Advertisment

ସାଉଥ୍‌ରେ ବବି ଦେଓଲ୍‌ଙ୍କ ଜଲ୍‌ୱା; ଡରେଇବ ଲମ୍ବା ଚୁଟି, ନକଲି ଆଖି

ସୂର୍ଯ୍ୟାଙ୍କ ଅଭିନୀତ ଏହି 'କଙ୍ଗୁଭା'ରେ ବବି ଦେଓଲ୍ ପୁଣି ଥରେ ଜଣେ ଭିଲେନ୍ ଭୂମିକାରେ ଅଭିନୟ କରିବେ। ଜାରି ହୋଇଛି ପ୍ରଥମ ଲୁକ୍‌। ଏଥିରେ ବବିଙ୍କୁ ଲମ୍ବା ଚୁଟି, ନକଲି ଆଖି ଏବଂ ଛାତିରେ ଏକ ଅଜବ କବଚ ପିନ୍ଧିଥିବାର ଦେଖାଯାଏ। ଏହା ଦେଖି ବବି ଦେଓଲଙ୍କ ପ୍ରଶଂସକମାନେ ଜବରଦସ୍ତ ପ୍ରତିକ୍ରିୟା ଦେଉଛନ୍ତି।

ଅଦ୍ୟତନ ହୋଇଛି
bobby deol turns tuthless and powerfull in first look poster from film kanguva

bobby deol turns tuthless and powerfull in first look poster from film kanguva

Advertisment

ଆଜି ଅର୍ଥାତ୍ ୨୭ ଜାନୁଆରୀ ହେଉଛି ବଲିଉଡ ଅଭିନେତା ବବି ଦେଓଲଙ୍କ ଜନ୍ମଦିନ। ବବି ଦେଓଲ ଆଜି ତାଙ୍କର ୫୫ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ସେ ପ୍ରଶଂସକଙ୍କ ତରଫରୁ ଅନେକ ଅଭିନନ୍ଦନ ଗ୍ରହଣ କରୁଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ଅଭିନେତାଙ୍କ ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ସମୟରେ, ତାଙ୍କର ଆଗାମୀ ଚଳଚ୍ଚିତ୍ର 'କଙ୍ଗୁଭା'ର ନିର୍ମାତା ମଧ୍ୟ ଏକ ବିଶେଷ ଢଙ୍ଗରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

Advertisment

ଏହି ବଡ ବଜେଟ୍ ଚଳଚ୍ଚିତ୍ରର ନିର୍ମାତା ତାଙ୍କ ଚଳଚ୍ଚିତ୍ର ସହିତ ଜଡିତ ଏକ ବିଶେଷ ପୋଷ୍ଟର ସହିତ ଲର୍ଡ ବବିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କେବଳ ବବି ଦେଓଲଙ୍କ ପ୍ରଶଂସକ ନୁହଁନ୍ତି ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ଦେଉଛନ୍ତି ଏବଂ ଫିଲ୍ମ ଦେଖିବା ପାଇଁ ମଧ୍ୟ ସେମାନଙ୍କ ଆଗ୍ରହ ପ୍ରକାଶ କରୁଛନ୍ତି।

ସାଉଥ୍ ସୁପରଷ୍ଟାର ସୂର୍ଯ୍ୟାଙ୍କ ଅଭିନୀତ ଏହି ଚଳଚ୍ଚିତ୍ରରେ ବବି ଦେଓଲ୍ ପୁଣି ଥରେ ଜଣେ ଭିଲେନ୍ ଭୂମିକାରେ ଅଭିନୟ କରିବେ। ସେ ଏହି ଚଳଚ୍ଚିତ୍ରରେ ଉଧିରନ୍ ନାମକ ଜଣେ ଭୟଙ୍କର ଭିଲେନ୍ ଭୂମିକାରେ ଅଭିନୟ କରିବେ ଏବଂ ଅଭିନେତାଙ୍କ ଜନ୍ମଦିନରେ ଫିଲ୍ମର ନିର୍ମାତା ତାଙ୍କ ଲୁକ୍‌କୁ ଉନ୍ମୋଚନ କରିଛନ୍ତି। ‘କଙ୍ଗୁଭାରୁ ସାମ୍ନାକୁ ଆସିଥିବା ଲୁକ୍‌ରେ ବବି ଦେଓଲଙ୍କ ଲୁକ୍ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି।

Advertisment

ନିର୍ମାତାଙ୍କ ଦ୍ୱାରା ଜାରି ହୋଇଥିବା ପ୍ରଥମ ଲୁକ୍‌ରେ ବବି ଦେଓଲଙ୍କୁ ଲମ୍ବା ଚୁଟି, ନକଲି ଆଖି ଏବଂ ଛାତିରେ ଏକ ଅଜବ କବଚ ପିନ୍ଧିଥିବାର ଦେଖାଯାଏ। ଏହା ଦେଖି ବବି ଦେଓଲଙ୍କ ପ୍ରଶଂସକମାନେ ଜବରଦସ୍ତ ପ୍ରତିକ୍ରିୟା ଦେଉଛନ୍ତି।

ପୋଷ୍ଟର୍‌ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଜଣେ ବ୍ୟବହାରକାରୀ ଲେଖିଛନ୍ତି – “ନିଷ୍ଠୁର, ଶକ୍ତିଶାଳୀ ଏବଂ ଏକ ଚମତ୍କାର ଲୁକ୍ ଯାହା କେବେବି ଭୁଲି ହେବ ନାହିଁ।'” ଅନ୍ୟ ଜଣେ ଲେଖିଛନ୍ତି – “ପୂର୍ବ ପୋଷ୍ଟର ଅପେକ୍ଷା ବହୁତ ଭଲ।” ସେହିପରି ଆଉ ଜଣେ ଲେଖିଛନ୍ତି, “ଉଧିରନ୍‌ଙ୍କ ଆଗରେ ‘ଆନିମଲ୍‌’ର ଅବରାର୍ ମଧ୍ୟ ଫିକା ଲାଗୁଛନ୍ତି।”

Advertisment

ସୂଚନାଯୋଗ୍ୟ ଯେ ନିକଟରେ ସାଉଥ୍‌ ସୁପରଷ୍ଟାର ସୂର୍ଯ୍ୟା ଆଗାମୀ ଚଳଚ୍ଚିତ୍ର ‘କଙ୍ଗୁଭା’ ଉପରେ ଖୋଲାଖୋଲି ପ୍ରତିକ୍ରିୟା ପ୍ରକାଶ କରିଥିଲେ ଏବଂ ସେ ଫିଲ୍ମ ସହ ଜଡିତ ଏକ ଫଟୋ ମଧ୍ୟ ଶେୟାର କରିଥିଲେ। ଏହା ସହିତ ସେ କ୍ୟାପ୍‌ସନ୍‌ରେ ଲେଖିଥିଲେ – “’କଙ୍ଗୁଭା’ର ଶେଷ ଶଟ୍ ମଧ୍ୟ ସମାପ୍ତ ହୋଇଛି। ପୂରା ଟିମ୍ ପଜେଟିଭ୍ ଅଛନ୍ତି। ଏହା ଏକ ସମାପ୍ତ ହେବା ସହିତ ଏକ ନୂତନ ଆରମ୍ଭ। ଏହି ସୁନ୍ଦର ସ୍ମୃତି ପାଇଁ ପ୍ରିୟ ଶିବା ଏବଂ ‘କଙ୍ଗୁବା’ର ପୂରା ଟିମ୍‌କୁ ଧନ୍ୟବାଦ। ‘କଙ୍ଗୁଭା’ ଅତ୍ୟନ୍ତ ସ୍ୱତନ୍ତ୍ର, ଆପଣ ସମସ୍ତେ ଏହାକୁ ପରଦାରେ ଦେଖିବା ଜରୁରୀ।”

‘କଙ୍ଗୁଭା’ର ବଜେଟ୍ ବିଷୟରେ କହିବାକୁ ଗଲେ ଏହା ୩୦୦ରୁ ୩୫୦ କୋଟି ଟଙ୍କା ମଧ୍ୟରେ ନିର୍ମିତ। ଚଳିତ ବର୍ଷ ଫିଲ୍ମ ବଡ ପରଦାରେ ରିଲିଜ୍‌ ହେବାକୁ ପ୍ରସ୍ତୁତ ଅଛି। ସାଉଥ୍‌ ସିନେମାର ସିଙ୍ଘମ୍ କୁହାଯାଉଥିବା ସୂର୍ଯ୍ୟା ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଛନ୍ତି। ଏହା ବ୍ୟତୀତ ଦିଶା ପାଟ୍‌ନୀଙ୍କୁ ମଧ୍ୟ ଏହି ଚଳଚ୍ଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

Bollywood Bobby Deol South Indian Films
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ