Advertisment

ସମନ୍ ସତ୍ତ୍ୱେ ହାଜର ହେଲେନି ଜ୍ୟାକଲିନ୍

ସମନ୍ ସତ୍ତ୍ୱେ ହାଜର ହେଲେନି ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍। ମନି ଲଣ୍ଡରିଂ ମାମଲାରେ ଆଜି ଇଡିରେ ହାଜର ହେବା ନେଇ ଜ୍ୟାକଲିନ୍‌ଙ୍କୁ ସମନ୍ ହୋଇଥିଲା, ହେଲେ ସେ ହାଜର ହୋଇ ନାହାନ୍ତି।

ଅଦ୍ୟତନ ହୋଇଛି
 Jacqueline Fernandez

Jacqueline Fernandez

Advertisment

ମୁମ୍ବାଇ: ସମନ୍ ସତ୍ତ୍ୱେ ହାଜର ହେଲେନି ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍। ମନି ଲଣ୍ଡରିଂ ମାମଲାରେ ଆଜି ଇଡିରେ ହାଜର ହେବା ନେଇ ଜ୍ୟାକଲିନ୍‌ଙ୍କୁ ସମନ୍ ହୋଇଥିଲା, ହେଲେ ସେ ହାଜର ହୋଇ ନାହାନ୍ତି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ହାଜର ହୋଇ ନଥିବା ଜ୍ୟାକଲିନ୍‌ଙ୍କ ଆଇନଜୀବୀ ଇଡି ସମ୍ମୁଖରେ ଦର୍ଶାଇଛନ୍ତି। 

Advertisment

ପୂର୍ବରୁ ମନି ଲଣ୍ଡରିଂ ମାମଲାରେ ୨ ଥର ଇଡିରେ ହାଜର ହୋଇଥିଲେ ଜ୍ୟାକଲିନ୍। ଅଗଷ୍ଟ ଓ ସେପ୍ଟେମ୍ବରରେ ସେ ହାଜର ହୋଇଥିଲେ ଓ ଇଡି ତାଙ୍କର ବୟାନ ରେକର୍ଡ କରିଥିଲେ। ହେଲେ ଏଥର ସମନ ସତ୍ତ୍ୱେ ସେ ହାଜର ହୋଇ ନାହାନ୍ତି। ତେଣୁ ପୁଣି ହାଜର ହେବା ପାଇଁ ଖୁବ୍‌ ଶୀଘ୍ର ଆଉ ଥରେ ସମନ ଜାରି କରାଯିବ ବୋଲି ସୂଚନା ମିଳିଛି। 

Advertisment

ସୂଚନାଥାଉ କି, ଗତକାଲି ସମାନ ମାମଲାରେ ଅଭିନେତ୍ରୀ ନୋରା ଫତେହ୍‌ଙ୍କୁ ୪ ଘଣ୍ଟା ଯାଏ ପଚରାଉଚରା କରାଯାଇଥିଲା। ୨୦୦ କୋଟି ଟଙ୍କା ହେର୍‌ଫେର୍‌ ମାମଲାରେ ଏହି ଜେରା ହେଉଛି। ବେଆଇନ ଭାବେ ଟଙ୍କାକୁ ବିଦେଶରେ ବିନିଯୋଗ ହେଉଥିବା ଅଭିଯୋଗ ରହିଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ଓ ତାଙ୍କ ପତ୍ନୀ ମୁଖ୍ୟ ଅଭିଯୁକ୍ତ ରହିଛନ୍ତି। ସୁକେଶ ବଲିଉଡ୍ ସେଲିବ୍ରିଟିଙ୍କ ମଧ୍ୟରେ ବେଶ୍ ପରିଚିତ। ସୁକେଶଙ୍କ ବିଭିନ୍ନ ପାର୍ଟିରେ ଜ୍ୟାକଲିନ୍ ଓ ନୋରା ଯୋଗ ଦେଇଛନ୍ତି। 

Jacqueline Fernandez Bollywood Actress ED Summon Money Laundering Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ