Advertisment

'ବ୍ରହ୍ମାସ୍ତ୍ର' ବିରୋଧୀଙ୍କୁ ମୁହଁତୋଡ ଜବାବ; ରୋଜଗାର କଲାଣି ୧୬୦ କୋଟି

ବଲିଉଡ୍‌ର ବୟକଟ୍ ଜାଲରେ ବି ଫସିଥିଲା 'ବ୍ରହ୍ମାସ୍ତ୍ର'। ଚଳିତ ବର୍ଷର ପ୍ରାୟ ସବୁ ଫିଲ୍ମକୁ ‘ବୟକଟ୍’ କ୍ଷତି ଦେଇଛି। କୌଣସି ଫିଲ୍ମ ଚାଲିପାରି ନଥିବା ବେଳେ 'ବ୍ରହ୍ମାସ୍ତ୍ର' ବିରୋଧୀଙ୍କୁ ପରାସ୍ତ କରିଛି।

ଅଦ୍ୟତନ ହୋଇଛି
Brahmastra Box Office Collection

Brahmastra worldwide box office collection crossed 100 crores in 2 days

Advertisment

ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଅଭିନୀତ 'ବ୍ରହ୍ମାସ୍ତ୍ର' ଶୁକ୍ରବାର ବକ୍ସ ଅଫିସରେ ଦମଦାର ଓପେନିଂ କରିଛି। ଯଦିଓ ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ଏହାକୁ ତୀବ୍ର ‘ବୟକଟ୍’ କରାଯାଇଥିଲା, କିନ୍ତୁ ଏହା ବିରୋଧୀଙ୍କୁ ପରାସ୍ତ କରି ଭଲ ରୋଜଗାର କରୁଛି। ୪୧୦ କୋଟି ଟଙ୍କା ବଜେଟ୍‌ରେ ନିର୍ମିତ ହୋଇଥିବା ଏହି ଫିଲ୍ମ ବଲିଉଡରେ ସବୁଠାରୁ ମହଙ୍ଗା ବଜେଟ୍ ଫିଲ୍ମ ବୋଲି କୁହାଯାଉଛି। 'ବ୍ରହ୍ମାସ୍ତ୍ର' ର ବ୍ୟବସାୟ ଆକଳନ ଦେଖି ଏହା କୁହାଯାଇପାରେ ଯେ ଆୟାନ ମୁଖାର୍ଜୀଙ୍କ ୧୦ ବର୍ଷର କଠିନ ପରିଶ୍ରମ ସଫଳ ହୋଇଛି।

Advertisment

ଆୟାନ ମୁଖାର୍ଜୀଙ୍କ ସାଇ-ଫାଇ ଫିଲ୍ମ ପ୍ରଥମ ଦିନରେ ଭାରତୀୟ ବଜାରରେ ୩୬ କୋଟି ଟଙ୍କା ରୋଜଗାର କରିଥିଲା। ଦ୍ୱିତୀୟ ଦିନରେ ମଧ୍ୟ ଫିଲ୍ମର ବ୍ୟବସାୟ ଖୁବ ବଢିଛି। ଦ୍ୱିତୀୟ ଦିନରେ ଏହି ଫିଲ୍ମ ସାରା ଦେଶରେ ପ୍ରାୟ ୪୧.୫୦ କୋଟି ରୋଜଗାର କରିଛି। ଦୁଇ ଦିନ ମଧ୍ୟରେ ଏହି ଫିଲ୍ମ ସମସ୍ତ ଭାଷାରେ ମୋଟ ୭୭ କୋଟି ଟଙ୍କା ରୋଜଗାର କରିଛି। ଦ୍ୱିତୀୟ ଦିନରେ ଫିଲ୍ମର ରୋଜଗାରରେ ୨୦ ପ୍ରତିଶତ ବୃଦ୍ଧି ଘଟିଛି, ଯାହା ବ୍ରହ୍ମାସ୍ତ୍ର ପାଇଁ ଏକ ସକରାତ୍ମକ ସଙ୍କେତ।

ସେହିପରି ସାରା ବିଶ୍ୱରେ ୮,୯୧୩ ପରଦାରେ ରିଲିଜ୍ ହୋଇଥିବା 'ବ୍ରହ୍ମାସ୍ତ୍ର'ର ମୋଟ ବିଶ୍ୱସ୍ତରୀୟ ରୋଜଗାର ବିଷୟରେ କହିଲେ, ଫିଲ୍ମ ପ୍ରଥମ ଦିନରେ ୭୫ କୋଟି ଟଙ୍କା ବ୍ୟବସାୟ କରିଥିବା ବେଳେ ଦ୍ୱିତୀୟ ଦିନରେ ୮୫ କୋଟି ଟଙ୍କା ବ୍ୟବସାୟ କରିଛି। ତେବେ ଫିଲ୍ମ ଏପର୍ଯ୍ୟନ୍ତ ମୋଟ ୧୬୦ କୋଟି ଟଙ୍କା ରୋଜଗାର କରିପାରିଛି। ପ୍ରଥମ ଦିନରେ ‘ବ୍ରହ୍ମାସ୍ତ୍ର’ ବିଶ୍ୱ ବକ୍ସ ଅଫିସ’ରେ ୭୫ କୋଟି ଟଙ୍କା ରୋଜଗାର କରିଥିଲା।

Advertisment

ଆଲିଆ ଏବଂ ରଣବୀରଙ୍କ ଫିଲ୍ମ ରିଲିଜ୍ ହେବା ଦିନଠାରୁ ଉଭୟ ନିଜ ପ୍ରଶଂସକ ଏବଂ ଦର୍ଶକଙ୍କୁ ଏହା ଦେଖିବା ପାଇଁ ଅନୁରୋଧ କରିଆସୁଛନ୍ତି। ଏଥି ସହିତ, ଆଲିଆ ଭଟ୍ଟ ଗର୍ଭାବସ୍ଥାରେ ମଧ୍ୟ ଫିଲ୍ମର ପ୍ରମୋସନ କରିବାର କୌଣସି ଦିଗ ହାତଛଡା କରି ନାହାଁନ୍ତି। ରଣବୀର କପୁରଙ୍କ ବ୍ୟତୀତ ଆଲିଆ ଭଟ୍ଟ, ନାଗାର୍ଜୁନ, ଅମିତାଭ ବଚ୍ଚନ ଏବଂ ମୌନି ରୟ ବ୍ରହ୍ମାସ୍ତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଏହି ଫିଲ୍ମରେ ଶାହାରୁଖ ଖାନଙ୍କର ଏକ କାମିୟୋ ଭୂମିକା ମଧ୍ୟ ରହିଛି।

Bollywood Ranbir Kapoor Brahmastra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ