Advertisment

‘ବଣ୍ଟି ଔର୍ ବବଲୀ ୨’ ଟ୍ରେଲର ରିଲିଜ୍ : ନୂଆ ପୁରୁଣା ଭିତରେ ହେବ ଲଢେଇ

ହିନ୍ଦୀ ଫିଲ୍ମ ‘ବଣ୍ଟି ଔର୍ ବବଲୀ ୨’ ର ଟ୍ରେଲର ରିଲିଜ୍ ହୋଇଯାଇଛି। ଏଥିରେ ସୈଫ୍ ଅଲ୍ଲୀ ଖାନ୍, ରାନୀ ମୁଖାର୍ଜୀ, ସିଦ୍ଧାନ୍ତ ଚତୁର୍ବେଦୀ ଓ ଶରବରୀଙ୍କ ମଧ୍ୟରେ ମଜାଦାର ଲଢେଇ ଦେଖିବାକୁ ମିଳିବ। ସବୁଠାରୁ ମଜା କଥା ହେଲା ଏଥିରେ ଦୁଇ ହଳ ବଣ୍ଟି-ବବଲୀଙ୍କୁ ଦେଖିବାକୁ ମିଳିବ। ‘ବଣ୍ଟି ଔର୍ ବବଲୀ ୨’ ଏକ ପାରିବାରିକ ଫିଲ୍ମ ହୋଇଥିବା ବେଳେ ଏହା ସମସ୍ତଙ୍କୁ ହସେଇ ହସେଇ ବେଦମ କରିବ। ୟଶ ରାଜ୍‌ ଫିଲ୍ମ ବ୍ୟାନରରେ ତିଆରି ହୋଇଥିବା ଏହି ଫିଲ୍ମ ଦିପାବଳୀ ଅବସରରେ ରିଲିଜ୍ ହେବ।

ଅଦ୍ୟତନ ହୋଇଛି
Bunty Aur Babli-2 official trailer release

Bunty Aur Babli-2 official trailer release

Advertisment

ନୂଆଦିଲ୍ଲୀ : ହିନ୍ଦୀ ଫିଲ୍ମ ‘ବଣ୍ଟି ଔର୍ ବବଲୀ ୨’ ର ଟ୍ରେଲର ରିଲିଜ୍ ହୋଇଯାଇଛି। ଏଥିରେ ସୈଫ୍ ଅଲ୍ଲୀ ଖାନ୍, ରାନୀ ମୁଖାର୍ଜୀ, ସିଦ୍ଧାନ୍ତ ଚତୁର୍ବେଦୀ ଓ ଶରବରୀଙ୍କ ମଧ୍ୟରେ ମଜାଦାର ଲଢେଇ ଦେଖିବାକୁ ମିଳିବ। ସବୁଠାରୁ ମଜା କଥା ହେଲା ଏଥିରେ ଦୁଇ ହଳ ବଣ୍ଟି-ବବଲୀଙ୍କୁ ଦେଖିବାକୁ ମିଳିବ। ‘ବଣ୍ଟି ଔର୍ ବବଲୀ ୨’ ଏକ ପାରିବାରିକ ଫିଲ୍ମ ହୋଇଥିବା ବେଳେ ଏହା ସମସ୍ତଙ୍କୁ ହସେଇ ହସେଇ ବେଦମ କରିବ। ୟଶ ରାଜ୍‌ ଫିଲ୍ମ ବ୍ୟାନରରେ ତିଆରି ହୋଇଥିବା ଏହି ଫିଲ୍ମ ଦିପାବଳୀ ଅବସରରେ ରିଲିଜ୍ ହେବ।

Advertisment
Rani Saif as Bunty-Babliବଣ୍ଟି-ବବଲୀ ଭାବେ ରାନୀ-ସୈଫ୍

ପୁରୁଣା ଫିଲ୍ମରେ ଅଭିଷେକକ ବଚ୍ଚନ ଓ ରାନୀଙ୍କୁ ବଣ୍ଟି ଔର୍ ବବଲୀ’ ଭାବେ ଦେଖିବାକୁ ମିଳିଥିବା ବେଳେ ଏହାର ଦ୍ୱିତୀୟ ଭାଗରେ ସିଦ୍ଧାନ୍ତ ଚତୁର୍ବେଦୀ ଓ ଶରବରୀ ବଣ୍ଟୀ-ବବଲୀ ହୋଇ ଦର୍ଶକଙ୍କୁ ଲୁଟିବା ନେଇ ଆସୁଛନ୍ତି। ପୁରୁଣା ଫିଲ୍ମରେ ଠକ ବଣ୍ଟି-ବବଲୀଙ୍କୁ ଧରିବା ନେଇ ଅମିତାଭ ବଚ୍ଚନଙ୍କୁ ପୋଲିସ୍ ଭୂମିକାରେ ଦେଖିବାକୁ ମିଳିଥିବା ବେଳେ ନୂଆ ଫିଲ୍ମରେ ପୋଲିସ୍ ଭୂମିକାରେ ପଙ୍କଜ ତ୍ରିପାଠୀ ନଜର ଆସିବେ।

Advertisment

୨୦୦୫ରେ ଆସିଥିବା ‘ବଣ୍ଟି ଔର୍ ବବଲୀ’ର ‘ବଣ୍ଟି-ବବଲୀ ଚୋରି ଧନ୍ଦା ଛାଡିଦେଇ ଆରାମରେ ସାଧାସିଧା ଜୀବନ ଜୀଉଁଛନ୍ତି। କିନ୍ତୁ ସମସ୍ୟା ସେତେବେଳେ ଆସେ ଯେତେବେଳେ ଖୁସୀର ଜୀବନ ଜୀଉଥିବା ବଣ୍ଟି-ବବଲୀଙ୍କୁ ଜଣାପଡେ ଯେ ଏହି ନାମରେ ଅନ୍ୟମାନେ ଚୋରି କରୁଛନ୍ତି। ଏଭଳି ପରିସ୍ଥିତିରେ ରାନୀ ମୁଖାର୍ଜୀ ସ୍ଥିର କରିଛନ୍ତି ଯେ ତାଙ୍କ ବ୍ରାଣ୍ଡ୍ ବ୍ୟବହାର କରି ସେ କାହାରିକୁ ଚୋରି ଧନ୍ଦା କରିବାକୁ ଦେବେ ନାହିଁ। ତେବେ ଏହି ଫିଲ୍ମରେ ପୁରୁଣା ବଣ୍ଟି-ବବଲୀ ଭାବେ ସୈଫ୍ ଅଲ୍ଲୀ ଖାନ ଓ ରାନୀ ମୁଖାର୍ଜୀ ନଜର ଆସିବେ।

Bunty Aur Babli-2 official trailer release‘ବଣ୍ଟି ଔର୍ ବବଲୀ ୨’ ଟ୍ରେଲର ରିଲିଜ୍ : ନୂଆ ପୁରୁଣା ଭିତରେ ହେବ ଲଢେଇ

ସୈଫ୍ ଅଲ୍ଲୀ ଖାନ୍ କହିଛନ୍ତି ଯେ “ଚୋରିକୁ ନେଇ ନିର୍ମିତ ଫିଲ୍ମରେ ଭିନ୍ନ ଭିନ୍ନ ଗେଟଅପ୍ ହୋଇଥାଏ ଓ ଏହା ବହୁତ ମଜାଳିଆ ମଧ୍ୟ ହୋଇଥାଏ। ଆଜିକାଲି ଆମ ପାଖରେ ପୂରା ଭିନ୍ନ ସ୍ତରର ପ୍ରୋସ୍‌ଥେଟିକ୍ସ ଓ ମେକ୍‌ଅପ୍ ଅଛି, ଯାହାଦ୍ୱାରା କଳାକାରମାନଙ୍କୁ ଅଦ୍ଭୁତ ଗେଟ୍ ଅପ୍‌ ଦେବା ଆଶା କରିବା ବାସ୍ତବ କଥା। ଆମେ ମଧ୍ୟ ଏ ସବୁ କରିଛୁ ଏବଂ ଖୁବ ମଜା ମଧ୍ୟ ଆସିଲା।”

Advertisment

ଏହା ସହିତ ରାନୀ ମୁଖାର୍ଜୀ ମଧ୍ୟ କହିଛନ୍ତି ଯେ “ଏହି ଦୁ‍ଇ ଯୋଡି ବହୁତ ବୁଦ୍ଧିମାନ। ଯେତେବେଳେ ରୂପ ବଦଳେଇବାର କଥା ଆସେ ତେବେ ଏମାନେ ସବୁଠାରୁ ଭଲ, କାରଣ ଏଥିରେ ସେମାନେ ମାହିର। ଏଥିରେ ପୁରୁଣା ଓ ନୂଆ ବଣ୍ଟି-ବବ୍‌ଲୀ ସାମ୍ନାକୁ ଆସୁଛନ୍ତି, ତେଣୁ ଏହି ଲଢେଇ ଆହୁରି ମଜାଦାର ହେବ।”

Bunty Aur Babli-2 official trailer releaseନୂଆ ପୁରୁଣା ଭିତରେ ହେବ ଲଢେଇ

ସେହିପରି ସିଦ୍ଧାନ୍ତ ଚତୁର୍ବେଦୀ କହିଛନ୍ତି ଯେ “ ମୁଁ କେବଳ ଗୋଟିଏ ଫିଲ୍ମରେ ଏତେ ଅବତାର ଗ୍ରହଣ କରିଛି। ଯେତେବେଳେ ଆପଣ ବଣ୍ଟି ଔର୍ ବବଲୀ ଭଳି ଫିଲ୍ମ କରୁଛନ୍ତି ସେତେବେଳେ ଆପଣ ଲୋକଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି ଯେ ମୁଖ୍ୟ ଅଭିନେତାମାନଙ୍କୁ ଭିନ୍ନ ଭିନ୍ନ ଅବତାରରେ ଦେଖିବାକୁ ମିଳିବ।”

ଏହି ଫିଲ୍ମରେ ନୂଆ ବଣ୍ଟୀ-ବବଲୀଙ୍କୁ ଡିଜିଟାଲ ଚୋରିରୁ ନେଇ ସହରର ମେୟର ପର୍ଯ୍ୟନ୍ତ ଚୂନ ଲଗେଇବା କାମ କରୁଥିବା ନଜର ଆସିବେ। ‘ଗଲୀ ବୟ’ରେ ଏମ୍‌ସୀ ଶେରର ଭୂମିକାରେ ସୁପରହିଟ୍ ହୋଇଥିବା ସିଦ୍ଧାନ୍ତ ଏହି ଟ୍ରେଲରରେ ମଧ୍ୟ ଛାଇ ଗଲେଣି। ସେହିଭଳି ଶରବରୀ ମଧ୍ୟ ଖୁବ ମଜାଳିଆ ଲାଗୁଛନ୍ତି।

Salman Khan Bollywood Actor Bollywood Rani Mukherjee Bunty Aur Babli-2
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ