ନା ଚାଲିଲା ସଲମାନଙ୍କ ଯାଦୁ,ନା ରିମେକର ଫଣ୍ଡା..‘କିସି କା ଭାଇ,କିସି କା ଜାନ୍’ ନଚାଲିବା ପଛର କାରଣ କ’ଣ ?

ପ୍ରଥମ ଦିନ ରିଲିଜ୍ ପରେ ମାତ୍ର ୧୫କୋଟି ଟଙ୍କା ହିଁ ଆୟ କରିପାରିଲା ‘କିସି କା ଭାଇ, କିସି କା ଜାନ୍’। ଜାଣନ୍ତୁ ଏହି ଫିଲ୍ମ ନଚାଲିବା ପଛର କାରଣ କ’ଣ?

Bollywood Film ‘Kisi Ka Bhai Kisi Ki Jaan’

ଇଦ୍‌ରେ ସଲମାନ ଖାନ୍‌ଙ୍କ ଫିଲ୍ମ ରିଲିଜ୍ ହେବା କୌଣସି ଉତ୍ସବରୁ କମ୍‌ ନୁହେଁ। ଫ୍ୟାନ୍ସ ଏହାକୁ ସେଲିବ୍ରେଟ୍ କରନ୍ତି ଆଉ ବ୍ଲକ୍‌ବଷ୍ଟର ପ୍ରମାଣିତ ବି କରିଛନ୍ତି। ହେଲେ ଏଥର ସବୁ କିଛି ଓଲଟା। ନା ସଲମାନଙ୍କ ଯାଦୁ ଚାଲିଲା, ନା ରିମେକର ଫଣ୍ଡା କିଛି କାମ କଲା। ପ୍ରଥମ ଦିନ ରିଲିଜ୍ ପରେ ମାତ୍ର ୧୫କୋଟି ଟଙ୍କା ହିଁ ଆୟ କରିପାରିଲା ‘କିସି କା ଭାଇ, କିସି କା ଜାନ୍(KBKJ)’।

ଫିଲ୍ମକୁ ଦେଖିବା ପରେ ଆପଣ ଦ୍ୱନ୍ଦ୍ୱରେ ରହିବେ, ହିନ୍ଦୀ ଫିଲ୍ମ ଦେଖିଲେ ନା ତେଲୁଗୁ ?କାରଣ କ’ଣ ଜାଣିଛନ୍ତି ? ଫ୍ଲପ୍ ଟ୍ରେଣ୍ଡରୁ ମୁକୁଳିବାରୁ ସଲମାନ ଯେଉଁ ଉପାୟ ବାଛିଲେ ତାକୁ ଦର୍ଶକ ପସନ୍ଦ ଯେତେ କଲେ ତାକୁ ନାପସନ୍ଦ ବି ତାଠୁ ଅଧିକ ମିଳିଲା। ଜାଣନ୍ତୁ KBKJ ନଚାଲିବା ପଛର କାରଣ କ’ଣ?

ସିନେମାରେ ସଲମାନ କେଉଁଠି?
ବଲିଉଡରେ ସଲମାନ ଖାନ ଏମିତି ଜଣେ ଅଭିନେତା ଯାହାଙ୍କ ଫ୍ୟାନ୍ସ ସବୁ କ୍ୟାଟାଗୋରୀରେ ଅଛନ୍ତି। ମଲଟିପ୍ଲେକ୍ସ ହେଉ ଅବା ଗାଁର ସିଙ୍ଗଲ୍‌ ସ୍କ୍ରିନ୍ ସବୁଠି ସିନେମା ଦେଖୁଥିବା ଦର୍ଶକ କେବଳ ସଲମାନଙ୍କ ରହିଛନ୍ତି। ସଲମାନଙ୍କ ଫ୍ୟାନ୍ସ ତାଙ୍କୁ ହିଁ ଦେଖିବାକୁ ହଲ୍‌କୁ ଯାଆନ୍ତି। ଏହି ଫିଲ୍ମରେ ଆପଣ ସଲମାନଙ୍କ ବ୍ୟତୀତ ବାକି ସମସ୍ତଙ୍କୁ ପାଇବେ। 

ହିରୋଗିରି ନୁହେଁ କାହାଣୀଗିରି ଦରକାର..

ଏବେ ଆଉ ଦର୍ଶକ ସିନେମାରେ ହିରୋକୁ ଦେଖନ୍ତିନି। ଯାହା କାହାଣୀ ଅଛି, ଯାହା ଅଭିନୟ ଅଛି ତାକୁ ପସନ୍ଦ କରିବା ଆଉ ଭଲ ମନ୍ଦ ବୁଝିବା କ୍ଷମତା ରହିଛି। ଓଟିଟି ପରେ ଏନେଇ ଅଧିକ ସତର୍କ ହେଲେଣି ଦର୍ଶକ। ତେଣୁ କାହାଣୀ, ସଂଳାପ ଉପରେ ଅଧିକ ଗୁରୁତ୍ୱ ଦେବା ସମୟ ଦେବା ଆବଶ୍ୟକ।

ରିମେକର କ୍ୱାଲିଟି... 

ଦକ୍ଷିଣ ଭାରତରେ ତିଆରି ହେଉଥିବା ସିନେମା ତୁଳନାରେ ବଲିଉଡର ଫିଲ୍ମ ଅତି ନଗଣ୍ୟ। ଯେଉଁ ଫିଲ୍ମକୁ ରିମେକ ପାଇଁ ନିଆଯାଉଛି ଏହାର ଗୁଣବତ୍ତା ବଜାଏ ରହୁନି। ନିକଟରେ ରିଲିଜ୍ ହୋଇଥିବା ସେହଜାଦା (ଆଲାବୈକୁଣ୍ଠପୁରମୁଲୁ), ବିକ୍ରମ ବେଦା(ବିକ୍ରମ ବେଦା) କଟ୍ଟପୁତଲି (ରାତଶାସନ), ଜର୍ସି(ଜର୍ସି) ଭଳି ଫ୍ଲପ ଫିଲ୍ମ ଏହାର ଉଦାହରଣ। ସେଥିରୁ ଭୋଳା, ଦିଶ୍ୟମ୍ କିଛିଟା ଅଲଗା ଅନୁଭୂତି ଦେଇଛନ୍ତି।

ବଲିଉଡର ଫ୍ଲପ୍‌ ଟ୍ରେଣ୍ଡ୍‌...

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏବେ ବଲିଉଡ ଉପରେ କଳା ବାଦଲ ଛାଇ ରହିଛି। ଯାହା ରିଲିଜ୍ ହେଉଛି ତାହା ଫ୍ଲପ୍‌ ହେଉଛି। ବ୍ରହ୍ମାସ୍ତ୍ର ୪୦୦ କୋଟି ଟଙ୍କା ଖର୍ଚ୍ଚରେ ତିଆରି ହେଲା ଆଉ ସେ ସବୁ ଆୟ କରିବାକୁ ନାକେଦମ ହେଇଗଲା ପ୍ରଯୋଜନା ସଂସ୍ଥା। ଦକ୍ଷିଣ ଭାରତୀୟ ଫିଲ୍ମକୁ ଦର୍ଶକ ପସନ୍ଦ କରୁଛନ୍ତି। କିନ୍ତୁ ଶାହରୁଖଙ୍କ ପଠାନକୁ ନେଗେଟିଭ୍ ଟ୍ରେଣ୍ଡ୍‌ ଭିତରେ ପଜିଟିଭ୍ ଖବର ଆସିଥିଲା। ବ୍ଲକ୍‌ ବଷ୍ଟର ଦେଇ ବଲିଉଡର ସମ୍ମାନ ବଞ୍ଚାଇଥିଲେ ବାଦଶାହ ଖାନ୍। 

ଦକ୍ଷିଣ ଭାରତୀୟ ଅଭିନେତାଙ୍କୁ ନେଇ ଫିଲ୍ମ ପ୍ରସ୍ତୁତ କରିବା ଯୋଜନା ସଲମାନଙ୍କ କିଛି ମାତ୍ରାରେ ସଫଳ ହୋଇଛି। ଫିଲ୍ମ ସମ୍ପୂର୍ଣ୍ଣ ଫ୍ଲପ୍‌ ନହୋଇ ଏକ ଆଭରେଜ୍ ଆୟ କରିବ। ତେଣୁ ଖାଲି ସଲମାନ ନୁହଁନ୍ତି ସମସ୍ତେ ଏବେ ଦକ୍ଷିଣ ମୁହାଁ