Advertisment

ମହାବଳୀ-ସର୍ବଶକ୍ତିଶାଳୀ ଶିବାର କାହାଣୀ 'ବ୍ରହ୍ମାସ୍ତ୍ର'

ରିଜିଜ୍ ହୋଇଛି 'ବ୍ରହ୍ମାସ୍ତ୍ର'ର ଟ୍ରେଲର୍। ଏହି ଦମଦାର ଟ୍ରେଲର ଫିଲ୍ମ ଦେଖିବାକୁ ଲୋକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରୁଛି। କେବେ ରିଲିଜ୍ ହେବ ଫିଲ୍ମ ଜାଣିବା ପାଇଁ ଦେଖନ୍ତୁ।

ଅଦ୍ୟତନ ହୋଇଛି
Brahmastra the story of Siva

Brahmastra the story of Siva

Advertisment

ରଣବୀର କପୁର, ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର 'ବ୍ରହ୍ମାସ୍ତ୍ର'ର ଟ୍ରେଲର ରିଲିଜ ହୋଇଛି। ଆୟାନ୍ ମୁଖାର୍ଜୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟିରେ ପୌରାଣିକ କଥାବସ୍ତୁ ସହ ଆଧୁନିକତା ରହିଛି। ଏହାର ଝଲକ ମୁକ୍ତିଲାଭ କରିଥିବା ଟ୍ରେଲରରୁ ମିଳୁଛି। ଦର୍ଶକମାନେ ଦୀର୍ଘ ସମୟ ଧରି ଫିଲ୍ମର ଟ୍ରେଲରକୁ ଅପେକ୍ଷା କରିଥିଲେ।

Advertisment

ଟ୍ରେଲର ରିଲିଜ୍ ହେବା ପରେ ପ୍ରଶଂସକମାନେ ବର୍ତ୍ତମାନ ଉତ୍ସାହର ସହିତ ସେପ୍ଟେମ୍ବର ୯କୁ ଅପେକ୍ଷା କରିଛନ୍ତି, କାରଣ ଏହି ଦିନ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବ। ରିଲିଜ୍ ହୋଇଥିବା ଟ୍ରେଲର୍‌ରେ ରଣବୀର କପୁର, ଆଲିଆ ଭଟ୍ଟ ଏବଂ ଅମିତାଭ ବଚ୍ଚନଙ୍କ ଦମଦାର ଉପସ୍ଥିତି ସହିତ ଏହାର ସ୍ପେଶାଲ୍ ଇଫେକ୍ଟ ଏହାକୁ ସ୍ୱତନ୍ତ୍ର କରୁଛି।

ଅମିତାଭ ବଚ୍ଚନଙ୍କ ଗମ୍ଭୀର ସ୍ୱରରୁ ଆରମ୍ଭ ହୋଇଥିବା 'ବ୍ରହ୍ମାସ୍ତ୍ର'ର ଟ୍ରେଲରରେ ରଣବୀର କପୁରଙ୍କୁ ଅଲୌକିକ ଶକ୍ତିରେ ପ୍ରଦର୍ଶିତ କରାଯାଇଛି। ଟ୍ରେଲର ଆରମ୍ଭରୁ ଅମିତାଭଙ୍କ ଗମ୍ଭୀର ସ୍ୱର ଆସେ ଏମିତି “ଜଲ୍, ବାୟୁ, ଅଗ୍ନି, ପ୍ରାଚୀନ କାଲ ସେ ହମାରେ ବିଚ୍ କୁଛ୍ ଐସୀ ଶକ୍ତିୟାଁ ହୈ ଜୋ ଅସ୍ତ୍ରୋ ମେ ଭରୀ ହୁଇ ହୈ। ୟେ କାହାନୀ ହୈ ଇନ୍ ସାରେ ଅସ୍ତ୍ରୋ କେ ଦେବତା ବ୍ରହ୍ମାସ୍ତ୍ର କୀ ଔର୍ ଏକ୍‌ ଏସେ ନୌଜୱାନ୍ ଶିବା କୀ ଜୋ ଇସ୍ ବାତ୍ ସେ ଅନଜାନ ହୈ କି ଓ ବ୍ରହ୍ମାସ୍ତ୍ର କୀ କିସ୍‌ମତ୍ କା ସିକନ୍ଦର ହୈ।”

Advertisment

ମହାବଳୀ-ସର୍ବଶକ୍ତିଶାଳୀ ‘ଶିବା’ ନାମକ ଏକ ଚରିତ୍ର ରଣବୀର କପୁର ଜଣେ ସାଧାରଣ ଯୁବକ ଭାବରେ ନିଜ ଜୀବନକୁ ଅତିବାହିତ କରନ୍ତି। ତାଙ୍କର ଭେଟ ଇଶା ଅର୍ଥାତ୍ ଆଲିଆ ଭଟ୍ଟଙ୍କ ସହିତ ହୋଇଯାଏ। ଇଶା ଏବଂ ଶିବାର ପ୍ରେମ କାହାଣୀ ଭିତରେ ଇଶା ଜାଣିବାକୁ ପାଏ ଯେ ଶିବା ପାଖରେ ଏତେ ଆଶ୍ଚର୍ଯ୍ୟଜନକ ଶକ୍ତି ଅଛି ଯେ ଅଗ୍ନି ବି ତାକୁ ଜାଳି ପାରୁ ନାହିଁ।

ଶିବା ଏକ ଅଗ୍ନି ଅସ୍ତ୍ର ବୋଲି ସେ ଧୀରେ ଧୀରେ ହୃଦୟଙ୍ଗମ କରୁଛି । ନିଆଁରେ ନ ଜଳିବା କାରଣରୁ ଅନୁଭବ କରିବା ଆରମ୍ଭ କରେ ଯେ ବୋଧହୁଏ ଅଗ୍ନି ସହିତ ତା’ର କିଛି ପୁରୁଣା ସଂଯୋଗ ରହିଛି। ସେ ଅସ୍ତ୍ରର ଦୁନିଆ ସହିତ ଜଡିତ କାରଣ ସେ ନିଜେ ଏକ ଅଗ୍ନି ଅସ୍ତ୍ର।

Advertisment

ଶିବା ଧୀରେ ଧୀରେ ଜାଣିବାକୁ ପାଏ ନିଜର ଶକ୍ତି ବିଷୟରେ। ଏହା ପରେ ଅସ୍ତ୍ରଶସ୍ତ୍ର ଦୁନିଆରେ ଶିବାର ଦମଦାର ପ୍ରବେଶ ହୁଏ। ଏହା ପରେ ନକାରାତ୍ମକ ଶକ୍ତି ଏବଂ ସକରାତ୍ମକ ଶକ୍ତି ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଏ। ଟ୍ରେଲରରେ ଐଶ୍ୱରୀୟ ଶକ୍ତିରେ ଭରପୂର ଅସ୍ତ୍ର ‘ବ୍ରହ୍ମାସ୍ତ୍ର’ର ଖୋଜ୍‌ରେ ବାହାରିଥିବା ନାଗାର୍ଜୁନ ଏବଂ ମୌନୀ ରୟଙ୍କ ଜବରଦସ୍ତ ଏଣ୍ଟ୍ରି ମଧ୍ୟ ଦେଖିବାକୁ ମିଳେ, ଯାହା ଦର୍ଶକଙ୍କ ଉତ୍ସାହକୁ ବଢେଇ ଦିଏ।

ପ୍ରେମର ଶକ୍ତି, ଲାଇଟ୍, ଅଗ୍ନି ଶକ୍ତି 'ବ୍ରହ୍ମାସ୍ତ୍ର' ସବୁ ଶିବା ପାଖରେ ଦେଖିବାକୁ ମିଳେ। ଟ୍ରେଲରରେ ବ୍ୟବହୃତ ଗ୍ରାଫିକ୍ସ, VFX ପ୍ରତ୍ୟେକ ଦୃଶ୍ୟକୁ ଚମତ୍କାର କରିଛି। ଦର୍ଶକଙ୍କ ପାଇଁ ରଣବୀର କପୁରଙ୍କୁ ଏକ ନୂଆ ଷ୍ଟାଇଲ୍‌ରେ ଆସୁଛନ୍ତି।

ଟ୍ରେଲରରୁ ଏହା ସ୍ପଷ୍ଟ ହୋଇଛି ଯେ ଫିଲ୍ମରେ ଦର୍ଶକ କେବଳ ସସ୍‌ପେନ୍ସ ଏବଂ ଥ୍ରୀଲର ଦେଖିବାକୁ ପାଇବେ ନାହିଁ ବରଂ ରୋମାନ୍ସ ମଧ୍ୟ ଦେଖିବାକୁ ମିଳିବ। ତେବେ ଏହି ଫିଲ୍ମକୁ ୩ଟି ଭାଗରେ ରିଲିଜ କରାଯିବ ବୋଲି କୁହାଯାଇଛି। ଏହାର ପ୍ରଥମ ଭାଗ ସେପ୍ଟେମ୍ବର ୯ରେ ରିଲିଜ୍ ହେବ।

Bollywood Brahmastra Brahmastra Movie
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ