Advertisment

ସାମ୍ନାକୁ ଆସିଲା ‘ଭୁଲ୍ ଭୁଲୟା ୨‘ ର ମୋସନ୍ ପୋଷ୍ଟର୍; ଜଲୱା ଦେଖାଇଛନ୍ତି କାର୍ତ୍ତିକ୍ ଆର୍ୟନ୍

ମହାରାଷ୍ଟ୍ର ସରକାରଙ୍କ ସିନେମା ହଲ୍ ଖୋଲିବା ଘୋଷଣା ନେଇ ଚଳଚ୍ଚିତ୍ର ନିର୍ମାତା ଏବଂ ଅଭିନେତାମାନେ ଦୀର୍ଘ ନିଶ୍ୱାସ ଛାଡିଛନ୍ତି। କାର୍ତ୍ତିକ୍ ଆର୍ୟନ୍ ଅଭିନୀତ ‘ଭୁଲ୍ ଭୁଲୟା ୨' ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ବର୍ତ୍ତମାନ ଏହି ଚଳଚ୍ଚିତ୍ରର ରିଲିଜ୍ ତାରିଖ ଘୋଷଣା କରାଯାଇଛି। ନିକଟରେ ଅଭିନେତା କାର୍ତ୍ତିକ୍ ଆର୍ୟନ୍ ଫିଲ୍ମର ଏକ ନୂଆ ମୋସନ ପୋଷ୍ଟର ସହ ଦର୍ଶକଙ୍କ ଆଗରେ ଦେଖାଦେଇଥିଲେ।

Bhool Bhulaiyaa 2

Bhool Bhulaiyaa 2

Advertisment

ନୂଆଦିଲ୍ଲୀ: ମହାରାଷ୍ଟ୍ର ସରକାରଙ୍କ ସିନେମା ହଲ୍ ଖୋଲିବା ଘୋଷଣା ନେଇ ଚଳଚ୍ଚିତ୍ର ନିର୍ମାତା ଏବଂ ଅଭିନେତାମାନେ ଦୀର୍ଘ ନିଶ୍ୱାସ ଛାଡିଛନ୍ତି। ପ୍ରାୟ ଦେଢ ବର୍ଷର ଦୀର୍ଘ ଅପେକ୍ଷା ପରେ ବଲିଉଡ ଇଣ୍ଡଷ୍ଟ୍ରିରେ ଏହି ଖୁସି ଖବର ଆସିଥିବାର ଦେଖାଯାଇଛି। ମହାରାଷ୍ଟ୍ର ସରକାରଙ୍କ ଏହି ଘୋଷଣା ସହିତ ଅନେକ ବଡ ଚଳଚ୍ଚିତ୍ରର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି। କାର୍ତ୍ତିକ୍ ଆର୍ୟନ୍ ଅଭିନୀତ ‘ଭୁଲ୍ ଭୁଲୟା ୨' ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ରହିଛି। ବର୍ତ୍ତମାନ ଏହି ଚଳଚ୍ଚିତ୍ରର ରିଲିଜ୍ ତାରିଖ ଘୋଷଣା କରାଯାଇଛି। ନିକଟରେ ଅଭିନେତା କାର୍ତ୍ତିକ୍ ଆର୍ୟନ୍ ଏକ ନୂଆ ମୋସନ ପୋଷ୍ଟର ସହ ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା କରିଛନ୍ତି।

Advertisment

ଫିଲ୍ମ ‘ଭୁଲ୍ ଭୁଲୟା‘ ର ପ୍ରଥମ ଭାଗ ୨୦୦୭ ରେ ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶନାରେ ରିଲିଜ୍ ହୋଇଥିଲା। ଏଥିରେ ଅକ୍ଷୟ କୁମାର, ବିଦ୍ୟା ବାଲାନ୍ ଏବଂ ଜ୍ୟୋତି ଅହୁଜା ମୁଖ୍ୟ ଭୂମିକାରେ ଅଭିନୟରେ କରିଥିଲେ। ଏହା ସମ୍ପୂର୍ଣ୍ଣ ଭାବରେ ଏକ ହରର୍- କମେଡି ଫିଲ୍ମ ଥିଲା। ସେ ସମୟରେ ଫିଲ୍ମଟି ଲୋକଙ୍କୁ ବେଶ ଆକର୍ଷଣ କରିଥିବା ସହ ବକ୍ସ୍ ଅଫିସରେ ଭଲ ରୋଜଗାର ମଧ୍ୟ କରିଥିଲା। ତେବେ ପୁନଃବାର ଫିଲ୍ମ ‘ଭୁଲ୍ ଭୁଲୟା‘ ର ସିକ୍ୱେଲ୍ ରିଲିଜ୍ ହେବାକୁ ଯାଉଛି। ୨ ମାର୍ଚ୍ଚ ୨୦୨୨ରେ ଫିଲ୍ମଟି ପ୍ରେକ୍ଷାଳୟରେ ରିଲିଜ୍ ହେବ ବୋଲି ଫିଲ୍ମ ନିର୍ମାତା ଆନିସ୍ ବାଜମିଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଫିଲ୍ମର ମୁଖ୍ୟ ଭୂମିକାରେ ‘କାର୍ତ୍ତିକ ଆର୍ୟନ‘ ଓ ‘କିଆରା ଆଡଭାନୀ‘ ରହିବେ।

Advertisment

ନିକଟରେ ଫିଲ୍ମର ଏକ ମୋସମ୍ ପୋଷ୍ଟର ମଧ୍ୟ ରିଲିଜ୍ ହୋଇଛି। ମୋସନ ପୋଷ୍ଟରରେ କାର୍ତ୍ତିକଙ୍କ ଜବରଦସ୍ତ ଜଲୱା ଦେଖିବାକୁ ମିଳିଛି। ପୋଷ୍ଟର ସେୟାର କରିବା ସହ କାର୍ତ୍ତିକ କହିଛନ୍ତି ଯେ ଫିଲ୍ମଟିକୁ ଆପଣ ୨ ମାର୍ଚ୍ଚ ୨୦୨୨ରେ ନିକଟତମ ପ୍ରେକ୍ଷାଳୟରେ ଦେଖିବାକୁ ପାଇବେ।

ତେବେ ଫିଲ୍ମଟି ବକ୍ସ ଅଫିସରେ ହିଟ୍ ହେବ କି ନାହିଁ, ଏନେଇ ପ୍ରଶ୍ନ ଉଠିବାରେ ଲାଗିଛି। କାରଣ ସମାନ ଦିନରେ ହଲିଉଡ୍‌ ମାର୍ବଲ୍ସ ପ୍ରଡକ୍ସନର ବହୁ ଚର୍ଚ୍ଚିତ ଫିଲ୍ମ ‘ଡକ୍ଟର ସ୍ଟ୍ରେଞ୍ଜ ଇନ୍ ଦ୍ ମଲ୍ଟିୱର୍ସ ଅଫ୍ ମ୍ୟାଡନେସ‘ ମଧ୍ୟ ରିଲିଜ୍ ହେବାକୁ ଯାଉଛି। ଯେଉଁଥିରେ ବହୁଚର୍ଚ୍ଚିତ ଅଭିନେତା ବେନେଡିକ୍ଟ କମ୍ବରବ୍ୟାଚ୍ ମୁଖ୍ୟ ଭୂମିକାରେ ଦେଖାଯିବେ। ତେବେ ଏହି ସଂଘର୍ଷ ମଧ୍ୟରେ ଫିଲ୍ମ ଭୁଲ୍ ଭୁଲୟା ବାଜି ମାରିବ କି ନାହିଁ, ତାହା ଦେଖିବାକୁ ରହିଲା।

Advertisment

ଆନିସ୍ ବାଜମି ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ପୂର୍ବରୁ ୧୯ ଅଗଷ୍ଟ ୨୦୧୯ ରେ ଫିଲ୍ମଟିର ତିନୋଟି ପୋଷ୍ଟର ରିଲିଜ୍ ହୋଇଥିଲା। ପ୍ରଥମ ଥର ପାଇଁ ଅଭିନେତା କାର୍ତ୍ତିକ, କିଆରା ଏବଂ ତବୁ ପରଦା ଆଗରେ ଏକାଠି କାମ କରୁଥିବାର ଦେଖାଯିବେ।

Bollywood Kartik Aaryan Bhool Bhulaiyaa 2
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ