Advertisment

ପ୍ରଭାସଙ୍କ ‘ବାହୁବଳୀ’କୁ କାଟିଲା ରଣବୀରଙ୍କ 'ବ୍ରହ୍ମାସ୍ତ୍ର'

‘ବୟକଟ୍’ ଟ୍ରେଣ୍ଡରେ ଥାଇ ବି ବାଜି ମାରିଛି 'ବ୍ରହ୍ମାସ୍ତ୍ର'। ଫିଲ୍ମର କ୍ରେଜ୍ ଏମିତି ଛାଇ ଯାଇଛି ଯେ ରୋଜଗାର କ୍ଷେତ୍ରରେ ଏହା ବିଶ୍ୱସ୍ତରରେ ‘ବାହୁବଳୀ’ର ରେକର୍ଡ ଭାଙ୍ଗିଛି। ଏହି ହିସାବରେ ପ୍ରଭାସଙ୍କୁ ପଛରେ ପକେଇ ଦେଇଛନ୍ତି ରଣବୀର କପୁର।

ଅଦ୍ୟତନ ହୋଇଛି
Brahmastra worldwide box office collection day-1 broke baahubali record

Brahmastra worldwide box office collection day-1 broke baahubali record

Advertisment

ରଣବୀର କପୁରଙ୍କ 'ବ୍ରହ୍ମାସ୍ତ୍ର' ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି। ରିପୋର୍ଟ ଅନୁଯାୟୀ ପ୍ରଥମ ଦିନରେ ଏହି ଫିଲ୍ମ ବିଶ୍ୱ ସ୍ତରରେ ୭୫ କୋଟି ଟଙ୍କା ଆୟ କରିଛି। ଏଥି ସହିତ ଏହା କେବଳ ଭାରତରେ ୩୬ କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇଛି। କୋଭିଡ୍‌ ମହାମାରୀ ପରେ ଏହା ହେଉଛି ସବୁଠାରୁ ଅଧିକ ରୋଜଗାର କରିଥିବା ହିନ୍ଦୀ ଫିଲ୍ମ ବୋଲି କୁହାଯାଉଛି। ପ୍ରେକ୍ଷାଳୟରେ ଶୋ’ ହାଉସ୍‌ଫୁଲ୍ ହୋଇଛି। ଦର୍ଶକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଅନେକ ପ୍ରମୁଖ ସହରରେ ସକାଳର ଶୋ ଆରମ୍ଭ ହୋଇଛି ଏବଂ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶୋ’ ଚାଲୁଛି।

Advertisment

ସୋସିଆଲ ମିଡିଆରେ ଏହାର ସ୍କ୍ରିନ୍‌ସଟ୍‌ ଭାଇରାଲ୍‌ ହେବାରେ ଲାଗିଛି, ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଦିଲ୍ଲୀରେ ଫିଲ୍ମର ଶୋ’ ସକାଳ ୬ ଟାରୁ ଆରମ୍ଭ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି। ଏହା ଛଡା ମୁମ୍ବାଇ ଏବଂ ଅନ୍ୟାନ୍ୟ ପ୍ରମୁଖ ସହରରେ ମଧ୍ୟ ସକାଳୁ ଆରମ୍ଭ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶୋ’ ଚାଲିଛି। ଅଧିକାଂଶ ଶୋ’ IMAX ଏବଂ 3D ରେ ଦେଖିବାକୁ ମିଳୁଛି।

କୁହାଯାଇଛି ଯେ IMAX ସଂସ୍କରଣର ଅନେକ ଶୋ’ ଶୁକ୍ରବାର ଦିନ ହାଉସ୍‌ଫୁଲ୍ ହୋଇଥିଲା। ଅଧିକାଂଶ ପ୍ରେକ୍ଷାଳୟରେ ରବିବାର ପାଇଁ ଶୋ’ ବୁକ୍ ହୋଇସାରିଛି। କେବଳ ଏତିକି ନୁହେଁ, ଡିଷ୍ଟ୍ରିବ୍ୟୁଟରମାନେ ଶୋ’କୁ ବଢେଇବାକୁ ନିଷ୍ପତ୍ତି ନେଇଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ନୂଆ ଶୋ’ର ଅର୍ଥ ଏହି ଫିଲ୍ମ କିଛି ପରଦାରେ ପ୍ରାୟ ୨୧ ଘଣ୍ଟା ଚାଲିବ। ସକାଳ ୬ଟାରୁ ଆରମ୍ଭ ହୋଇ ପରଦିନ ସକାଳ ୩ ଟା ପର୍ଯ୍ୟନ୍ତ ଫିଲ୍ମର ସାତୋଟି ଶୋ’ ପଛକୁ ପଛ ଚାଲିବ।

Advertisment

ତେବେ ଫିଲ୍ମର କ୍ରେଜ୍ ଏମିତି ଛାଇ ଯାଇଛି ଯେ ରୋଜଗାର କ୍ଷେତ୍ରରେ ଏହା ବିଶ୍ୱସ୍ତରରେ ‘ବାହୁବଳୀ-୧’ର ରେକର୍ଡ ଭାଙ୍ଗିଛି। ହିସାବ ଦେଖିଲେ ରଣବୀର ପ୍ରଭାସଙ୍କୁ ପଛରେ ପକେଇଦେଇଛନ୍ତି। ପ୍ରଭାସଙ୍କ ‘ବାହୁବଳୀ’ ପ୍ରଥମ ଦିନରେ ବିଶ୍ୱସ୍ତରରେ ୭୩ କୋଟି ରୋଜଗାର କରିଥିଲା। ରଣବୀରଙ୍କ ‘ବ୍ରହ୍ମାସ୍ତ୍ର’ ୭୫ କୋଟି ଟଙ୍କା ଆୟ କରି ଏହି ରେକର୍ଡ ଭାଙ୍ଗିଛି।

ଆରମ୍ଭରୁ ଫିଲ୍ମ ଭଲ ଚାଲୁଥିଲେ ବି ଏହା ମଧ୍ୟ କୁହାଯାଉଛି ଯେ ଏହା କେବଳ ବର୍ତ୍ତମାନ ପାଇଁ ସପ୍ତାହ ଶେଷ ପର୍ଯ୍ୟନ୍ତ ରହି ନପାରେ। ଏହା ପୁଣି କେବଳ IMAX ଏବଂ 3D ପାଇଁ, ଯାହାର ଶୋ 2D ତୁଳନାଏ ବହୁତ କମ ଅଛି। 3D ଏବଂ VFX ର ପ୍ରାରମ୍ଭିକ ପ୍ରଶଂସା ପରେ, ଅନେକେ IMAX ଏବଂ 3D ରେ ଫିଲ୍ମ ଦେଖିବାକୁ ଚାହିବେ, ଯେଉଁଥିପାଇଁ ଏହାର ଚାହିଦା ଅଧିକ ରହିଛି। କିନ୍ତୁ ସପ୍ତାହ ଶେଷ ପରେ ଏହା କମିଯାଇପାରେ। ସୋମବାର ମଧ୍ୟ ଫିଲ୍ମର ଶୋ’ ପାଇଁ ଏହି ଚାହିଦା ରହିବ କି ନାହିଁ ତାହା ମଧ୍ୟ ସନ୍ଦେହ ବୋଲି କୁହାଯାଉଛି।

Advertisment

ପ୍ରକାଶଥାଉ ଯେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଏହି ଫିଲ୍ମ ସେପ୍ଟେମ୍ବରରେ ମୁକ୍ତିଲାଭ କରିଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଆୟାନ ମୁଖାର୍ଜୀ। ଏହି ଫିଲ୍ମରେ ଅମିତାଭ ବଚ୍ଚନ, ନାଗାର୍ଜୁନ, ମୌନି ରୟ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମଟିକୁ ବର୍ତ୍ତମାନ ମିଶ୍ରିତ ସମୀକ୍ଷା ମିଳିଛି।

Bollywood Ranbir Kapoor Brahmastra Bahubali Brahmastra Movie
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ