Advertisment

ବାହା ହେଲେ ଇଚ୍ଛାଧାରୀ ନାଗୀନ୍: ଇନଷ୍ଟାଗ୍ରାମରେ ଫଟୋ ଭାଇରାଲ, ଦେଖନ୍ତୁ..

ରିଲ୍ ଲାଇଫ୍‌ରୁ ରିୟଲ ଲାଇଫ୍‌ରେ ପାଦ ଦେଇଛନ୍ତି ଅଭିନେତ୍ରୀ ମୌନି ରଏ । ବହୁଦିନ ଧରି ନିଜ ବୟଫ୍ରେଣ୍ତ ସୁରଜ ନାମ୍ବିୟାରଙ୍କ ସହ ପ୍ରେମବନ୍ଧନରେ ବାନ୍ଧି ହୋଇଥିବା ବେଳେ ଏହାକୁ ବିବାହର ରୁପ ଦେଇଛନ୍ତି ମୌନି । ତେବେ ଆଜି ଗୋଆର ଏକ ଫାଇଭ୍ ଷ୍ଟାର ହୋଟେଲରେ ମଲୟାଲମ୍ ରିତୀନୀତିରେ ତାଙ୍କ ବିବାହ ସମ୍ପର୍ନ୍ନ ହୋଇଥିବାର ଚିତ୍ର ସେ ନିଜେ ସେୟାର କରିଛନ୍ତି । ମୌନିଙ୍କ ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Mouni Roy Marriage

Mouni Roy Marriage

Advertisment

ବିବାହ ବନ୍ଧନରେ ବାନ୍ଧି ହେଲେ ହିନ୍ଦୀ ସିରିଏଲ୍‌ର ହଟ୍ ଆଣ୍ତ ବୋଲ୍ଡ ଅଭିନେତ୍ରୀ ମୌନି ରଏ। ଇଚ୍ଛାଧାରୀ ନାଗୀନ ରୂପରେ ବେସ୍‌ ପରିଚିତ ମୌନି ଗୋଆର ଏକ ଫାଇଭ୍ ଷ୍ଟାର ହୋଟେଲରେ ନିଜ ଲଙ୍ଗ ଟାଇମ୍‌ ବୟଫ୍ରେଣ୍ଡ ସୁରଜ ନାମ୍ବିୟାର୍‌ଙ୍କ ଦୁଲହନିଆ ସାଜିଛନ୍ତି । ଗତକାଲି ମୌନିଙ୍କ ହଳଦି ଓ ମେହେନ୍ଦୀ ସେରିମନି ସରିଥିବା ବେଳେ ଗୋଆରେ ଆଜି ତାଙ୍କର ବିବାହ ସମ୍ପର୍ନ୍ନ ହୋଇଛି । ଏନେଇ ସେ ନିଜ ଇନଷ୍ଟାଗ୍ରାମ ପେଜ୍‌ରେ ଫଟୋ ସେୟାର କରିଛନ୍ତି ।

Advertisment

ରିଲ୍ ଲାଇଫ୍‌ରୁ ରିୟଲ ଲାଇଫ୍‌ରେ ପାଦ ଦେଇଛନ୍ତି ଅଭିନେତ୍ରୀ ମୌନି ରଏ । ବହୁଦିନ ଧରି ନିଜ ବୟଫ୍ରେଣ୍ତ ସୁରଜ ନାମ୍ବିୟାରଙ୍କ ସହ ପ୍ରେମବନ୍ଧନରେ ବାନ୍ଧି ହୋଇଥିବା ବେଳେ ଏହାକୁ ବିବାହର ରୁପ ଦେଇଛନ୍ତି ମୌନି । ତେବେ ଆଜି ଗୋଆର ଏକ ଫାଇଭ୍ ଷ୍ଟାର ହୋଟେଲରେ ମଲୟାଲମ୍ ରିତୀନୀତିରେ ତାଙ୍କ ବିବାହ ସମ୍ପର୍ନ୍ନ ହୋଇଥିବାର ଚିତ୍ର ସେ ନିଜେ ସେୟାର କରିଛନ୍ତି । ମୌନିଙ୍କ ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ମୌନି ନିଜ ଫଟୋ ସେୟାର କରିବା ସହ ସେଥିରେ ଲେଖିଛନ୍ତି ଯେ, ‘ଶେଷରେ ଆମେ ଦୁହେଁ ଏକାଠି ହୋଇଗଲୁ, ହାତ ଉପରେ ହାତ ଥୋଇ ନିଜ ପରିବାରବର୍ଗ ଓ ବନ୍ଧୁଙ୍କ ଆଶୀର୍ବାଦରେ ବାହା ହେଲୁ, ଆମେ ଆପଣମାନଙ୍କର ଆଶୀର୍ବାଦର ଅପେକ୍ଷା କରିଛୁ’ । ମୌନି ନିଜ ବାହାଘରରେ ସୁନ୍ଦର ଅଳଙ୍କାରରେ ସଜେଇ ହୋଇଥିବାର ଦେଖିବାକୁ ମିଳିଛି । ମୁଣ୍ତର ସିନ୍ଥିଠାରୁ ଆରମ୍ଭ କରି କାନଫୁଲ ପର୍ଯ୍ୟନ୍ତ ସବୁ ସୁନାର ଅଳଙ୍କାର ପିନ୍ଧିଥିଲେ । ବେକରେ ଭାରି ସୁନାର ଚିକ ପିନ୍ଧିଥିବା ବେଳେ ଗଣପତି ଡିଜାଇନ୍‌ର ପେଣ୍ତେଂଟ୍ ପିନ୍ଧିଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ରେଡ୍ ବର୍ଡରର ଧଳା ଶାଢୀରେ ସେ ବେସ୍ ସୁନ୍ଦର ଦେଖାଯାଉଥିଲେ ।

Advertisment

ସୁଚନାଯୋଗ୍ୟ ଯେ, ମୌନି ଓ ତାଙ୍କ ବୟଫ୍ରେଣ୍ତ ସୁରଜ ନାମ୍ବିୟାର ଦୀର୍ଘଦିନ ଧରି ପ୍ରେମବନ୍ଧନରେ ଥିଲେ । ସୁରଜ ଦୁବାଇର ଜଣେ ବ୍ୟାଙ୍କର ଓ ଶିଳ୍ପପତୀ ରହିଆସିଛନ୍ତି । ସେ ବେଙ୍ଗାଲୁରୁର ଜୈନ ପରିବାରରୁ ଆସିଛନ୍ତି । ପୂର୍ବରୁ ଏହି ଯୋଡୀ ଦୁବାଇ କିମ୍ବା ଇଟାଲୀରେ ବିବାହ କରିବା ନେଇ କହି ଆସୁଥିବା ବେଳେ ଆଜି ଗୋଆରେ ନିଜ ବିବାହ ସମ୍ପର୍ନ୍ନ କରିଛନ୍ତି ।

Bollywood Mouni Roy Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ