Advertisment

ଦର୍ଶକଙ୍କୁ ପସନ୍ଦ ଆସିବ କି 'ଭୁଲ୍ ଭୁଲୈୟା ୨'

ରିଲିଜ୍ ହୋଇସାରିଛି 'ଭୁଲ୍ ଭୁଲୈୟା ୨'। କାର୍ତ୍ତିକ ଆର୍ଯ୍ୟାନଙ୍କ ସମେତ କିୟାରା ଆଭଭାନୀ ଓ ତବୁଙ୍କ ଚମତ୍କାର ଅଭିନୟ ଦେଖିବାକୁ ମିଳିଛି। ତେବେ ଏହାର ପ୍ରଥମ ଭାଗ ସିନେ ପ୍ରେମୀଙ୍କୁ ଯେତିକି ଛୁଇଁଥିଲା ଏହା ସେଭଳି କରିପାରିବ ନାହିଁ ବୋଲି ଅନୁମାନ କରାଯାଉଛି।

Bhool Bhulaiyaa-2 movie review

Bhool Bhulaiyaa-2 movie review

Advertisment

'ଭୁଲ୍ ଭୁଲୈୟା'ର ପ୍ରଥମ ଭାଗ ୨୦୦୭ରେ ମୁକ୍ତିଲାଭ କରିଥିଲା। ହରର ଓ କମେଡୀର କକ୍‌ଟେଲ୍‌ ସହିତ ଫିଲ୍ମର ଡାଏଲଗ୍ ଦର୍ଶକଙ୍କ ହୃଦୟ ଓ ମନକୁ ଛୁଇଁ ଯାଇଥିଲା। ଏହି ଫିଲ୍ମରେ ଅକ୍ଷୟ କୁମାର, ବିଦ୍ୟା ବାଲାନ, ଅମିଶା ପଟେଲ ଏବଂ ଶାଇନୀ ଆହୁଜା ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶିତ 'ଭୁଲ୍ ଭୁଲୈୟା' ମୋହନଲାଲ ଏବଂ ଶୋଭନାଙ୍କର ମଲୟାଲମ୍ ଫିଲ୍ମ ‘ମଣିଚିତ୍ରାଜୁ’ର ରିମେକ୍ ଥିଲା।

Advertisment

୨୦୦୭ ରେ ଏହା ଏକ ପରୀକ୍ଷଣ କାହାଣୀ ଥିଲା। କିନ୍ତୁ ଏଥର 'ଭୁଲ୍ ଭୁଲୈୟା ୨'ରେ କିଛି ନୂଆ ସୃଷ୍ଟି କରିବାକୁ ଚେଷ୍ଟା କରାଯାଇଛି ଯାହାକୁ ଦେଖିବାକୁ ଖୁବ୍ ମଜା ଲାଗିବ। କାର୍ତ୍ତିକ ଆର୍ଯ୍ୟନ୍ ଏବଂ ତବୁ ଫିଲ୍ମକୁ ବହୁ ଉଚ୍ଚାକୁ ନେବାକୁ ଚେଷ୍ଟା କରିଛନ୍ତି।

'ଭୁଲ୍ ଭୁଲୈୟା ୨'ର କାହାଣୀ:

କାର୍ତ୍ତିକ ଆର୍ଯ୍ୟନ୍ ଏବଂ କିୟାରା ଆଡଭାନି ପରସ୍ପରଙ୍କୁ ଭେଟନ୍ତି ଏବଂ ଘନିଷ୍ଠ ବନ୍ଧୁରେ ପରିବର୍ତ୍ତନ ହୋଇଯାଆନ୍ତି। କାର୍ତ୍ତିକଙ୍କର ଗୋଟିଏ କଥା ହିଁ ଫିଲ୍ମର ଦିଗକୁ ବଦଳାଇଦିଏ ଏବଂ ତାଙ୍କ ଉପରେ ଏକ ଭିନ୍ନ ପ୍ରକାରର ବିଶ୍ୱାସ ତିଆରି ହୋଇଯାଏ। ତା’ପରେ ଦୁହେଁ ଏପରି ଏକ ମହଲରେ ପହଞ୍ଚନ୍ତି ଯେଉଁଠାରେ ମଞ୍ଜୁଲିକା ବନ୍ଦୀହୋଇ ରହିଥାଏ। ଯେତେବେଳେ ମଞ୍ଜୁଲିକା ମୁକ୍ତ ହୋଇଯାଏ ସେତେବେଳେ ହରର ଓ କମେଡୀର ବାତାବରଣ ଖେଳିଯାଏ। ଏହି ସମସ୍ୟାରୁ ବାହାରିବା ପାଇଁ ରୁହ ବାବାଙ୍କ ଆବିର୍ଭାବ ହୁଏ।

Advertisment

'ଭୁଲ୍ ଭୁଲୈୟା ୨' ରେ ଅଭିନୟ:

କାର୍ତ୍ତିକ ଆର୍ଯ୍ୟନ୍ ଏପରି ଜଣେ ଅଭିନେତା ଯିଏ ତାଙ୍କ ଅଭିନୟ ଯୋଗୁଁ ହିଁ ବଲିଉଡ୍‌ରେ ନିଜର ଏକ ପରିଚୟ ତିଆରି କରିଛନ୍ତି। 'ଭୁଲ୍ ଭୁଲୈୟା ୨' ରେ ସେ ତାଙ୍କ ଚରିତ୍ରକୁ ଦକ୍ଷତାର ସହିତ କରିଛନ୍ତି। ସେ ଚରିତ୍ରରେ ସଂପୂର୍ଣ୍ଣ ଭାବେ ପଶିଛନ୍ତି, ଏବଂ ତାଙ୍କର କମେଡି ପଞ୍ଚ୍ ଓ ଡାଇଲଗ୍ ଡେଲିଭରି ବହୁତ ଚମତ୍କାର ହୋଇଛି। ସେହିପରି କିଆରା ଆଡଭାନୀ ମଧ୍ୟ ତାଙ୍କୁ ଭଲ ସମର୍ଥନ ଦେଇଛନ୍ତି। କିନ୍ତୁ ଫିଲ୍ମର ସରପ୍ରାଇଜ୍ ପ୍ୟାକେଜ୍ ହେଉଛନ୍ତି ତବୁ। ତବୁ ଜଣେ ପୋଖତ ଅଭିନେତ୍ରୀ ହୋଇଥିବା ବେଳେ ସେ ମଧ୍ୟ ଫିଲ୍ମରେ ତାଙ୍କ ଚରିତ୍ରକୁ ଉଚିତ ନ୍ୟାୟ ଦେବାରେ ସଫଳ ହୋଇଛନ୍ତି।

ମାଇଲଖୁଣ୍ଟ ହେବାରେ ବିଫଳ:

'ଭୁଲ୍ ଭୁଲୈୟା ୨'କୁ ଅନିସ୍ ବଜ୍‌ମି ନିର୍ଦ୍ଦେଶନା ଦେଇଛନ୍ତି। ଅନିସ୍ ଫିଲ୍ମ ମାଧ୍ୟମରେ ସେମିତି କିଛି ନୂଆ କରିପାରି ନାହାନ୍ତି। ଫିଲ୍ମନୁ ନେଇ ଅନେକ କିଛି ଆଶା କରାଯାଉଥିଲା, କିନ୍ତୁ ଫିଲ୍ମ ଏକ ମାଇଲଖୁଣ୍ଟ ହେବାରେ ବିଫଳ ହୋଇଛି। ତେବେ କେବଳ ଟିକେ ହସ, ଟିକିଏ ଡର ଏବଂ କାର୍ତ୍ତିକ-ତବୁଙ୍କ ଅଭିନୟ ହେତୁ ଏହି ଫିଲ୍ମକୁ ଥରେ ଦେଖାଯାଇପାରେ।

Advertisment
Bollywood Bhool Bhulaiyaa 2
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ