Advertisment

ଲାଲ୍ ଲେହେଙ୍ଗା ଓ ଗୋଲଡେନ୍ ସେରୱାନିରେ ନଜର ଆସିଲେ ଭିକ୍ଟ୍ରିନା; ଫଟୋ ଭାଇରାଲ୍..

ବିବାହ ବନ୍ଧନରେ ଅଭିନେତା ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍ । ବଲିଉଡରେ ଏହି ଦୁଇ ଅଭିନେତା ଅଭିନେତ୍ରୀ ଯୋଡ଼ି ପରସ୍ପରର ହାତ ଧରିଛନ୍ତି । ଗତକାଲି ରାଜସ୍ଥାନର ଐତିହାସିକ ସୱାଇ ମାଧୋପୁର ଦୁର୍ଗରେ ରାଜକୀୟ ଢଙ୍ଗରେ ବିବାହ ବାହାଘର ହୋଇଥିଲା ।

Vicky Kaushal Marriage

Vicky Kaushal Marriage

Advertisment

ଜୟପୁର: ବିବାହ ବନ୍ଧନରେ ଅଭିନେତା ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍ । ବଲିଉଡରେ ଏହି ଦୁଇ ଅଭିନେତା ଅଭିନେତ୍ରୀ ଯୋଡ଼ି ପରସ୍ପରର ହାତ ଧରିଛନ୍ତି । ଗତକାଲି ରାଜସ୍ଥାନର ଐତିହାସିକ ସୱାଇ ମାଧୋପୁର ଦୁର୍ଗରେ ରାଜକୀୟ ଢଙ୍ଗରେ ବିବାହ ବାହାଘର ହୋଇଥିଲା । ପରେ କ୍ୟାଟ୍ରିନା ସୋସିଆଲ୍ ମିଡିଆରେ ବିବାହର କିଛି ଫଟୋ ସେୟାର କରିବା ସହ ଆଶୀର୍ବାଦ କାମନା କରିଥିବାର ଦେକ୍ଗିବାକୁ ମିଳିଛି । ବର୍ତ୍ତମାନ ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଉଭୟଙ୍କ ବିବାହ ଫଟୋକୁ ପ୍ରଶଂସକ ବେଶ ପ୍ରଶଂସା କରିଛନ୍ତି ।

Advertisment
Vicky Kaushal Marriageଭିକି କ୍ୟାଟ୍‌ଙ୍କ ବିବାହ
ବିବାହ ଅବସରରେ କ୍ୟାଟରିନା ଲାଲ୍ ଲେହେଙ୍ଗା ଓ ଗୋଲଡେନ୍ ସେରୱାନିରେ ନଜର ଆସିଥିଲେ ଭିକି କୌଶଲ୍ । ମାଧୋପୁର ଦୁର୍ଗ ବାଲକୋନିରୁ ଆସି ଅତିଥିଙ୍କୁ ସିନେମା ଷ୍ଟାଇଲରେ ଅଭିବାଦନ ଜଣାଇଥିବାର ଦେଖିବାକୁ ମିଳିଥିଲା । ଶିଖ୍ ରୀତିନୀତିରେ ଏହି ବିବାହ ଉତ୍ସବ ସମ୍ପନ୍ନ ହୋଇଥିବାର ଶୁଣିବାକୁ ମିଳିଛି । ବହୁ ଚର୍ଚ୍ଚିତ ସେଲିବ୍ରିଟି ବିବାହ ଉତ୍ସବକୁ ମୋବାଇଲ୍ ମନା ସହ ଫଟୋ ଉଠାଇବା ଉପରେ କଟକଣା ଜାରି କରାଯାଇଥିଲା । ଏହା ସତ୍ତ୍ୱେ ବିବାହ ସମ୍ପର୍କୀତ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ମିଳିଥିବା ସୂଚନା ଅନୁଯାୟୀ, ବିବାହା ଉତ୍ସବରେ ମୋଟ ୧୨୦ ଜଣ ଲୋକ ରହିଥିଲେ। ବଲିଉଡର କିଛି ସେଲେବ୍ରିଟ ମଧ୍ୟ ବିବାହ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ମ୍ୟାରେଜ୍ ସେରିମନି ଅତ୍ୟନ୍ତ ଗୋପନୀୟତାର ସହ କରାଯାଇଛି। ଅତିଥି ମାନଙ୍କୁ ଫୋନ ବ୍ୟବହାର କରିବାକୁ ମନା କରାଯାଇଥିଲା। ତେଣୁ କେହି ବି ବାହାଘର ବେଳେ ଫଟୋ ଉଠାଇ ନାହାନ୍ତି।

Advertisment
Vicky Kaushal Marriageଭିକି କ୍ୟାଟ୍‌ଙ୍କ ବିବାହ

ତେବେ ପରବର୍ତ୍ତୀ ଅବସ୍ଥାରେ ଭିକି ଓ କ୍ୟାଟ ନିଜ ନିଜର ଇନଷ୍ଟାଗ୍ରାମରେ ବାହାଘର କିଛି ଫଟୋ ରିଲିଜ କରିଛନ୍ତି। ଏହି ଫଟୋରେ ଉଭୟ ବେଶ ଷ୍ଟାଇଲିଶ ଲାଗୁଛନ୍ତି। ଏହି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ସେନସେସନ୍ ପାଲଟିଯାଇଛି ।

Vicky Kaushal Marriageଭିକି କ୍ୟାଟ୍‌ଙ୍କ ବିବାହ
Bollywood Marriage Vicky Kaushal Katrina Kaif
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ