Advertisment

ଫିଲ୍ମ ତିଆରି ପାଇଁ ବାଜିରେ ଲଗେଇଦେଲେ ଜୀବନର ସବୁ ପୁଞ୍ଜି

ଭାରତୀୟ ସିନେମା ଇତିହାସରେ ପ୍ରଥମ ଚଳଚ୍ଚିତ୍ର 'ରାଜା ହରିଚନ୍ଦ୍ର' ତିଆରି କରି ଅମର ହୋଇଯାଇଛନ୍ତି ଦାଦାସାହେବ ଫାଲ୍‌କେ। ତାଙ୍କ ନାମ ଆଜି ଇଣ୍ଡଷ୍ଟ୍ରି ପାଇଁ ହୋଇଯାଇଛି ଏକ ସମ୍ମାନ। ତେବେ ଆପଣ ଜାଣନ୍ତି କି କେଉଁ ପରିସ୍ଥିତିରେ ଏହି ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା?

Dadasaheb Phalke, Father of Hindi Cinema

Dadasaheb Phalke, Father of Hindi Cinema

Advertisment

ଦାଦାସାହେବ ଫାଲ୍‌କେଙ୍କୁ ଭାରତୀୟ ସିନେମାର ପିତାମହ କୁହାଯାଏ। ଭାରତୀୟ ସିନେମାର ସବୁଠାରୁ ସମ୍ମାନଜନକ ପୁରସ୍କାର ତାଙ୍କ ନାମରେ ହିଁ ଦିଆଯାଏ। ଭାରତରେ ସିନେମା ଆରମ୍ଭ କରିଥିବା ପ୍ରଥମ ବ୍ୟକ୍ତି ଦାଦାସାହେବ ୩୦ ଏପ୍ରିଲ ୧୮୭୦ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଥିଲା ଧୁଣ୍ଡିରାଜ ଗୋବିନ୍ଦ ଫାଲ୍‌କେ। ସେ ଏକାଧାରରେ ଜଣେ ନିର୍ମାତା, ନିର୍ଦ୍ଦେଶକ, ସ୍କ୍ରିନ୍ ରାଇଟର୍ ଥିଲେ।

Advertisment

ଆଜି ଚଳଚ୍ଚିତ୍ର ନିର୍ମାଣ କରିବା ଅତି ସହଜ ହୋଇଯାଇଛି, କିନ୍ତୁ ଯେତେବେଳେ ଧୁଣ୍ଡିରାଜ ଏ ବିଷୟରେ ଚିନ୍ତା କଲେ, ସେତେବେଳେ ଆମ ଦେଶରେ ଚଳଚ୍ଚିତ୍ରର ଅସ୍ତିତ୍ୱ ହିଁ ନଥିଲା। ତାଙ୍କୁ ସମସ୍ତ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। କିନ୍ତୁ କୁହାଯାଏ ଯେ ଜିଦ୍‌ଖୋର ଓ ଉତ୍ସାହୀ ଲୋକ ହିଁ ଇତିହାସ ତିଆରି କରନ୍ତି, ଏବଂ ଦାଦାସାହେବ ଫାଲ୍‌କେ ହିଁ ଇତିହାସ ସୃଷ୍ଟି କରିଥିଲେ।

ଭାରତୀୟ ସିନେମା ଇତିହାସରେ ପ୍ରଥମ ଚଳଚ୍ଚିତ୍ର 'ରାଜା ହରିଚନ୍ଦ୍ର' ତିଆରି କରି ଅମର ହୋଇଯାଇଥିବା ଦାଦାସାହେବ ଫାଲ୍‌କେଙ୍କ ପ୍ରଥମ ଚଳଚ୍ଚିତ୍ର ନିର୍ମାଣର କଳ୍ପନା ଏତେ ସହଜ ନଥିଲା। ୧୯୧୩ରେ ପ୍ରଥମ ଫୁଲ୍ ଲେନ୍ଥ ଫିଚର ଫିଲ୍ମ ତିଆରି ହୋଇଥିଲା। ଏହି ଚଳଚ୍ଚିତ୍ର ନିର୍ମାଣ କରିବାର କଳ୍ପନା ୧୯୧୦ରେ ଆସିଥିଲା ଯେତେବେଳେ ଦାଦା ସାହେବ ବମ୍ବେର ଆମେରିକୀୟ ଇଣ୍ଡିଆନ୍ ପିକ୍ଚର୍ ପ୍ୟାଲେସ୍‌ରେ 'ଦ ଲାଇଫ୍ ଅଫ୍ କ୍ରାଏଷ୍ଟ୍' ଦେଖିବାକୁ ଯାଇଥିଲେ।

Advertisment

ଯେତେବେଳେ ଧୁଣ୍ଡିରାଜ ଗୋବିନ୍ଦ ଫାଲ୍‌କେ ଏହି ଚଳଚ୍ଚିତ୍ର ଦେଖିଲେ, ସେତେବେଳେ ସେ ଏତେ ଖୁସି ହୋଇଯାଇଥିଲେ ଯେ ସେ ଭାରତୀୟ ଧାର୍ମିକ ଚରିତ୍ରଗୁଡ଼ିକୁ ପରଦାରେ ଆଣିବା ପାଇଁ ନିଷ୍ପତ୍ତି ନେଇଥିଲେ। ନିଷ୍ପତ୍ତି ସିନା ନେଇଗଲେ କିନ୍ତୁ ସେତେବେଳେ ନା ଥିବା ଟେକ୍ନୋଲୋଜିର ସୁବିଧା ନା ଅନ୍ୟ କୌଣସି ସୁବିଧା।

କେବଳ ଏତିକି ନୁହେଁ, ଚଳଚ୍ଚିତ୍ର ନିର୍ମାଣ ବିଷୟରେ କୌଣସି ଜ୍ଞାନ ବି ଏଠି ନଥିଲା। ସେଥିପାଇଁ ଧୁଣ୍ଡିରାଜ ସେତେବେଳେ ଥିବା ଅନେକ ଚଳଚ୍ଚିତ୍ର ଦେଖିଥିଲେ। କୁହାଯାଏ ଯେ ସେ ପ୍ରତିଦିନ ୪ ରୁ ୫ ଘଣ୍ଟା ଧରି ଚଳଚ୍ଚିତ୍ର ଦେଖୁଥିଲେ ଏବଂ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଚେଷ୍ଟା କରୁଥିଲେ।

Advertisment

ପ୍ରଥମ ଫିଲ୍ମ ପାଇଁ ଲଗେଇଦେଲେ ସବୁ ପୁଞ୍ଜି:

ଯେକୌଣସି ପରିସ୍ଥିତିରେ ବି ସେ ଏକ ଭାରତୀୟ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଚାହୁଁଥିଲେ। କାହାଣୀ, ସ୍କ୍ରିପ୍ଟ ସବୁକିଛି ପ୍ରସ୍ତୁତ ହୋଇଗଲା। ବର୍ତ୍ତମାନ ଚଳଚ୍ଚିତ୍ର ନିର୍ମାଣ ପାଇଁ କିଛି ଉପକରଣର ଆବଶ୍ୟକ ଥିଲା ଯାହା ସେତେବେଳେ କେବଳ ଇଂଲଣ୍ଡରେ ମିଳୁଥିଲା। ତାଙ୍କୁ ସବୁକିଛି ଶୂନରୁ ହିଁ ଆରମ୍ଭ କରିବାର ଥିଲା। ଇଂଲଣ୍ଡ ଯାଇ ମେସିନ୍‌ ଆଣିବା ନେଇ ସେ ତାଙ୍କ ଜୀବନର ସବଉ ପୁଞ୍ଜିକୁ ବାଜିରେ ଲଗେଇଦେଲେ। ସେ ୩ ମାସର ଇଂଲଣ୍ଡ ଯାତ୍ରା ପରେ ଭାରତକୁ ଫେରିଲେ।

ନିଜେ ହୋଇଗଲେ ଲାଇଟ୍‌ମ୍ୟାନ୍-ଡ୍ରେସ୍ ଡିଜାଇନର୍:

ଏହା ପରେ ଧୁଣ୍ଡିରାଜ ଭାରତର ପ୍ରଥମ ଫିଚର ଫିଲ୍ମ 'ରାଜା ହରିଚନ୍ଦ୍ର' ତିଆରି କଲେ। ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ କ୍ୟାମେରା ମ୍ୟାନ୍ ମଧ୍ୟ ନିଜେ ଥିଲେ। ଖାଲି ଏତିକି ନୁହେଁ ସେ ନିଜେ ଲାଇଟ୍‌ମ୍ୟାନ୍, ଡ୍ରେସ୍ ଡିଜାଇନର୍, ଲେଖକ, ସ୍କ୍ରିପ୍ଟ ରାଇଟର୍ ଏବଂ ନିର୍ଦ୍ଦେଶକ-ନିର୍ମାତା ସବୁ ହୋଇଥିଲେ। ଭାରତର ପ୍ରଥମ ଚଳଚ୍ଚିତ୍ର ୩ ମେ ୧୯୧୩ରେ ମୁକ୍ତିଲାଭ କଲା।

ପୁରସ୍କାର ଘୋଷଣା:

୧୯୬୯ ମସିହାରେ ଭାରତ ସରକାର ଏହି ଚଳଚ୍ଚିତ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ଦାଦାସାହେବ ଫାଲ୍‌କେଙ୍କ ସମ୍ମାନାର୍ଥେ ପୁରସ୍କାର ଘୋଷଣା କରିଥିଲେ। ଆଜି ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯିଏ ଏହି ପୁରସ୍କାର ପାଏ ସେ ନିଜ ପାଇଁ ଗର୍ବ ଅନୁଭବ କରେ। ଏହି ପୁରସ୍କାର ପ୍ରଥମେ ଅଭିନେତ୍ରୀ ଦେବିକା ରାନୀ ଚୌଧୁରୀଙ୍କୁ ପ୍ରଦାନ କରାଯାଇଥିଲା।

Bollywood Dadasaheb Phalke Award First Film Of India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ