Advertisment

'ବିଗ୍ ବସ୍ ୧୬'ରେ ନଜର ଆସିବେ ଚର୍ଚ୍ଚିତ ଅଭିନେତ୍ରୀ ପ୍ରକୃତି ମିଶ୍ର

ଖୁବ ଶୀଘ୍ର ସଲମାନ ଖାନଙ୍କ ସୋ ‘ବିଗ୍ ବସ୍ ୧୬’ ଆରମ୍ଭ ହେବାକୁ ଯାଉଛି। ବିଗ୍‌ ବସ୍‌ ଘରେ ଦେଖିବାକୁ ମିଳିବ ଚର୍ଚ୍ଚିତ ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ।

ଅଦ୍ୟତନ ହୋଇଛି
 Big boss 16 national award winning prakruti mishra

Big boss 16 national award winning prakruti mishra

Advertisment

ଟିଭିର ରିଆଲିଟି ଶୋ 'ବିଗ୍ ବସ୍ ୧୬' ଲଗାତର ଭାବେ ଚର୍ଚ୍ଚାରେ ରହିଛି। ଏକ ରିପୋର୍ଟରୁ ଜଣାପଡିଛି ଯେ ଅଭିନେତ୍ରୀ ପ୍ରକୃତି ମିଶ୍ର ଏହି ସୋ’ରେ ପ୍ରବେଶ କରିବାକୁ ଯାଉଛନ୍ତି। ସୋସିଆଲ୍ ମିଡିଆରେ ପ୍ରକୃତି ସବୁବେଳେ ସକ୍ରିୟ ଥିବା ବେଳେ ଅନେକ ପୋଷ୍ଟ୍‌ କରନ୍ତି। ତାଙ୍କର ଅନେକ ପୋଷ୍ଟ୍ ବିବାଦରେ ରହୁଥିଲେ ବି ଅନେକ ଏହାକୁ ପସନ୍ଦ ମଧ୍ୟ କରନ୍ତି।

Advertisment

ନିକଟରେ ଓଡିଆ ଅଭିନେତା ବାବୁସାନଙ୍କ ସହ ସଂପର୍କକୁ ନେଇ ପ୍ରକୃତି ଚର୍ଚ୍ଚାକୁ ଆସିଥିଲେ। ଏହି ଘଟଣାକୁ ନେଇ ବିବାଦ ଏବେ ସୁଦ୍ଧା ଥମି ନଥିବା ବେଳେ 'ବିଗ୍ ବସ୍ ୧୬' କୁ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି।

ପ୍ରକାଶଥାଉକି ପ୍ରକୃତି ମିଶ୍ର ଓଡିଆ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ଝିଅ । ତାଙ୍କ ମା’ ଗଣମାଧ୍ୟମରେ କାମ କରନ୍ତି। ସେ ତାଙ୍କ ପ୍ରାଥମିକ ପାଠପଢା ଭୁବନେଶ୍ୱରରେ କରିଥିଲେ। ପରେ ସେ ମୁମ୍ବାଇ ଯାଇ ଏଠାରୁ ସ୍ନାତକ କରିଥିଲେ। ପ୍ରକୃତି ମିଶ୍ର ମଧ୍ୟ ଓଡ଼ିଶୀ ନୃତ୍ୟରେ ମାହିର। ସେ ଜଣାଶୁଣା ନୃତ୍ୟଶିଳ୍ପୀ ତଥା ଗୁରୁ ଗଙ୍ଗାଧର ପ୍ରଧାନଙ୍କଠାରୁ ଓଡ଼ିଶୀ ନୃତ୍ୟ ପ୍ରଶିକ୍ଷଣ ନେଇଛନ୍ତି।

Advertisment

ପ୍ରକୃତି ଜଣେ ଶିଶୁ କଳାକାର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ତାଙ୍କୁ ଯେତେବେଳେ ମାତ୍ର ୫ ବର୍ଷ ହୋଇଥିଲା ସେ କ୍ୟାମେରାର ସମ୍ମୁଖୀନ ହୋଇଥିଲେ। ପ୍ରଥମ ଥର ପାଇଁ କୁନି ପ୍ରକୃତି ଫିଲ୍ମ ‘ସାବତ ମା’ ଓ ‘ସୁନା ପଞ୍ଜୁରୀରେ’ ଅଭିନୟ କରିଥିଲେ। ଏହା ପରେ ସେ ଅନେକ ଟିଭି ସୋ ଏବଂ ଫିଲ୍ମରେ କାମ କରିଛନ୍ତି।

ସେ ଶ୍ରେଷ୍ଠ ଶିଶୁ କଳାକାର ଓ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ସେ ଥୁକୁଲ ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭାବରେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ। ତାଙ୍କୁ ସ୍ୱତନ୍ତ୍ର ଚଳଚ୍ଚିତ୍ର ବର୍ଗରେ ଜାତୀୟ ଫିଲ୍ମ ପୁରସ୍କାର ମଧ୍ୟ ମିଳିଛି।

Advertisment

ପ୍ରକୃତି ମିଶ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଟେଲିଭିଜନ ସୋ’ରେ କାମ କରିଛନ୍ତି। ସେ ୨୦୧୪ରେ ଜି ଟିଭିର ‘ଇଣ୍ଡିଆ ବେଷ୍ଟ୍‌ ସିନେଷ୍ଟାର କି ଖୋଜ’ରେ କାମ କରିଛନ୍ତି। ଏହା ପରେ ସେ ‘ଲାଲ୍‌ ଇଶ୍କ’ ସିରିଏଲରେ ଅଭିନୟ କରିଥିଲେ ଏବଂ ‘ଏସ୍ ଅଫ୍ ସ୍ପେସ୍ ୨’ ରେ ମଧ୍ୟ ଅଭିନୟ କରିଛନ୍ତି। କିଛି ଅଣସଂରକ୍ଷିତ ଆକଳନ ଅନୁଯାୟୀ ତାଙ୍କ ସମ୍ପତ୍ତି ମୂଲ୍ୟ ୪-୫ କୋଟି ଟଙ୍କା।

ଗତ ଜୁଲାଇ ୨୩ ତାରିଖ ସକାଳେ ଅଭିନେତା ବାବୁସାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଏକାଠି ପାଇ ହଙ୍ଗାମା ମଚାଇଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ। ବାବୁଶାନ-ପ୍ରକୃତିଙ୍କ ସହ ଝଗଡ଼ା କରିବା ସହ ମାଡ଼ ବି ମାରିଥିବା ଅଭିଯୋଗ ହୋଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ, ବାବୁସାନ୍‌ଙ୍କ ସହ ବସିଥିବା ଗାଡ଼ିରୁ ଓହ୍ଲାଇ ଖସିଯିବାକୁ ଚେଷ୍ଟା କରିଥିଲେ ପ୍ରକୃତି। ଯାହାର ଭିଡ଼ିଓ ଭାଇରାଲ୍ ହୋଇଥିଲା। ଏହି ମାମଲା ଏବେ କୋର୍ଟରେ ବିଚାରାଧୀନ ଅଛି। ପ୍ରକୃତି ମଧ୍ୟ ବାବୁସାନଙ୍କ ପତ୍ନୀଙ୍କ ଉପରେ ମାନହାନି କେସ୍ କରିଛନ୍ତି।

Salman Khan Bigg Boss 16 Actress Prakruti Mishra Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ