Bollywood controversy between actors and directors
ଯେଉଁଠି ସମ୍ପର୍କ ଥାଏ ସେଠି ବିବାଦ ମଧ୍ୟ ଥାଏ। ଏହା ସବୁ କ୍ଷେତ୍ରରେ ଦେଖିବାକୁ ମିଳେ। ସିନେମା ଶିଳ୍ପ ମଧ୍ୟ ଏଥିରୁ ମୁକ୍ତ ନୁହେଁ। ବଲିଉଡର ଅନେକ ତାରକାଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଥିବାବେଳେ କେତେକଙ୍କ ମଧ୍ୟରେ ମତଭେଦ ହେବାର ଖବର ଆସିଛି।
ଅଭିନେତା ଓ ନିର୍ଦ୍ଦେଶକଙ୍କ ମଧ୍ୟରେ ବିବାଦ ସବୁବେଳେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ଅନେକ ଥର ସେମାନଙ୍କ ମଧ୍ୟରେ ବିବାଦ ଏତେ ବଢିଯାଏ ଯେ ସେମାନଙ୍କୁ ବୃତ୍ତିଗତ ସ୍ତରରେ କ୍ଷତି ସହିବାକୁ ମଧ୍ୟ ପଡେ। ଫିଲ୍ମ ବା କାମ ହେତୁ ଏଭଳି ବିବାଦ ପ୍ରାୟତଃ ଦେଖାଯାଇଥାଏ।
ଏଭଳି ଅନେକ ଘଟଣା ଦେଖାଯାଏ ଯେ ଯଦି କୌଣସି ଏକ ଫିଲ୍ମରେ ଜଣେ ବଡ ଅଭିନେତା ଅଛନ୍ତି, ତେବେ ବିବାଦ ପରେ ତାଙ୍କ ଇଶାରାରେ ନିର୍ଦ୍ଦେଶକଙ୍କୁ ଫିଲ୍ମରୁ ବାହାର କରିଦିଆଯାଏ। ସେହିପରି ଏମିତି ମଧ୍ୟ ଦେଖାଯାଏ କେତେବେଳେ ନିର୍ଦ୍ଦେଶକଙ୍କ କଥାରେ ଅଭିନେତାଙ୍କୁ ମଧ୍ୟ ଫିଲ୍ମରୁ ବାହାର କରିଦିଆଯାଇଛି। ତେବେ ଆସନ୍ତୁ ବଲିଉଡର ସେହି ଅଭିନେତା ଓ ନିର୍ଦ୍ଦେଶକମାନଙ୍କ ବିଷୟରେ ଜାଣିନେବା ଯେଉଁମାନଙ୍କ ମଧ୍ୟରେ ପଡେନି।
ସଲମାନ ଖାନ ଓ ଅନୁରାଗ କଶ୍ୟପ:
'ତେରେ ନାମ'ର ସୁଟିଂ ଚାଲିଥିବାବେଳେ ସଲମାନ ଖାନ ଏବଂ ଅନୁରାଗ କଶ୍ୟପଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। କୌଣସି ଏକ ଚାହିଦାକୁ ନେଇ ସେମାନଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିଲା। ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ସଲମାନ ଖାନଙ୍କ ଈଶାରାରେ ଅନୁରାଗ କଶ୍ୟପଙ୍କୁ ଫିଲ୍ମରୁ ବାହାର କରିଦିଆଯାଇଥିଲା।
କାର୍ତ୍ତିକ ଆର୍ଯ୍ୟନ୍ ଓ କରଣ ଜୋହର:
ଯେତେବେଳେ କାର୍ତ୍ତିକ ଆର୍ଯ୍ୟନଙ୍କୁ 'ଦୋସ୍ତାନା ୨' ଫିଲ୍ମରୁ କାଢି ଦିଆଯାଇଥିଲା, ସେତେବେଳେ ଲୋକମାନେ ଜାଣିବାକୁ ପାଇଲେ ଯେ କରଣ ଜୋହର ଏବଂ କାର୍ତ୍ତିକ ଆର୍ଯ୍ୟଙ୍କ ମଧ୍ୟରେ କିଛି ବିବାଦ ହୋଇଛି। ଉଭୟଙ୍କ ମଧ୍ୟରେ ବିବାଦର କୌଣସି ସ୍ପଷ୍ଟ କାରଣ ସାମ୍ନାକୁ ଆସି ନଥିଲା। ତେବେ ଆଗକୁ କାର୍ତ୍ତିକଙ୍କୁ 'ଫ୍ରେଡି' ଏବଂ 'ଶେହଜାଦା' ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ।
କଙ୍ଗନା ରାଣାୱତ ଏବଂ କରଣ ଜୋହର:
ଏମିତିରେ ତ କଙ୍ଗନା ରାଣାୱତଙ୍କ ଅନେକ ଲୋକଙ୍କ ସହ ବିବାଦ ହୋଇଛି, କିନ୍ତୁ କରଣ ଜୋହରଙ୍କ ସହ ତାଙ୍କର ଲଢେଇ ଖୁବ୍ ଚର୍ଚ୍ଚାରେ ଥିଲା। ଯେତେବେଳେ ସେ ନିର୍ଦ୍ଦେଶକଙ୍କ ଶୋ 'କଫି ୱିଥ୍ କରଣ'କୁ ଯାଇଥିଲେ ସେତେବେଳେ ଏହି ବିବାଦ ଆରମ୍ଭ ହୋଇଥିଲା। ସେ କରଣଙ୍କୁ ‘ମୁଭି ମାଫିଆ’ ବୋଲି କହିଥିଲେ ଏବଂ ସେ ନିଜ ଲୋକମାନଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁଯୋଗ ଦେଉଥିବା ଅଭିଯୋଗ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1669537048.jpg)