Advertisment

'ବ୍ରହ୍ମାସ୍ତ୍ର'ର ପ୍ରଥମ ଗୀତ ରିଲିଜ୍; ରୋମାଣ୍ଟିକ୍ ମୁଡ୍‌ରେ ରଣବୀର-ଆଲିଆ

ରିଲିଜ୍ ହୋଇଛି 'ବ୍ରହ୍ମାସ୍ତ୍ର'ର ପ୍ରଥମ ଗୀତ। ଗୀତରେ ଆଲିଆ ଏବଂ ରଣବୀରଙ୍କ ମଧ୍ୟରେ ରୋମାଣ୍ଟିକ୍‌ର ଦୃଶ୍ୟ ଦେଖିବାକୁ ମିଳେ। ଗୀତରେ ଉଭୟଙ୍କ ବଣ୍ଡିଂ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି।

Brahmastra kesariya song out

Brahmastra kesariya song out

Advertisment

ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ବ୍ରହ୍ମାସ୍ତ୍ର'ର ପ୍ରଥମ ଗୀତ 'କେସରିଆ' ରିଲିଜ୍ ହୋଇଛି। ଏହି ଗୀତଟିକୁ ଖୁବ୍ ସୁନ୍ଦର ଭାବେ ଚିତ୍ରିତ କରାଯାଇଛି। ଗୀତରେ ଆଲିଆ ଏବଂ ରଣବୀରଙ୍କ ମଧ୍ୟରେ ରୋମାଣ୍ଟିକ୍‌ର ଦୃଶ୍ୟ ଦେଖିବାକୁ ମିଳେ। ଗୀତରେ ଉଭୟଙ୍କ ବଣ୍ଡିଂ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି। ଏହି ଗୀତରେ ଆଲିଆ ଏବଂ ରଣବୀର ବାରାଣାସୀ ରାସ୍ତାରେ ରୋମାନ୍ସ କରୁଥିବା ନଜର ଆସିଛନ୍ତି। ଫୁଲର ବର୍ଷା ମଧ୍ୟରେ ଏହି ଯୋଡି ଦୌଡୁଥିବା ବେଳେ କେବଳ ଆଖିରେ ଅଖିରେ କଥା ହେଉଥିବା ଦେଖାଯାଏ।

Advertisment

'ବ୍ରହ୍ମାସ୍ତ୍ର'ର କେସରିଆ ଗୀତଟିକୁ ଅରିଜିତ ସିଂହ ଅତି ସୁନ୍ଦର ଭାବରେ ଗାଇଛନ୍ତି। ଏହାର ଚମତ୍କାର ସଂଗୀତ ନିର୍ଦ୍ଦେଶନା ପ୍ରୀତମଙ୍କ ଦ୍ୱାରା ଦିଆଯାଇଛି ଏବଂ ଏହି ଗୀତ ପ୍ରସିଦ୍ଧ ଗୀତିକାର ଅମିତାଭ ଭଟ୍ଟାଚାର୍ଯ୍ୟଙ୍କ ଦ୍ୱାରା ଲିଖିତ, ଯାହା ସିଧା ଲୋକଙ୍କ ହୃଦୟକୁ ଛୁଉଁଛି। ମାତ୍ର କିଛି ମିନିଟ୍‌ର ଗୀତଟି ୟୁଟ୍ୟୁବରେ ୨୧ ଲକ୍ଷରୁ ଅଧିକ ଭ୍ୟୁ ପାଇଛି।

୨ ମିନିଟ୍ ୫୨ ସେକେଣ୍ଡର ଏହି ଗୀତ ଇଶା ଏବଂ ଶିବାର ପ୍ରେମ କାହାଣୀକୁ କହୁଥିବା ବେଳେ ବାରାଣାସୀର ଆଧ୍ୟାତ୍ମିକ ସ୍ଥାନରେ ସେମାନେ କିପରି ପରସ୍ପର ପ୍ରତି ଥିବା ପ୍ରେମକୁ ସ୍ୱୀକାର କରୁଛନ୍ତି ତାହା ଦେଖଉଛି। ଗୀତର ଏକ କ୍ଲିପ୍ ଶେୟାର କରି ଆଲିଆ ଭଟ୍ଟ ଲେଖିଛନ୍ତି ଯେ “ଆମ ପ୍ରେମର ସ୍ୱର, ବର୍ତ୍ତମାନ ତୁମର। କେସରିଆ ବର୍ତ୍ତମାନ ରିଲିଜ୍ କରାଯାଇଛି।" ଆଲିଆ କ୍ୟାପ୍‌ସନ୍‌ରେ ଏକ ହଳଦିଆ ହାର୍ଟ୍ ଇମୋଜୀ ମଧ୍ୟ ଦେଇଛନ୍ତି।

Advertisment

'କେସରିଆ' ରିଲିଜ୍ ହେବା ପୂର୍ବରୁ ଆଲିଆ ଭଟ୍ଟ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ରଣବୀର କପୁର ଏବଂ ନିର୍ଦ୍ଦେଶକ ଆୟାନ ମୁଖାର୍ଜୀ 'କେସରିଆ' ଶୁଣୁଥିବା ଏକ ସୁନ୍ଦର ଭିଡିଓ ଶେୟାର କରିଥିଲେ। ଭିଡିଓରେ ଆଲିଆ ଘର ଭିତରେ କ୍ୟାମେରା ପ୍ୟାନ କରିବା ପୂର୍ବରୁ ବିଲ୍ଡିଂର ଏକ ଝଲକ ମଧ୍ୟ ଦେଇଛନ୍ତି। ପବନର ସିଟି ବାଜିବା ମାତ୍ରେ ଆୟାନ୍ ମୁଖାର୍ଜୀ ଫ୍ରେମ୍ ଭିତରକୁ ଆସିଯାଆନ୍ତି।

ଭିଡିଓରେ ଏହା ଆହୁରି ମଧ୍ୟ ଦେଖିବାକୁ ମିଳେ ଯେ ସେ ଆଖି ବନ୍ଦ କରି ଝୁଲାରେ ବସିଥିବାର ନଜର ଆସିଛନ୍ତି। ଏହାପରେ ଆଲିଆ କ୍ୟାମେରାକୁ ରଣବୀରଙ୍କ ଆଡକୁ ବୁଲାଇଛନ୍ତି। ଗୀତରେ ରଣବୀର ସଂପୂର୍ଣ୍ଣ ବୁଡି ରହିଥିବାର ନଜର ଆସିଛନ୍ତି। ଏହି କ୍ଲିପ୍ ଶେୟାର କରି ସେ କହିଛନ୍ତି ଯେ କାଲି ପର୍ଯ୍ୟାନ୍ତ ତୁମମାନଙ୍କ ସହିତ ଗୀତ ଶେୟାର କରିବାକୁ ଅପେକ୍ଷା କରିପାରିବି ନାହିଁ।”

Advertisment
Bollywood Alia Bhatt Ranbir Kapoor Brahmastra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ