Advertisment

ଆଶ୍ଚର୍ଯ୍ୟ କଲା ବିପାଶାଙ୍କ ବେବି ବମ୍ପ୍‌ ଫଟୋ, ଲୋକେ କଲେ ଟ୍ରୋଲ୍

ସୋସିଆଲ୍ ମିଡିଆରେ ବିପାଶା ବସୁ ଏମିତି ଏକ ଫଟୋ ଶେୟାର କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ସେ ତାଙ୍କ ବେବି ବମ୍ପ୍‌ ଫଟୋ ଶେୟାର କରିଛନ୍ତି। ଏହା ଦେଖି ଲୋକେ ପ୍ରତିକ୍ରିୟା ଦେଇ କହିଛନ୍ତି ‘ପୋଷାକ ତ ପିନ୍ଧନ୍ତୁ’।

ଅଦ୍ୟତନ ହୋଇଛି
Bipasha Basu babybump photoshoot

Bipasha Basu babybump photoshoot

Advertisment

ବଲିଉଡ୍‌ ଅଭିନେତ୍ରୀ ବିପାଶା ବସୁ ଆଜିକାଲି ନିଜ ଗର୍ଭଧାରଣକୁ ଉପଭୋଗ କରୁଛନ୍ତି ଏବଂ ତାଙ୍କର ଶେଷ ତ୍ରୈମାସିକରେ ଅଛନ୍ତି। ଏହି ସମୟରେ, ସେ ବେବି ବମ୍ପ୍‌ ସହିତ ଏକ ଅତ୍ୟନ୍ତ ଗ୍ଲାମରସ୍ ଫଟୋସୁଟ୍ ମଧ୍ୟ କରିଛନ୍ତି। ଏଥିରେ ତାଙ୍କ ସ୍ୱାମୀ ଏବଂ ଅଭିନେତା କରଣ ସିଂହ ଗ୍ରୋଭର ବି ଅଛନ୍ତି। ସେ ସୋସିଆଲ୍ ମିଡିଆରେ ଦୁଇଟି ଫଟୋ ଶେୟାର କରିଛନ୍ତି ଏବଂ ଏହା ସହିତ ଏକ ଲମ୍ବା ନୋଟ୍ ଲେଖିଛନ୍ତି। ଏହି ନୋଟ୍‌ରେ ସେ ତାଙ୍କ ଖୁସିକୁ ପ୍ରକାଶ କରି ଖୁବ୍ ଶୀଘ୍ର ସେମାନେ ୨ରୁ ୩ ହେବାକୁ ଯାଉଛନ୍ତି ବୋଲି କହିଛନ୍ତି। ସେ ତାଙ୍କ ଜୀବନର ଏହି ନୂଆ ପର୍ଯ୍ୟାୟକୁ ନେଇ ବହୁତ ଉତ୍ସାହିତ ଅଛନ୍ତି।

Advertisment

ଫଟୋଗୁଡ଼ିକରେ, ଏହା ଦେଖିବାକୁ ମିଳେ ଯେ ବିପାଶା ବସୁ ଏକ ଓଭର ସାଇଜ୍ ସାର୍ଟ ପିନ୍ଧିଛନ୍ତି ଯେଉଁଥିରେ ଗୋଟିଏ ବଟନ୍ ଲଗାଯାଇଛି। ତାଙ୍କ ବେବି ବମ୍ପ ସ୍ପଷ୍ଟ ଦେଖାଯାଉଛି। ଫଟୋରେ ଦେଖାଯାଉଛି ଯେ ତାଙ୍କ ସ୍ୱାମୀ କରଣ ସିଂହ ଗ୍ରୋଭର ବେବି ବମ୍ପ୍‌ରେ ହାତ ରଖିଛନ୍ତି। ସେହିପରି ଅନ୍ୟ ଏକ ଫଟୋରେ କରଣ ବିପାଶାଙ୍କ ବେବି ବମ୍ପ୍‌କୁ ଚୁମ୍ବନ ଦେଉଥିବା ନଜର ଆସିଛନ୍ତି। ଏହି ସମୟରେ ବିପାଶାଙ୍କ ମୁହଁରେ ଏକ ଲମ୍ବା ହସ ଦେଖିବାକୁ ମିଳୁଛି।

ଏହି ଫଟୋଗୁଡିକ ଶେୟାର କରି ବିପାଶା ଏକ ସୁନ୍ଦର ଏବଂ ଲମ୍ବା ନୋଟ୍ ମଧ୍ୟ ଲେଖିଛନ୍ତି। ସେ ଲେଖିଛନ୍ତି, “ଏକ ନୂଆ ସମୟ, ଏକ ନୂଆ ପର୍ଯ୍ୟାୟ, ଏକ ନୂଆ ଆଲୋକ ଆମ ଜୀବନର ଦର୍ଶନରେ ଆଉ ଏକ ଅନନ୍ୟ ଛାୟା ଯୋଡୁଛି। ଆମକୁ ପୂର୍ବ ଅପେକ୍ଷା ଆଉ ଟିକିଏ ଅଧିକ ସମ୍ପୂର୍ଣ୍ଣ ହେବାକୁ ପଡିବ। ଆମେ ଏହି ଜୀବନକୁ ବ୍ୟକ୍ତିଗତ ଭାବରେ ଆରମ୍ଭ କରିଥିଲୁ ଏବଂ ତା’ପରେ ଆମେ ପରସ୍ପରକୁ ଭେଟିଥିଲୁ ଏବଂ ସେବେଠାରୁ ଆମେ ଦୁଇଜଣ ଥିଲୁ।”

Advertisment

ବିପାଶା ବସୁ ଆହୁରି ଲେଖିଛନ୍ତି, “ମାତ୍ର ୨ଜଣ ପାଇଁ ଏତେ ପ୍ରେମ, ଆମକୁ ଦେଖିବା ଟିକେ ଅନୁଚିତ ଲାଗୁଥିଲା… ଏତେ ଶୀଘ୍ର, ଆମେ ଥରେ ଦୁଇ ଜଣ ଥିଲୁ, ଏବେ ୩ ହୋଇଯିବୁ। ଆମର ପ୍ରେମରୁ ପ୍ରକାଶିତ ଏକ ସୃଷ୍ଟି, ଆମ ପିଲା ଶୀଘ୍ର ଆମ ସହିତ ଯୋଡିହେବ ଏବଂ ଆମ ଖୁସିରେ ଯୋଗଦେବ।” ଏହା ଲେହି ସେ ହସିବା ଏବଂ ହାର୍ଟ ଇମୋଜୀ ଶେୟାର କରିଛନ୍ତି।

ଖାଲି ସେତିକି ନୁହେଁ ବିପାଶା ଆହୁରି ଲେଖିଛନ୍ତି, “ଆପଣମାନଙ୍କ ନିସର୍ତ୍ତ ପ୍ରେମ, ଆପଣମାନଙ୍କ ପ୍ରାର୍ଥନା ଏବଂ ଶୁଭକାମନା ପାଇଁ ସମସ୍ତଙ୍କୁ ଧନ୍ୟବାଦ, ଯେମିତି ସେ ଅଛି ଏବଂ ସବୁଦିନ ଆମ ସହ ରହିବ। ଆମ ଜୀବନର ଏକ ଅଂଶ ହୋଇଥିବାରୁ ଏବଂ ଆମ ସହିତ ଆମର ଅନ୍ୟ ଏକ ସୁନ୍ଦର ଜୀବନକୁ ପ୍ରକାଶ କରିଥିବାରୁ ଧନ୍ୟବାଦ। ଦୁର୍ଗା ଦୁର୍ଗା।" ପ୍ରକାଶଥାଉ ଯେ ବିପାଶା-କରଣଙ୍କ ଏହି ଫଟୋସୁଟ୍‌ ଫଟୋଗ୍ରାଫର୍‌ ପ୍ରସାଦ ନାୟକଙ୍କ ଦ୍ୱାରା କରାଯାଇଛି।

Advertisment

ବିପାଶା ବସୁଙ୍କ ଏହି ପୋଷ୍ଟ୍‌ରେ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟିମାନେ ମନ୍ତବ୍ୟ ଦେଉଛନ୍ତି। ମଲାଇକା ଅରୋରା, ରୁବିନା ଦିଲୈକ, ନୀଲମ କୋଠାରୀ, ସୋଫି ଚୌଧୁରୀ, ଆରତୀ ସିଂହଙ୍କ ଭଳି ତାରକାଙ୍କ ମନ୍ତବ୍ୟ ଏହି ପୋଷ୍ଟରେ ଆସିଛି। ଏହି ପୋଷ୍ଟ୍‌କୁ ଏପର୍ଯ୍ୟନ୍ତ ୩ ଲକ୍ଷରୁ ଅଧିକ ଲାଇକ୍ ମଧ୍ୟ ମିଳିଛି।

ଗୋଟିଏ ପଟେ କିଛି ଲୋକ ଅଭିନେତ୍ରୀଙ୍କ ଏହି ଫଟୋସୁଟ୍‌କୁ ଖୁବ୍‌ ପସନ୍ଦ କରୁଥିବା ବେଳେ ଆଉ କିଛି ଲୋକ ବିପାଶାଙ୍କ ପୋଷାକକୁ ପସନ୍ଦ କରୁ ନାହାନ୍ତି। ଏହି ପୋଷ୍ଟ୍‌ରେ ମନ୍ତବ୍ୟ ଦେଇ ଜଣେ ଲେଖିଛନ୍ତି, ' ଏ କ’ଣ ପକେଇଦେଲେ ମାଡମ୍‌'। ସେହିପରି ଆଉ ଜଣେ ଲେଖିଛନ୍ତି, 'ପୋଷାକ ତ ପିନ୍ଧନ୍ତୁ'।

Bollywood Karan Singh Grover Bipasha Basu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ