Advertisment

ସନ୍ନି ଦେଓଲ୍ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର; ଏହିଦିନ ରିଲିଜ୍ ହେବ 'ବର୍ଡର ୨'

'ବର୍ଡର ୨'କୁ ନେଇ ଏକ ବଡ ଅପଡେଟ୍ ଆସିଛି। କୁହାଯାଉଛି ଯେ ଆୟୁଷ୍ମାନ ଖୁରାନାଙ୍କୁ 'ବର୍ଡର ୨'ରେ ସନ୍ନି ଦେଓଲଙ୍କ ସହ ଦେଖିବାକୁ ମିଳିବ। ଏହାର ରିଲିଜ୍ ତାରିଖ ମଧ୍ୟ କୁହାଯାଇଛି। ଆସନ୍ତୁ ଜାଣିବା କେବେ ହେବ ରିଲିଜ୍।

ଅଦ୍ୟତନ ହୋଇଛି
Border 2 Film Release Date

Border 2 script ready likely to release on 2026 on this day

Advertisment

୨୦୨୩ ମସିହାରେ 'ଗଦର ୨'ର ସଫଳତା ପରେ ସନ୍ନି ଦେଓଲଙ୍କ 'ବର୍ଡର ୨'କୁ ନେଇ କିଛି ଦିନ ଧରି ଚର୍ଚ୍ଚା ଚାଲିଥିଲା। ଜେପି ଦତ୍ତଙ୍କ ନିର୍ଦ୍ଦେଶିତ 'ବର୍ଡର' ୧୯୯୭ ମସିହାରେ ମୁକ୍ତିଲାଭ କରିଥିଲା, ଯାହା ବକ୍ସ ଅଫିସରେ ଏକ ଆଲୋଡ଼ନ ସୃଷ୍ଟି କରିଥିଲା। ବର୍ତ୍ତମାନ ଏହାର ସିକ୍ୱେଲ୍‌କୁ ନେଇ ଏକ ବଡ ଅପଡେଟ୍ ଆସିଛି। କୁହାଯାଉଛି ଯେ ଆୟୁଷ୍ମାନ ଖୁରାନାଙ୍କୁ 'ବର୍ଡର ୨'ରେ ସନ୍ନି ଦେଓଲଙ୍କ ସହ ଦେଖିବାକୁ ମିଳିବ।

Advertisment

'ବର୍ଡର ୨' ୨୩ ଜାନୁୟାରୀ ୨୦୨୬ରେ ରିଲିଜ୍ ହୋଇପାରେ। ଏହି ଫିଲ୍ମ ମାଧ୍ୟମରେ ଦେଶର ସେନାର ସାହସିକତାକୁ ସଲାମ କରାଯିବ। ଫିଲ୍ମ ନିର୍ମାତା ଅନୁଭବ କରୁଛନ୍ତି ଯେ ଏହି ଫିଲ୍ମ ରିଲିଜ୍ ପାଇଁ ଗଣତନ୍ତ୍ର ଦିବସ ଠାରୁ ଆଉ ଭଲ ଦିନ କିଛି ହୋଇପାରିବ ନାହିଁ। ଏହା ପଛର କାରଣ ହେଉଛି ଜାନୁଆରୀ ୨୬ (ସୋମବାର), ୨୦୨୬ ଏକ ଗଣତନ୍ତ୍ର ଦିବସ ଛୁଟି ହେବ ଏବଂ ଫିଲ୍ମକୁ ବକ୍ସ ଅଫିସରେ ଏକ ଦୀର୍ଘ ୱିକ୍‌ଏଣ୍ଡ୍‌ ମିଳିବ।

ଅଧିକ ପଢ଼ନ୍ତୁ: ଆସିଲା ଅପ୍‌ଡେଟ୍; ଏହିଦିନ ରିଲିଜ୍ ହେବ ସନ୍ନିଙ୍କ 'ଲାହୋର ୧୯୪୭'

ସୂତ୍ରରୁ ପ୍ରକାଶ ଯେ, ‘ବର୍ଡର ୨’ ପ୍ରାୟ ଏକ ବର୍ଷ ହେବ ଲେଖା ପର୍ଯ୍ୟାୟରେ ଅଛି। ଫିଲ୍ମର କାହାଣୀ ଉପରେ କାମ ଚାଲିଛି। ନିର୍ମାତା ଏକ କାହାଣୀ ଖୋଜୁଥିଲେ ଯାହା ଦର୍ଶକଙ୍କ ଆଶା ପୂରଣ କରିପାରିବ। ଏହି ଫିଲ୍ମ ଭାରତର ସବୁଠାରୁ ବଡ ୱାର୍ ଫିଲ୍ମ ହେବାକୁ ଯାଉଛି। ଏହି ଫିଲ୍ମ ପାଇଁ ସନ୍ନି ଦେଓଲ ଏବଂ ଆୟୁଷ୍ମାନ ଖୁରାନା ବହୁତ ଉତ୍ସାହିତ ଅଛନ୍ତି। ଏହି ଦୁଇ କଳାକାର ପ୍ରଥମ ଥର ପାଇଁ ଏକାଠି କାମ କରିବାକୁ ଯାଉଛନ୍ତି।

Advertisment

ଭୂଷଣ କୁମାର, ଜେପି ଦତ୍ତା ଏବଂ ନିଧି ଦତ୍ତା ମିଳିତ ଭାବେ ‘ବର୍ଡର ୨’କୁ ପ୍ରଡ୍ୟୁସ୍ କରୁଛନ୍ତି। ଅନୁରାଗ ସିଂହ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ। ୨୦୨୬ ‘ବର୍ଡର ୨’ ପାଇଁ ସ୍ୱତନ୍ତ୍ର ହେବ, କାରଣ ଏହି ବର୍ଷ ‘ବର୍ଡର’ ୨୯ ବର୍ଷ ପୂରଣ କରିବ।

୧୯୯୭ ମସିହାରେ ଫିଲ୍ମ୍ ‘ବର୍ଡର’ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମ ଜେପି ଦତ୍ତାଙ୍କ ଦ୍ୱାରା ଲିଖିତ ଏବଂ ନିର୍ମିତ ହୋଇଥିଲା। ଏହି ଫିଲ୍ମ ୧୯୭୧ର ଭାରତ-ପାକିସ୍ଥାନ ଯୁଦ୍ଧ ଉପରେ ଆଧାରିତ ଥିଲା। ଏହାର ପ୍ରତ୍ୟେକ ଦୃଶ୍ୟ ଏବଂ ପ୍ରତ୍ୟେକ ଗୀତ ଦର୍ଶକଙ୍କ ଆଖିରେ ଲୁହ ଆଣି ଦେଇଥିଲା।

Advertisment

ଏହା ଏକ ମଲ୍ଟିଷ୍ଟାରର ଫିଲ୍ମ ଥିଲା, ଯେଉଁଥିରେ ସନ୍ନି ଦେଓଲଙ୍କ ସହିତ ଜ୍ୟାକି ଶ୍ରଫ୍, ଅକ୍ଷୟ ଖାନ୍ନା, ସୁଦେଶ ବେରୀ, ପୁନିତ୍ ଇସର ଏବଂ କୂଲଭୂଷଣ ଖରବନ୍ଦା ଏବଂ ଅନ୍ୟାନ୍ୟ ଅନେକ ତାରକା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ଅଧିକ ପଢ଼ନ୍ତୁ: ଫହାଦ ଫାଜିଲ୍‌ଙ୍କ ଖୋଲା କଥା; କହିଲେ, ମତେ ଲାଗୁ ନାହିଁ ଯେ 'ପୁଷ୍ପା' ମୋ ପାଇଁ କିଛି କରିଛି

Ayushmann Khurrana Sunny Deol Bolywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ