisment


 
 
 
 
 
 
 
 
 
 
 
 
 
 

A post shared by Mrs. India Inc (@mrsindiainc)

ମିସେସ ଗାଲାକ୍ସୀ ୨୦୨୨ ରେ ଅଂଶଗ୍ରହଣ କରିବାକୁ ଚାହତ ଦଲାଲଙ୍କୁ ଭାରତର ପ୍ରତିନିଧୀ ଭାବରେ ପଠାଯାଇଥିଲା। ଏଥିପାଇଁ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ମିସେସ ଗାଲାକ୍ସୀ ୨୦୨୨ ଟାଇଟଲ୍ ଜିତିବା ପରେ ସେ ସମସ୍ତ ଭାରତୀୟ ଏବଂ ତାଙ୍କୁ ସମର୍ଥନ କରିଥିବା ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଟାଇଟଲ୍ ଜିତିବାର ଏକ ଭିଡିଓ ଶେୟାର କରି କ୍ୟାପଟେନ ଚାହତ ଦଲାଲ କହିଛନ୍ତି ଯେ ସେ ୨୦୧୬ ଠାରୁ ଏହି ଆନ୍ତର୍ଜାତୀୟ ଟାଇଟଲ୍‌ ପାଇଁ କଠିନ ପରିଶ୍ରମ କରୁଛନ୍ତି।

Mrs Galaxy 2022 Captain Cahat Dalal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ