Advertisment

'ବିକ୍ରମ'କୁ ଦେଖିଲେ 'KGF'କୁ ଭୁଲିଯିବେ

ଗୋଟିଏ ବି ସିନ୍, ଗୋଟିଏ ବି ଡାଇଲଗ୍ ମିସ୍ କରିବା ବେଶ୍ ମହଙ୍ଗା ପଡ଼ିବ।

Vikram Movie

Vikram Movie

Advertisment

ହିରୋ ହେବାକୁ କଣ ଦରକାର ? ଭଲ ଚେହେରା, ଭଲ ଫିଗର୍, ଭଲ ହାଇଟ୍, କହିବାକୁ ଗଲେ ଭଲ ଦେଖାଯାଉଥିବ। ହେଲେ ଏସବୁ ନଥାଇ ବି ଫିଲ୍ମ ହିଟ୍ ହେଇପାରିବ। ଏମିତି ମନେ ପଡ଼ୁଛି ଶେଷ ଥର ପାଇଁ ଏପରି କୌଣସି ସିନେମା ଯେଉଁଥିରେ ହିରୋ ପାଖରେ ଏସବୁ ନଥାଇ ବି ସେ ହିଟ୍, ଫିଲ୍ମ ବ୍ଲକବଷ୍ଟର। ତାମିଲ ଫିଲ୍ମ ବିକ୍ରମ। ହିରୋ ହେଉଛନ୍ତି କମଲ ହସନ୍। ହଁ ତାମିଲ ଷ୍ଟାର, ୬୭ ବର୍ଷର ହିରୋ। କ୍ଷମା କରିବେ ସୁପରଷ୍ଟାର କମଲ ହସନ୍। ପୁଷ୍ପା, RRR, କେଜିଏଫ୍ ଦେଖିବା ପରେ ମୁଁ କେବେ ଭାବିନଥିଲି କି ୟାଠୁ ବଡ଼ କିଛି ଫିଲ୍ମ ଆସିବ ଯାହା ଏସବୁକୁ ପଛରେ ପକାଇବ। ହଁ ପୁଷ୍ପା, RRR, କେଜିଏଫକୁ ପଛରେ ପକାଇଛି ବିକ୍ରମ। ଯଦି, ୪ ମାସ ପୂର୍ବରୁ ବିକ୍ରମ ରିଲିଜ୍ ହୋଇଥାନ୍ତା ତେବେ ବୋଧେ ଏହି ସବୁ ସିନେମାକୁ ପଛରେ ପକାଇଥାନ୍ତା, ରେକର୍ଡ କଣ ବକ୍ସ ଅଫିସ୍ କଲେକ୍ସନ୍‌କୁ ବି ଭାଙ୍ଗିଥାନ୍ତା।

Advertisment

ଆସନ୍ତୁ ସିନେମା କାହାଣୀ ଉପରେ ନଜର ପକାଇବା। ବିକ୍ରମ ସାଧାରଣ ଫିଲ୍ମ ଭଳି ଲାଗି ପାରେ କିନ୍ତୁ ଏହା ସମ୍ପୂର୍ଣ୍ଣ ଇଣ୍ଟେଲିଜେଣ୍ଟ କ୍ରାଇମ ଡ୍ରାମା। ଯେଉଁଥିରେ ଭରପୁର ଆକ୍ସନ୍, ରୋମାନ୍ସ, ଇମୋସନ୍ ଆଉ କମେଡି ରହିଛି। ବୋଧେ ବହୁ କମ୍ ସିନେମାରେ ଏକାସହ ଏତେ ସବୁ ଦର୍ଶକଙ୍କୁ ମିଳେ। କମଲ ହସନ୍ ସମ୍ପୂର୍ଣ୍ଣ ଫାଷ୍ଟ ହାଫ୍ ବିନା ଡାଇଲଗ୍‌ରେ ଚାଲନ୍ତି। ଗୋଟେ କିମ୍ବା ଅଧା ଡାଇଲଗ୍‌ରେ ପୁରା ଦେଢ଼ ଘଣ୍ଟା ବିତି ଯାଏ। ବାସ୍, ଏକ୍ସପ୍ରେସନ୍ ଆଉ ଆକ୍ସନ୍‌ରେ ସେ ଏତେ ପ୍ରଭାବିତ କରନ୍ତି ଯେ ତାଙ୍କ ଚରିତ୍ରକୁ ନେଇ ସସପେନ୍ସ ବଢ଼ିଯାଏ। ସିନେମା ଆରମ୍ଭ ବି ହୁଏ ତାଙ୍କ ମୃତ୍ୟୁ ସହ କିନ୍ତୁ ଶେଷରେ ଆଉ କିଛି।

ଖାଲି କମଲ ହସନ୍ ନୁହଁନ୍ତି ସିନେମାରେ ଦଶର୍କ ତାମିଲ ଷ୍ଟାର୍ ବିଜୟ ସେତୁପତି ଓ ମାଲାୟଲମ୍ ଭର୍ସଟାଇଲ୍ ଫାହାଦ୍ ଫାସିଲ୍‌ଙ୍କୁ ବଡ଼ ଚରିତ୍ରରେ ପାଇବେ। ବିଜୟ ସେତୁପତିଙ୍କ ଅଭିନୟ ସ୍କ୍ରିନ୍‌ରେ ବାକି ସମସ୍ତଙ୍କୁ ପଛରେ ପକାଇଛି। ସେ ହିରୋ ହୁଅନ୍ତୁ ଅବା ଭିଲିଆନ୍, ସବୁଥିରେ ବେଷ୍ଟ। ଫାହାଦ୍ ଫାସିଲ୍ ବି ଅନ୍ୟଠୁ ଭିନ୍ନ, ଲୁକ୍ ଉପରେ ଯାଆନ୍ତୁନି ୟେ ସେହି ଅଭିନେତା ଯିଏ ପୁଷ୍ପାରାଜକୁ ନାକେଦମ୍ କରିଥିଲେ।

Advertisment

ବିକ୍ରମର ମ୍ୟୁଜିକ୍ ଅନିରୁଧ ଦେଇଛନ୍ତି- ଗୋଟେ ସମୟ ଏମିତି ଆସିବ ଯେଉଁଠି ଆପଣ ଦ୍ୱନ୍ଦ୍ୱରେ ପଡ଼ିଯିବେ, ବିକ୍ରମ ଭାରତୀୟ ନା ହଲିଉଡ୍ ସିନେମା। କାରଣ ପ୍ରତିଟି ଚରିତ୍ର ଓ ପ୍ରତିଟି ସିକ୍ୱୁଏନ୍ସ ପାଇଁ ନୂଆ ବିଜିଏମ୍। ଆଉ ତାପୁଣି ଇମ୍ପେସିଭ୍ ଢଙ୍ଗରେ। କ୍ଲାସିକାଲ୍ ଧୁନ୍‌କୁ ଆଧୁନିକ ଗୀତରେ ପରିଣତ କରିବା କଳା କେବଳ ଅନିରୁଦ୍ଧଙ୍କୁ ହିଁ ଜଣା। ପ୍ରତି ୧୦ ମିନିଟ୍‌ରେ ଫିଲ୍ମରେ ଟୁଇଷ୍ଟ ଓ ଟର୍ଣ୍ଣ ରହିଛି। ମାସ୍କ ମ୍ୟାନ୍ ଗ୍ରୁପ୍ ଫିଲ୍ମର ଏକ ବଡ଼ ସସପେନ୍ସ। ଫିଲ୍ମରେ ତିନି ଚାରିଟି କାହାଣୀ ଏକାସହ ଗତି କରେ।

ଆଉ ଶେଷରେ ସମସ୍ତେ ସମସ୍ତଙ୍କ ସହ ମିଶି ଯାଆନ୍ତି। ଗୋଟିଏ ବି ସିନ୍, ଗୋଟିଏ ବି ଡାଇଲଗ୍ ମିସ୍ କରିବା ବେଶ୍ ମହଙ୍ଗା ପଡ଼ିବ। ତେଣୁ ହୁସିଆର ହେଇ ଫିଲ୍ମ ଦେଖିବେ। ଶେଷରେ ସିନେମା ସରିବ କିନ୍ତୁ ଉଠିକି ଯିବେନି ଦର୍ଶକ ବନ୍ଧୁ। କାରଣ କ୍ଲାଇମେକ୍ସ ପରେ ରହିଛି ଆଉ ଏକ ସସପେନ୍ସ। ଯେତେବେଳେ ଏଣ୍ଟ୍ରି ହୁଏ ବଡ଼ ଭିଲିଏନ୍‌ଙ୍କ। ସୂର୍ଯ୍ୟାଙ୍କ ଏଣ୍ଟ୍ରି ସମସ୍ତଙ୍କୁ ଚକିତ କରିଦିଏ। ସିଏ ହିଁ ରୋଲେକ୍ସ ଯିଏ ପାର୍ଟ ଟୁର କାହାଣୀକୁ ଆଗକୁ ବଢ଼ାଇବ। ସୂର୍ଯ୍ୟାଙ୍କ ୫ ମିନିଟ୍ ସିନେମାର ୩ ଘଣ୍ଟା ସହ ସମାନ। ଏତିକିରେ ବୁଝି ଯାଆନ୍ତୁ ଫିଲ୍ମ କେମିତି ହେଇଥିବ। ବିକ୍ରମ ଦେଖନ୍ତୁ, ମୋ ସହ ରିଭ୍ୟୁ ସେୟାର କରନ୍ତୁ।  ଆଉ ଯେଉଁମାନେ ଦେଖିଛନ୍ତି ସେମାନେ ବି ନିଜ ଅନୂଭତି ବାଣ୍ଟନ୍ତୁ।

Advertisment
KGF Vikram Movie RRR Movie
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ