Advertisment

ବଢୁଛି ‘Koo’ କ୍ରେଜ୍: ଅଭିନେତ୍ରୀ କଙ୍ଗନା ରାନାୱତ ନଂ୧

କଙ୍ଗନାଙ୍କୁ ଟ୍ୱିଟର ବ୍ୟାନ୍‌ କରି ଦେବା ପରେ ମାଇକ୍ରୋ ବ୍ଲଗିଙ୍ଗ ସାଇଟ ‘Koo’ରେ ସେ ଏଣ୍ଟ୍ରି କରିଥିଲେ। ଏବେ ଧିରେ ଧିରେ ଏହି ପ୍ଲାଟଫର୍ମରେ କଙ୍ଗନାଙ୍କ ଫଲୋଅର୍ସଙ୍କ ସଂଖ୍ୟା ବଢ଼ି ମିଲିଅନରେ ପହଞ୍ଚିଛି।

kangana Ranaut

kangana Ranaut

Advertisment

ମୁମ୍ବାଇ: ଦିନକୁ ଦିନ ବଢୁଛି ‘Koo’ର କ୍ରେଜ୍‌। ଟ୍ୱିଟରକୁ ବାଏ ବାଏ କରି ‘Koo’ ଆଡେ ମୁହାଁଇଛନ୍ତି ସୋସିଆଲ ମିଡିଆ ୟୁଜର୍ସ। ଏବେ ଅନେକ ସେଲିବ୍ରିଟି ‘Koo’କୁ ଆପଣାଇଛନ୍ତି। ଯେମିତିକି ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ। କଙ୍ଗନାଙ୍କୁ ଟ୍ୱିଟର ବ୍ୟାନ୍‌ କରି ଦେବା ପରେ ମାଇକ୍ରୋ ବ୍ଲଗିଙ୍ଗ ସାଇଟ ‘Koo’ରେ ସେ ଏଣ୍ଟ୍ରି କରିଥିଲେ। ଏବେ ଧିରେ ଧିରେ ଏହି ପ୍ଲାଟଫର୍ମରେ କଙ୍ଗନାଙ୍କ ଫଲୋଅର୍ସଙ୍କ ସଂଖ୍ୟା ବଢ଼ି ମିଲିଅନରେ ପହଞ୍ଚିଛି।

Advertisment

ଚଳିତ ବର୍ଷ ଫେବ୍ରୁଆରୀରେ ‘କୁ’ ଆପ୍‌ରେ ଆକାଉଣ୍ଟ ଖୋଲିଥିଲେ କଙ୍ଗନା। ଏତେ କମ୍‌ ସମୟରେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ କଙ୍ଗନାଙ୍କ ଫଲୋଅର୍ସଙ୍କ ସଂଖ୍ୟା ୧୦ ଲକ୍ଷରେ ପହଞ୍ଚିଛି। ଗତ ୩ ମାସ ଭିତରେ କଙ୍ଗନାଙ୍କ ଫଲୋଅର୍ସଙ୍କ ସଂଖ୍ୟା ଜବରଦସ୍ତ ବଢ଼ିବାରେ ଲାଗିଛି। ‘କୁ’ ରେ ସଫଳତା ପାଇଥିବା କଙ୍ଗନା ହେଉଛନ୍ତି ଏକମାତ୍ର ଅଭିନେତ୍ରୀ। ଏହି ପ୍ଲାଟଫର୍ମରେ ସେ ନିଜ ଫିଲ୍ମ ‘ଥଲାଇଭୀ’ର ଜୋରଦାର ପ୍ରମୋସନ କରିଥିଲେ। ଏହା ବ୍ୟତୀତ ନିଜ ସମ୍ପର୍କରେ ଓ ଦେଶ ବିଦେଶର ବିଭିନ୍ନ ପ୍ରସଙ୍ଗରେ ସେ ନିଜ ରାୟ ରଖିବାରେ ଲାଗିଛନ୍ତି।

ମାର୍ଚ୍ଚ ୨୦୨୦ରେ ‘କୁ’ ଆରମ୍ଭ ହୋଇଥିଲା। ଏହି ପ୍ଲାଟଫର୍ମରେ ଅନେକ ଭାରତୀୟ ଭାଷାରେ ନିଜ ମତ ରଖି ପାରିବେ। ଯେ କୌଣସି ଭାରତୀୟ ନାଗରିକ ନିଜ ସ୍ଥାନୀୟ ଭାଷାରେ ମତାମତା ବିନିମୟ କରିବା ଥିଲା ଏହାର ଉଦ୍ଦେଶ୍ୟ। ଏପରି ସ୍ଥଳେ କଙ୍ଗନାଙ୍କ ଭଳି ଅଭିନେତ୍ରୀଙ୍କ ଫଲୋଅର୍ସଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏମିତି କି କଙ୍ଗନାଙ୍କ ଫଲୋଅର୍ସଙ୍କ ସଂଖ୍ୟା ଏବେ ଏକ ମିଲିଅନରେ ଛୁଇଁଛି।

Advertisment

ଜବରଦସ୍ତ ଅଭିନୟ ଜରିଆରେ କଙ୍ଗନା ଲଗାତର ବ୍ଲକବଷ୍ଟର ହିଟ୍‌ ଫିଲ୍ମ ବଲିଉଡକୁ ଦେବାରେ ଲାଗିଛନ୍ତି। ନିଜ ଦମରେ ଫିଲ୍ମକୁ ହିଟ୍‌ କରିବାର କ୍ଷମତା ରଖୁଥିବା କଙ୍ଗନା ସୋସିଆଲ ମିଡିଆରେ ବେଶ ଆକ୍ଟିଭ। ବଲିଉଡ ଖବର ସହିତ ଦେଶ ଦୁନିଆ ସହ ଜଡ଼ିତ ତମାମ ପ୍ରସଙ୍ଗ ଉପରେ ଖୋଲାଖୋଲି ରାୟ ରଖିଥାନ୍ତି କଙ୍ଗନା। ବେଳେ ବେଳେ ନିଜ ବୟାନ ପାଇଁ ବିବାଦୀୟ ହୋଇ ପଡନ୍ତି କଙ୍ଗନା।

Advertisment
Kangana Ranaut Koo App Bollywood Actress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ