Advertisment

ହସ୍ପିଟାଲ୍‌ରେ ବିଗ୍‌ ବସ୍‌ ଫେମ୍‌ ଅଭିନେତ୍ରୀ ଅର୍ଶୀ ଖାନ୍

‘ବିଗ୍ ବସ୍ ସିଜନ୍‌ ୧୪’ରେ ଚର୍ଚ୍ଚାରେ ଥିବା ଅଭିନେତ୍ରୀ ଅର୍ଶୀ ଖାନ୍‌ ଦୁର୍ଘଟଣାର ଶିକାର ହୋଇଛନ୍ତି। ଦିଲ୍ଲୀର ମାଲଭିୟା ନଗରରେ ତାଙ୍କର ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Bigg Boss Fame Arshi Khan

Bigg Boss Fame Arshi Khan

Advertisment

ନୂଆଦିଲ୍ଲୀ: ଟିଭିର ସବୁଠୁ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍ ବସ୍ ସିଜନ୍‌ ୧୪’ରେ ଚର୍ଚ୍ଚାରେ ଥିବା ଅଭିନେତ୍ରୀ ଅର୍ଶୀ ଖାନ୍‌ ଦୁର୍ଘଟଣାର ଶିକାର ହୋଇଛନ୍ତି। ମର୍ସିଡିଜ୍‌ କାର୍‌ରେ ଯାଉଥିବା ବେଳେ ଦିଲ୍ଲୀର ମାଲଭିୟା ନଗରରେ ସେ ଦୁର୍ଘଟଣାର ଶିକାର ହୋଇଥିବା ସୂଚନା ମିଳିଛି। ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

Advertisment

ଏକ ବଡ଼ ଧରଣର ଦୁର୍ଘଟଣାରୁ ଅର୍ଶୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ଦୁର୍ଘଟଣା ସମୟରେ ଅର୍ଶୀଙ୍କ ସହ ତାଙ୍କ ଆସିଷ୍ଟାଣ୍ଟ୍‌ ରେଖା ମଧ୍ୟ ଥିଲେ। ଅର୍ଶୀଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହେବାପରେ ଏୟାରବ୍ୟାଗ୍‌ ଖୋଲି ଯାଇଥିଲା। ଫଳରେ ଗମ୍ଭୀର ଭାବେ ସେ ଆହତ ହୋଇନଥିଲେ। ହେଲେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ବିପଦମୁକ୍ତ ଥିବା ସୂଚନା ମିଳିଛି। ତେବେ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। 

ଅର୍ଶୀ ଦୁର୍ଘଟଣାର ଶିକାର ହୋଇଥିବା ଖବର ଜଣାପଡ଼ିବା ପରେ ଫ୍ୟାନ୍ସମାନେ ତାଙ୍କର ଆରୋଗ୍ୟ କାମନା କରିଛନ୍ତି। ବିଗ୍ ବସ୍ ଆସିବା ପରେ ଅର୍ଶୀ ଆହୁରି ଲୋକପ୍ରିୟ ହୋଇଯାଇଥିଲେ। ଏହି ଶୋ’ ପରେ ଅନେକ ପ୍ରୋଜେକ୍ଟରେ କାମ କରିବା ପାଇଁ ତାଙ୍କ ପାଖକୁ ଅଫର ଆସିଥିବା ସୂଚନା ମିଳିଛି।

Advertisment


 
 
 
 
 
 
 
 
 
 
 
 
 
 

A post shared by ARSHI KHAN AK (@arshikofficial)


 
 
 
 
 
 
 
 
 
 
 
 
 
 

A post shared by ARSHI KHAN AK (@arshikofficial)

ବିଗ୍‌ ବିସ୍‌ ୧୧ରେ ପ୍ରତିଯୋଗୀ ଭାବେ ଯୋଗ ଦେଇ ଅଭିନେତ୍ରୀ ଅର୍ଶୀ ଖାନ୍‌ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ। ସେହି ସମୟରେ ଶୋ’ର ରନର୍‌ ଅପ୍‌ ବିକାଶ ଗୁପ୍ତା ଓ ଶିଳ୍ପା ସିନ୍ଧେଙ୍କ ସହ ତାଙ୍କର ଫେଣ୍ଡ୍‌ଶିପ୍‌କୁ ନେଇ ବେଶ୍‌ ଚର୍ଚ୍ଚାରେ ଥିଲେ ଅର୍ଶୀ। ଶୋ’ରେ ଦୀର୍ଘ ଦିନ ରହିବା ପରେ ୮୩ ଦିନ ପରେ ସେ ଏଭିକ୍ଟ ହୋଇଥିଲେ। ଏହାପରେ ସେ ବିଗ୍‌ ବିସ୍‌ ୧୪ରେ ଏକ ଚ୍ୟାଲେଞ୍ଜର ପ୍ରତିଯୋଗୀ ଭାବେ ନଜର ଆସିଥିଲେ। 

Advertisment

ଅଭିନେତ୍ରୀ ଅର୍ଶୀ ଖାନ୍‌ ‘Vish’, ‘Savitri Devi College & Hospital’, ‘Ishq Mein Marjawan’ ଭଳି ଅନେକ ଶୋ’ରେ ଅଭିନୟ କରିଛନ୍ତି। ଏହାସହ ସେ ଫିଲ୍ମ ‘The Last Emperor’ରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। 

Arshi Khan Big Boss Arshi Khan Accident Actress Arshi Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ