Advertisment

ଖୁବ ଶୀଘ୍ର ବିପାଶା-କରଣଙ୍କ ଘରେ ଶୁଣିବାକୁ ମିଳିବ କୁଆଁ କୁଆଁ ଡାକ

ବିପାଶା-କରଣଙ୍କ ଦାମ୍ପତ୍ୟ ଜୀବନକୁ ପୂରି ଗଲାଣି ୬ ବର୍ଷ। ଏଯାଏ ଉଭୟ ହୋଇ ନାହାନ୍ତି ବାପା-ମାଆ। ଖୁବ୍ ଶୀଘ୍ର ତାଙ୍କ ଘରେ କୁନି ଅତିଥିଙ୍କ ଆଗମନ ବିଷୟରେ ଶୁଣିବାକୁ ମିଳିଛି।

ଅଦ୍ୟତନ ହୋଇଛି
Bipasha Basu and Karan Singh Grover expecting their first baby

Bipasha Basu and Karan Singh Grover expecting their first baby

Advertisment

ବିପାଶା ବସୁ ଓ କରଣ ସିଂହ ଗ୍ରୋଭର ଫିଲ୍ମ ସେଟ୍‌ରେ ସାକ୍ଷାତ ହେଲା ପରେ ସେମାନଙ୍କ ସଂପର୍କ କେତେବେଳେ ପ୍ରେମରେ ପରିଣତ ହୋଇଗଲା ତାହା କାହାରିକୁ ଜଣା ନଥିଲା। କିଛି ଦିନ ପରସ୍ପରଙ୍କୁ ଡେଟିଂ କରିବା ପରେ ଦୁହେଁ ବିବାହ କରିଥିଲେ। ବଲିଉଡ୍‌ର ସବୁଠାରୁ ପ୍ରିୟ ଦମ୍ପତି କରଣ-ବିପାଶା ବାପା-ମାଆ ହେବାର ଖବର ଅନେକ ଥର ଆସିଥିଲେ ମଧ୍ୟ ଦୁହେଁ ଏହାକୁ ଅସ୍ୱୀକାର କରିଥିଲେ। କିନ୍ତୁ ବର୍ତ୍ତମାନ ଜାଣିବାକୁ ମିଳିଛି ଯେ ଖୁବ୍ ଶୀଘ୍ର ଏକ କୁନି ଅତିଥି ସେମାନଙ୍କ ଘରକୁ ଆସିବେ। ତେବେ ଏହି ଖବରକୁ ନେଇ ଏପର୍ଯ୍ୟନ୍ତ ଦମ୍ପତିଙ୍କ କୌଣସି ପ୍ରତିକ୍ରିୟା ଆସି ନାହିଁ।

Advertisment

ଖବର ଅନୁଯାୟୀ ବିପାଶା ବସୁ ଓ କରଣ ସିଂହ ଗ୍ରୋଭର ପ୍ରଥମ ସନ୍ତାନର ଆଗମନ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ଦମ୍ପତି ଖୁବ୍ ଶୀଘ୍ର ସେମାନଙ୍କର ପ୍ରଥମ ସନ୍ତାନ ବିଷୟରେ ଘୋଷଣା କରିବେ। ସେମାନଙ୍କ ନିକଟତମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉଭୟ ବାପାମାଆ ହେବା ପାଇଁ ବହୁତ ଖୁସି ଏବଂ ଉତ୍ସାହିତ ଅଛନ୍ତି। ବିବାହର ୬ ବର୍ଷ ପରେ ବିପାଶା ମାଆ ହେବାକୁ ଯାଉଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ବିପାଶା ଏବଂ କରଣଙ୍କ ମୁହଁରୁ ଏହି ଭଲ ଖବର ଶୁଣିବାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

ଏପ୍ରିଲ୍ ୨୦୧୬ରେ ବିବାହ କରିଥିବା ଏହି ଦମ୍ପତି ଖୁସିରେ ୬ ବର୍ଷର ଦାମ୍ପତ୍ୟ ଜୀବନ ସମାପ୍ତ କରିଛନ୍ତି। ବିବାହ ବାର୍ଷିକୀରେ ବିପାଶା ବସୁ କରଣ ସିଂହ ଗ୍ରୋଭରଙ୍କ ପ୍ରତି ସୋସିଆଲ ମିଡିଆରେ ଏକ ସୁନ୍ଦର ନୋଟ୍ ଲେଖି ନିଜର ପ୍ରେମ ପ୍ରକାଶ କରିଥିଲେ।

Advertisment

ବିପାଶା ଲେଖିଥିଲେ ଯେ ମୋ ଚେହେରା ଓ ଆଖିରେ ସୁଖର କାରଣ ହେଉଛ ତୁମେ। ଯେଉଁ ଦିନ ଠାରୁ ମୁଁ ତୁମକୁ ଭେଟିଲି, ସେହିଦିନ ଠାରୁ ପ୍ରେମ ଦିନକୁ ଦିନ ବଢିବାରେ ଲାଗିଛି। ମୁଁ ତୁମକୁ ବହୁତ ଭଲ ପାଏ ଏବଂ ସବୁବେଳେ ଭଲି ପାଇବି।” କରଣ ମଧ୍ୟ ବିବାହର ୬ ବର୍ଷ ପୂରଣ ହୋଇଥିବାରୁ ତାଙ୍କ ପ୍ରିୟ ପତ୍ନୀଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଉଭୟ ବିପାଶା ବସୁ ଏବଂ କରଣ ସିଂହ ଗ୍ରୋଭରଙ୍କୁ ଦୀର୍ଘ ଦିନ ଧରି ପରଦାରେ ଦେଖିବାକୁ ମିଳିନି। କରଣଙ୍କୁ ଶେଷ ଥର ପାଇଁ ଟିଭି ସିରିଏଲ 'କୁବୁଲ ୨.୦ରେ ଦେଖିବାକୁ ମିଳିଥିବା ବେଳେ ବିପାଶା ଫିଲ୍ମ 'ଡେଞ୍ଜର୍‌'ରେ ନଜର ଆସିଥିଲେ।

Advertisment
Bollywood Karan Singh Grover Bipasha Basu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ