ସଲମାନଙ୍କୁ ହତ୍ୟା ଧମକ; ମିଳିଲା Y+ ସୁରକ୍ଷା

ମୁମ୍ବାଇ ପୋଲିସ ପକ୍ଷରୁ ସଲମାନଙ୍କ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯାଇଛି ।

Salman Khan

ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ଜୀବନ ପ୍ରତି ବିପଦ ରହିଛି । ପୁଣି ତାଙ୍କୁ ମାରିଦେବା ପାଇଁ ଧମକ ମିଳିଛି । ମୁମ୍ବାଇ ପୋଲିସ ପକ୍ଷରୁ ସଲମାନଙ୍କ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯାଇଛି । ସଲମାନଙ୍କୁ ବର୍ତ୍ତମାନ Y + ବର୍ଗ ସୁରକ୍ଷା ଯୋଗାଇ ଦିଆଯାଇଛି । ପ୍ରକୃତରେ ତାଙ୍କୁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗରୁ ମୃତ୍ୟୁର ଧମକ ମିଳିଥିଲା । ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପଛରେ ଅଭିଯୁକ୍ତ ଲରେନ୍ସ ବିଷ୍ଣୋଇ ଥିଲେ । କିଛି ଦିନ ପୂର୍ବରୁ ସଲମାନଙ୍କ ପରିବାରକୁ ମଧ୍ୟ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା ।

ଏହି ବର୍ଷ ମେ ୨୯ ରେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯାଇଥିଲା । ଏଇ କିଛିଦିନ ମଧ୍ୟରେ ସଲମାନ ଖାନ ଓ ତାଙ୍କ ପରିବାରକୁ ଧମକପୂର୍ଣ୍ଣ ଚିଠି ମିଳିଥିଲା । ଯେଉଁଥିରେ ଲେଖାଯାଇଥିଲା ଯେ, ‘ସିଦ୍ଧୁ ମୁସେୱାଲାଙ୍କୁ ଯେଉଁଭଳି ଭାବରେ ହତ୍ୟା କରାଯାଇଛି, ଠିକ୍‌ ସେହିପରି ଅବସ୍ଥା ତୁମର ବି ହେବ’।

ଏହାପରେ ପୋଲିସ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଅନେକ ଗ୍ୟାଙ୍ଗଷ୍ଟରଙ୍କୁ ଗିରଫ କରି ପଚରାଉଚରା କରିଥିଲା । ସେମାନଙ୍କ ମଧ୍ୟରୁ କେତେକ ଏହି ଅଭିଯୋଗକୁ ସ୍ୱୀକାର ମଧ୍ୟ କରିଥିଲେ । ଏହାପରେ ସଲମାନଙ୍କ ସୁରକ୍ଷା ମଧ୍ୟ ବଢ଼ାଇ ଦିଆଯାଇଥିଲା ।

ବଲିଉଡ ଅଭିନେତା ସଲମାନଙ୍କୁ ହତ୍ୟା ଧମକ ମିଳିବା ପରେ ତାଙ୍କୁ X କ୍ୟାଟେଗୋରୀର ସୁରକ୍ଷା ଦିଆଯାଇଥିଲା। କିନ୍ତୁ ମୁମ୍ବାଇ ପୁଲିସର ସୁରକ୍ଷା ବ୍ରାଞ୍ଚ ସଲମାନଙ୍କୁ ଏବେ Y+ କ୍ୟାଟେଗୋରୀର ସୁରକ୍ଷା ପ୍ରଦାନ କରିଛି।