Advertisment

ସୌରଭ ଗାଙ୍ଗୁଲିଙ୍କ ଉପରେ ହେବ ବାୟୋପିକ୍ : ରଣବୀର ହେବେ ଗାଙ୍ଗୁଲି!

କ୍ରିକେଟର ସୌରଭ ଗାଙ୍ଗୁଲି ନିଜ ଜୀବନରେ ବାୟୋପିକ୍ ତିଆରି ପାଇଁ ସବୁଜ ସଙ୍କେତ ଦେଇଛନ୍ତି। ଏହି ଚଳଚ୍ଚିତ୍ର ଭାୟାକମ୍ ବ୍ୟାନରରେ ନିର୍ମିତ ହେବ। ତେବେ ରଣବୀର କପୁର ସୌରଭ ଗାଙ୍ଗୁଲିଙ୍କ ଭୂମିକାରେ ଅଭିନୟ କରିବା ନେଇ ସୂଚନା ରହିଛି।

ସୌରଭ ଗାଙ୍ଗୁଲିଙ୍କ ଉପରେ ହେବ ବାୟୋପିକ୍ : ରଣବୀର ହେବେ ଗାଙ୍ଗୁଲି!

Saurav Ganguly

Advertisment

ମୁମ୍ବାଇ : ବଲିଉଡରେ ଆଜିକାଲି ବାୟୋପିକ୍ ଚଳଚ୍ଚିତ୍ର ଭଲଭାବେ ଚାଲିଛି। ବିଶେଷକରି ଯଦି ଫିଲ୍ମ କ୍ରିକେଟର ଉପରେ ଥାଏ, ତେବେ କଚେ ପୁଅ ବାର। ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଏବଂ ସଚିନ ତେନ୍ଦୁଲକରଙ୍କ ଜୀବନରେ ନିର୍ମିତ ଚଳଚ୍ଚିତ୍ର ସୁପରହିଟ୍ ହୋଇଛି। କପିଲ ଦେବ, ମିତାଲି ରାଜଙ୍କ ନାମ ସମେତ ଆଗାମୀ ଦିନରେ ଆହୁରି ଅନେକ କ୍ରିକେଟର୍‌ଙ୍କ ଉପରେ ବାୟୋପିକ୍ ମୁକ୍ତିଲାଭ କରିବାକୁ ପ୍ରସ୍ତୁତି ଚାଲିଛି। ଏହି ପର୍ଯ୍ୟାୟରେ, ଟିମ୍ ଇଣ୍ଡିଆର ଅନ୍ୟତମ ସଫଳ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଜୀବନୀ ଉପରେ ବାୟୋପିକ୍‌କୁ ସବୁଜ ସଂକେତ ମିଳିଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ କ୍ରିକେଟର ସୌରଭ ଗାଙ୍ଗୁଲି ନିଜ ଜୀବନରେ ବାୟୋପିକ୍ ତିଆରି ପାଇଁ ସବୁଜ ସଙ୍କେତ ଦେଇଛନ୍ତି। ଏହି ଚଳଚ୍ଚିତ୍ର ଭାୟାକମ୍ ବ୍ୟାନରରେ ନିର୍ମିତ ହେବ। ତେବେ ଏଥିରେ ସୌରଭ ଗାଙ୍ଗୁଲିଙ୍କ ଭୂମିକାରେ କିଏ ଅଭିନୟ କରିବେ ସେ ସମ୍ପର୍କରେ ସୂଚନା ଏପର୍ଯ୍ୟନ୍ତ ନିର୍ଦ୍ଧିଷ୍ଟ ଭାବେ ଦିଆଯାଇ ନାହିଁ। କିନ୍ତୁ ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ରଣବୀର କପୁର ସୌରଭ ଗାଙ୍ଗୁଲିଙ୍କ ଭୂମିକାରେ ଅଭିନୟ କରିବା ନେଇ ଦେଖିବାକୁ ମିଳିବ। ଏହା ପୂର୍ବରୁ ଏକ ସାକ୍ଷାତକାରରେ ଦାଦା କହିଥିଲେ ଯେ ହ୍ରିତିକ ରୋଶନ ତାଙ୍କର ପ୍ରିୟ ଅଭିନେତା, ଏହାକୁ ନେଇ ହ୍ରିତିକ ତାଙ୍କ ଚରିତ୍ରରେ ଅଭିନୟ କରିପାରନ୍ତି ବୋଲି କଳ୍ପନାଜଳ୍ପନା କରାଯାଇଥିଲା।

Advertisment

ଏହି ବିଷୟରେ ସୌରଭ ଗାଙ୍ଗୁଲି ଏକ ସାକ୍ଷାତକାରରେ କହିଛନ୍ତି, "ହଁ, ମୁଁ ବାୟୋପିକ୍ ପାଇଁ ମୋର ସବୁଜ ସଂକେତ ଦେଇଛି। ଏହା ହିନ୍ଦୀରେ ତିଆରି ହେବ, କିନ୍ତୁ ବର୍ତ୍ତମାନ ସୁଦ୍ଧା ନିର୍ଦ୍ଦେଶକଙ୍କ ନାମ କହିବା ସମ୍ଭବ ନୁହେଁ। ସବୁକିଛି ସମାଧାନ କରିବାକୁ ଆଉ କିଛି ଦିନ ଲାଗିବ।" ତେବେ ସ୍କ୍ରିପ୍ଟ ଲେଖାଯାଉଛି ବୋଲି ବିଶେଷ ସୂତ୍ରରୁ ପ୍ରକାଶ। ପ୍ରଡକ୍ସନ୍ ହାଉସରେ ସୌରଭ ଗାଙ୍ଗୁଲିଙ୍କ ସହ ଅନେକ ବୈଠକ ହୋଇଛି। ତାଙ୍କର ବାୟୋପିକ୍ ତିଆରି ହେବ, ଏହା ଚୂଡାନ୍ତ ହୋଇଛି, କିନ୍ତୁ ଗାଙ୍ଗୁଲି ଭୂମିକାରେ କିଏ ଅଭିନୟ କରିବେ? ଏହା ଉପରେ ଆଲୋଚନା ଚାଲିଛି। ସୂଚନାନୁସାରେ, ଅଭିନେତାଙ୍କ ନାମ ପ୍ରାୟ ଚୂଡାନ୍ତ ଅଟେ। ରଣବୀର କପୁର ହେଉଛନ୍ତି ସୌରଭଙ୍କ ଭୂମିକାରେ 'ହଟ ଚୟସ୍'। ଦାଦା ନିଜେ ରଣବୀରଙ୍କ ନାମ ନେଇଛନ୍ତି। ତେବେ ଏହି ତାଲିକାରେ ଆଉ ଦୁଇଜଣ କଳାକାର ମଧ୍ୟ ଅଛନ୍ତି।

ନିକଟ ଅତୀତରେ, ବଲିଉଡରେ କ୍ରୀଡା ଏବଂ କ୍ରୀଡ଼ାବିତ୍‌ମାନଙ୍କ ଉପରେ ବାୟୋପିକ୍ ତିଆରି କରିବାର ଧାରା ତୀବ୍ର ହୋଇଛି। ଏମ୍‌ଏସ୍‌ ଧୋନି, ମହମ୍ମଦ ଅଜହରୁଦ୍ଦିନ, ମିଲଖା ସିଂ, ମେରିକମ୍‌ ଏବଂ ସନ୍ଦୀପ ସିଂଙ୍କ ଉପରେ ବାୟୋପିକ୍ସ ପ୍ରସ୍ତୁତ କରାଯାଇଛି। ନିକଟରେ ସାଇନା ନେହୱାଲ, ୧୯୮୩ ବିଶ୍ୱକପ୍‌ ଜିତିଥିବା ଭାରତୀୟ ଦଳ ଉପରେ ମଧ୍ୟ ବାୟୋପିକ୍ ହୋଇଛି। ଏଭଳି ପରିସ୍ଥିତିରେ ସୌରଭ ଗାଙ୍ଗୁଲିଙ୍କ କ୍ୟାରିଅରରେ ନିର୍ମିତ ଏକ ଚଳଚ୍ଚିତ୍ର ମଧ୍ୟ ଦର୍ଶକଙ୍କୁ ଆକର୍ଷିତ କରିପାରିବ।

Advertisment
Bollywood Actor Bollywood Ranbir Kapoor Saurav Ganguly
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ